The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Krushna Moharana

Abstract

2  

Krushna Moharana

Abstract

ଏ କି ପ୍ରେମ

ଏ କି ପ୍ରେମ

4 mins
246


୨୦୧୦ ମସିହା

ଥରେ ଭୁଲ ବସତଃ ଗୋଟେ ଝିଅ କୁ ଫୋନ୍ ଲାଗି ଗଲା, 

ସେ-କିଏ

ମୁଁ- ମଣିଷ କହୁଚି

ସେ-ଜାଣିଚି କାରଣ ଅମଣିଷ ମାନେ କଥା ହୁଅନ୍ତିନି

ମୁଁ-ସତରେ ନା କଣ ମ

ସେ-ଚୁବେ ଫୋନ ରଖ

ମୁଁ- ଫୋନ୍ ରଖିଦେଲି


ଏମିତି କିଛି ମାସ ଗଲା ପରେ ତାର ମେସେଜ ଆସିଲା ହେଲୋ

ମୁଁ-କିଏ

ସେ-ମୁଁ ବି ଜଣେ ମଣିଷ 

ମୁଁ- ସତରେ ନା କଣ ମ

ସେ-ହଁ କିଛି ସନ୍ଦେହ ଲାଗୁଛି କି

ମୁଁ- ନାହିଁ ଏମିତି

ସେ-କୁହ

ମୁଁ-କଣ

ସେ-ସେ ଦିନ ବହୁତ କଥା କହୁଥିଲ, ଆଜି କଣ ହେଲା ପାଟିରୁ କଣ କଥା ବାହାରୁନି

ମୁଁ- ଚୁପ୍ ରହିଲି

ସେ-କଣ ହେଲା କଥା ହୁଅ ପାଟିରେ କଣ ବେଗଂ ପଶିଚି କି

ମୁଁ-ନା ମୁଁ ଆମିଷ ଖାଏନି


ତା ପରେ ଆରମ୍ଭ ହେଲା ଆମ କଥାବାର୍ତ୍ତା ଆମେ ବହୁତ କଥା ହେଲୁ,


୩ ଦିନ ଧରି ଆମେ କଥାବାର୍ତ୍ତା ହେଲା ପରେ

ମୁଁ ପଚାରିଲି ଶୁଣ


ଆରେ ସତରେ ତୁମ ନା କଣ

ସେ- ଆରେ ଏ କି କଥା ଏତେ ଜଲ୍ଦି ପନେ ପଡିଲା

ମୁଁ- ହା ହା ନାଇ ଯେ କୁହ

ସେ- ମୋ ନା ରାଧା

ଆରେ ସତରେ ମୋ ନା ରାଧା


ମୁଁ- ଭାକ ମିଛ କହୁଚ ତୁମେ

ସେ-କଣ ପାଇଁ ମିଛ କହିବି ଯେ

ତୁମ ନା କୁହ

ମୁଁ- କୃଷ୍ଣ

ସେ- ଇସ କି ମିଛ ଲୋ ମା

ମୁଁ- ସତରେ ମୋ ନା କୃଷ୍ଣ,

ସେ- ଆଛା ହଉ,


 ତା ପରେ ଆମ କଥା ଆରମ୍ଭ ହେଲା


ଆମେ ବହୁତ କଥା ହେଲୁ କଥା ହେବା ସମୟରେ ସେ ତାର ସବୁ ଟିକି ନିଖି ଖବର ସେ ମୋତେ କୁହେ। ଆଉ ତାର ଚଳିବା ବହୁତ କଷ୍ଟ କାରଣ ସେ ବହୁତ କମ ପଇସା ପାଏ, ତଥାପି ତା ମନ ରେ ଦୁଃଖ ନାହିଁ ଆଉ ମୁଁ ବି ସବୁ କଥା କୁହେ।

ଏମିତି କିଛି ଦିନ ପରେ ଆମେ ବହୁତ ଭଲ ସାଙ୍ଗ ହେଇ ଯାଇଥିଲୁ, ତା ଘର କୁ ମୁଁ ଜାଏ ଆଉ ସେ ବି ଆମ ଘର କୁ ଆସେ ବାସ ଏମିତି ଆମ ସମ୍ପର୍କର ବହୁତ ଆଗକୁ ବଢି ଯାଇ ଥାଏ।

ବହୁତ ଭଲ ଥିଲା ସେ ଦିନ ଯେବେ ମୁ ତାକୁ ସବୁ କଥା କହୁଥିଲି ସେ କାନ ଦେଇ ସବୁ କଥା ଶୁଣୁଥିଲା


 ୨୬।୧୨।୨୦୧୪


ମୁଁ ତାଙ୍କ ଘରେ ବସିଥିଲି କହିଲା ଶୁଣ ଗୋଟେ କଥା, 

ମୁଁ କହିଲି କୁହ

ସତରେ ତୁମ ଭଳି ଗୋଟେ ବନ୍ଧୁ ପାଇ ମୋତେ ବହୁତ ଭଲ ଲାଗିଲା ତୁମେ ବହୁତ ଭଲ ବି,

ମୁଁ ତା କଥା ଶୁଣି ତାକୁ କହିଲି ବେଶୀ ଆଉ ତାରିଫ୍ କରନି ବେଶୀ ଆଉ ତେଲ ମାରନି କଣ କାମ ଅଛି କହ,ତା ପରେ

ସେ ହସିଦେଇ କହିଲା ଚାଲ ଟିକେ ରାଉରକେଲା ଯିବା ମୋର ଟିକେ କାମ ଅଛି,

ମୁଁ ତା କଥା ଶୁଣି କହିଲି ଚାଲ


ତା ପରେ ଆମେ ବାହାରିଲୁ ରାଉରକେଲା ଭ୍ରମଣ ରେ, 


"" ମୁଁ ରାଧା ଆଉ ମୋ ଗାଡି ""


 ବାଟ ସାରା ସେ ମୋ ମୁଣ୍ଡକୁ ଟିଣ କରିଦେଲା, ସେ ବହୁତ ବହୁତ କଥା କହୁଥିଲା,

ଆଉ ମୁଁ ତାର ସବୁ କଥା ଶୁଣୁଥିଲି, ମୋ ମୁଣ୍ଡ ଗରମ ହେବା ଅବସ୍ଥାରେ ଥାଏ

ଶଳା ମନ ହଉଥାଏ ତାକୁ ଗାଡି ରୁ ଉଠେଇକି ତଳେ କଖାରୁ ଭଳି କଚାଡ ଦିଅନ୍ତି କି,

ଶଳା ମୋ ମୁଣ୍ଡକୁ ଟିଣ କରି ସାରିଲାଣି, ଶଳା କେତେ ଗପୁରି ଝିଅ ଟା


ଶୁଣ ତୋ ପାଟି ଦରଦ ହଉନି କିରେ ଏତେ କଥା ହଉଚୁ, 

ତା ପରେ ସେ ପୁରା ଚୁପ୍ ରହିଲା, କିଛି ସମୟ ଗଲା ପରେ ମୁଁ କହିଲି କଣ ହେଲା ଏବେ ତ ବହୁତ ପାଟି ଚାଲିଥିଲା କଣ ହେଲା


ସେ ଫିର ବି ଚୁପ୍ ଥିଲା କହିଲା ପ୍ଲୀଜ ମୋତେ କ୍ଷମା କରି ଦେବ,  

ଆରେ କଣ ହେଲା କହ

ବାସ୍ ତାପରେ ସେ ମୋତେ ତା ପ୍ରେମ ର ପରିଭାଷା କୁ ମୋ ଆଗରେ ବର୍ଣ୍ଣନା କଲା, 

ମୁଁ ପୁରା ସ୍ତବ୍ଧ ହେଇ ତାକୁ ଚାହିଁଲି, ସେ ପୁଣି କହିଲା ଯେ ସତରେ ମୁ ତୁମକୁ ବହୁତ ଥର ଭାବିଛି କହିବି ବୋଲି କିନ୍ତୁ କହି ପାରେନି


କିନ୍ତୁ ଆଜି କହୁଛି,

 ମୁଁ ତୁମ କୁ ଭଲ ପାଏ

ପ୍ଲୀଜ ଥରୁ ଟିଏ ତୁମ ହୃଦୟ ରେ ଜାଗା ଟିକେ ଦିଅ


ବାସ୍ ତା ପରେ ଆଉ କଣ ବୁଲିବି ମୁଣ୍ଡ ପୁରା ଟିଣ,

କଣ କହିବି ତାକୁ କିଛି ଶବ୍ଦ ନାହିଁ କହିବା ପାଇଁ ସେ ମୋତେ ଏତେ ଭଲ ପାଏ କଣ ପାଇଁ, ସେ ମୋତେ ହିଁ କଣ ପାଇଁ ଭଲ ପାଇଲା ବହୁତ କିଛି ପ୍ରଶ୍ନ ମୋ ମନ ରେ ଚାଲିଥାଏ


ବହୁତ ଦିନ ପରେ ସେ ଫୋନ୍ କଲା ଆମ ଘର କୁ ଆସିଲା,

ଆଉ ସେ ଦିନ ମୋ ଜନ୍ମଦିନ ଥିଲା ମୋତେ ଶୁଭେଚ୍ଛା ଦେଲା ଆଉ ସେ ମୋ ପାଇଁ ଗୋଟେ ଘଡି ଉପହାର ଦେଲା ଆଉ କିଛି ନ କହି ଚୁପ ଚାପ ଘରୁ ଚାଲିଗଲା,


 ପୁଣି କିଛି ଦିନ ପରେ କଥା ହେଲା ଆଉ କହିଲା ସତରେ ତୁମେ ମୋତେ ଭଲ ପାଅନି ନା

ନା ମୁଁ ତୋତେ କେଭେ ବି ସେ ଦୃଷ୍ଟିରେ ଦେଖିନି ନା କେବେ ଦେଖିବି, 

ନା ତୋତେ କେବେ ଭଲ ପାଇବି

ଏମିତି କିଛି ଦିନ ପରେ ମୁଁ ତାକୁ ଫୋନ କଲି ଆଉ ଜାଣିବାକୁ ପାଇଲି ସେ ଆଜି ପର୍ଯ୍ୟନ୍ତ ମୋତେ ଭଲ ପାଏ


ଏମିତି କିଛି ଦିନ ଗଲା କିଛି ବି ବର୍ଷ ଗଲା, ତଥାପି ମୋ ପ୍ରତି ତା ପ୍ରେମ କମ ହେଇ ନଥାଏ


କଣ କହିବି ତାକୁ କେତେ ବୁଝେଇବି! ସତରେ ତାକୁ କିଛି ଫରକ ପଡିବ ନାହିଁ ସେ ପୁରା ପାଗଳ ଝିଅ ଟି, ବ।ବହୁତ ଭଲ ଝିଅ ଆଉ ବହୁତ ନୀରିହ, ସେ ମୋତେ ମୋ ବିପଦ ସମୟ ରେ ମୋତେ ବହୁତ ସାହାଯ୍ୟ କରିଛି, ନିଜ ପାଖରେ ପଇସା ନ ଥାଇ ମୋତେ ସାହାଯ୍ୟ କରିଛି କେମିତି ପଛ କଥା ସବୁ ଭୁଲିବି ଏମିତି ବର୍ଷ ପରେ ବର୍ଷ ଗଡି ଚାଲିଥାଏ, ଆଉ ତାର ମୋ ପ୍ରତି ଭଲ ପାଇବା ଆହୁରି ବଢି ଚାଲିଥାଏ

୧୨.୪.୨୦୧୫

ଦିନ ଆମେ ପରୀକ୍ଷା ଥାଏ ହାଇଦ୍ରାବାଦ ରେ ଆମେ ଗଲୁ ପରିକ୍ଷା ପାଇଁ ସେ ଦିନ ସେ ବହୁତ  କାନ୍ଦିଲା... କାନ୍ଦି କାନ୍ଦି ପୁଣି ତା ପ୍ରେମ କୁ ମୋ ସାମନାରେ ରଖି କହିଲା, ପ୍ଲୀଜ ମୋତେ କୁହ ଆଜି କଣ ପାଇଁ ମୋତେ ଭଲ ପାଇପାରିବନି ମୁଁ ପୁଣି ସେଇ କଥା କହିଲି ସେ ଚୁପ ହେଇଗଲା ଆଉ ମୁହ କୁ ଖଟା ଖାଇଲା ଭଳି ଫୁଲେଇ ଚାଲି ଗଲା


ବାସ୍ ତାପରେ ତାକୁ ବହୁତ ବୁଝେଇଲା ପରେ ସେ ବୁଝିଲା, କିଛି ସମୟ ଗଲା ପରେ ସେ ଚୁପ୍ ରହିଲା ଆଉ ମୋତେ କୁଣ୍ଢେଇ ଧରି ବହୁତ କାନ୍ଦିଲା, ମୁଁ ତା ଆଖି ର ଲୁହ କୁ ପୋଛି ତାକୁ ତୁନି କଲି, ତା ପରେ ଚୁପ୍ ରହିଲା ଆଉ କହିଲା ପ୍ଲୀଜ ମୋତେ କ୍ଷମା କରି ଦେବ, ମୁଁ ଆଜି ହାରିଗଲି ମୋ ପ୍ରେମ ଆଗରେ।


ଆମର ବହୁତ ଥର ନୁହେଁ ପ୍ରାୟ ସବୁବେଳେ ଝଗଡ଼ା ହୁଏ, ଆଜି ଜାଏଁ ପାଖାପାଖି ୨୦୦ ଥର ଝଗଡ଼ା ହେଇ ଯିବଣି ବୋଧେ କିନ୍ତୁ ପୁଣି ଆମେ ଏକାଠି ହଉ,।


ଆଜି ସେ ବହୁତ ଖୁସିରେ ଆଛି ବହୁତ ଭଲ ଚାକିରୀ କରୁଛି, ବହୁତ ଭଲ ପଇସା ପାଉଛି, ଆଉ ମୋତେ ବି ବହୁତ କିଛି ଉପହାର ବି ଦଉଛି , ଆଉ ଆଜି ତା ଭଲ ପାଇବା କମିନି, ଆଜି ବି ସେ ସେତିକି ଭଲ ପାଏ, କିନ୍ତୁ କିଛି କୁହେନି।


ଦେଖୁ ଦେଖୁ ୧୦ ବର୍ଷ ବିତି ଗଲାଣି 

ଆଉ ସେ ଆଜି ବି ମୋର ଗୋଟେ ଭଲ ସାଙ୍ଗ ହେଇ ଅଛି ଆଉ ରହିବ ମଧ୍ୟ


Rate this content
Log in

Similar oriya story from Abstract