ଆଲୋକର ସେଇ କଣିକା ଟିଏ
ଆଲୋକର ସେଇ କଣିକା ଟିଏ
ଆଖି ବନ୍ଧ କରି ଯେତେବେଳେ ମୁଁ ନିଜ ଅନ୍ତର ଭିତରକୁ ଦେଖିବାକୁ ଚେଷ୍ଟା କରିଲି ସେତେବେଳେ ମତେ ଚାରିଆଡେ ଖାଲି ଅନ୍ଧାର ହିଁ ଅନ୍ଧାର ଦେଖା ଗଲା। ମତେ ଏମିତି ଲାଗିଲା ଯେପରି କିଏ ଗୋଟେ ସେଇ ଅନ୍ଧାର ଭିତରୁ ଚିତ୍କାର କରୁଛି ଆଉ ମତେ ଡାକୁଛି। ଭାରି ଆକୁଳ ସ୍ୱରରେ ଡାକୁ ଥିଲା ସିଏ ମତେ। ଗୋଟେ କଏଦୀ ଯେପରି ଅନ୍ଧାରର କାଳ ଗୋହର କାରାଗାର ଭିତରେ ଶିକୁଳିରେ ଆବଦ୍ଧ ହୋଇ ଛଟପଟ ହଉ ଥାଏ ଏବଂ ଆକୁଳ ନିବେଦନ କରୁଥାଏ ମୁକ୍ତ ହେବ ପାଇଁ ସେହିପରି ଏହି ସ୍ୱରଟି ଭି ମତେ ସେହି ପରି ଆକୁଳ ନିବେଦନ କରୁଥାଏ। ଭାବିଲି ତା ପାଖକୁ ଯାଇକି ତାକୁ ସାହାଯ୍ୟ କରିବି କିନ୍ତୁ ସାହସ ପାଉ ନଥିଲି ଅନ୍ଧାର ଭିତରକୁ ଯିବା ପେଇଁ। ମୋ ମନ କିନ୍ତୁ ମାନୁ ନଥାଏ , ସେଥି ପାଇଁ ନିର୍ଣ୍ଣୟ ନେଲି ଏବେ ନିଜ ଡରକୁ ହରେଇ ତାକୁ ମୁକ୍ତ କରିବାକୁ ଯିବି। ଧୀରେ ଧୀରେ ଯେମିତି ଆଗକୁ ବଢ଼ିଲି ମୋ ଡର ବଢି ବଢି ଯାଉଥାଏ ଏବଂ ତାପରେ ମୁଁ ଯାହା ଦେଖିଲି, ମୋ ଆଖି ବିଶ୍ୱାସ କରି ପାରିଲାନି। କାହିଁକିନା ସେଇ ସ୍ୱର ମୋର ଥିଲା। ମୁଁ ସ୍ତବ୍ଦ ହୋଇଗଲି ନିଜକୁ ସେଇ ଅସହାୟ ଅବସ୍ଥାରେ ଦେଖି। ସେଇ ଶିକୁଳିରେ ମୁଁ ବନ୍ଧା ହୋଇଥିଲି ଆଉ ସବୁ ପ୍ରଚେଷ୍ଟା କରୁଥିଲି ମୁକୁଳିବା ପାଇଁ କିନ୍ତୁ କିଛି ରାସ୍ତା ପାଉ ନଥିଲି। ଠିକ ସେତିକି ବେଳେ ତୀବ୍ର ଅନ୍ଧକାର ଭିତରୁ ଏକ ଶୁଷ୍କ ଆଲୋ
କର କଣିକାଟିଏ ଦେଖା ଗଲା ମତେ ଆଉ ମୁଁ ସେହି ଆକର୍ଷଣୀୟ ଆଲୋକ ପଛରେ ଯିବାକୁ ଚେଷ୍ଟା କରିଲି। ସବୁ କିଛି ଛିନ୍ନ କରି ସେହି ଆଲୋକର ଅନୁସନ୍ଧାନରେ ଯିବାକୁ ବ୍ୟାକୁଳ ହୋଇଗଲି। ଧିରଘ ପ୍ରଚେଷ୍ଟା ପରେ ମୁଁ ସେହି ଶିକୁଳିରୁ ମୁକ୍ତ ହୋଇପାରିଲି ଆଉ ଦୋଉଡ଼ିବା ଆରମ୍ଭ କରିଲି ସେହି ଆଲୋକ ପଛରେ। ମୁଁ ସେହି ଆଲୋକ ବିଷୟରେ କିଛି ଜାଣି ନଥାଏ କିନ୍ତୁ ଚାଲୁ ଥାଏ ତାରି ପଛରେ। ଧୀରେ ଧୀରେ ଏବେ ଅନ୍ଧକାର ଆଲୋକରେ ପରିଣତ ହଉଥାଏ। ମୁଁ ତାପରେ ଆଉ କିଛି ଦେଖି ଥାନ୍ତି କି ନାହିଁ , ମୋ ନିଦ ଭାଙ୍ଗିଗଲା ଆଉ ମୁଁ ଜାଣିପାରିଲି ଯେ ଏହା ଏକ ସ୍ୱପ୍ନ ଥିଲା ଆଉ ତାହା ଭାଙ୍ଗିଗଲା । ଉଠିଲା ପରେ ମତେ କିଛି ପରିବର୍ତ୍ତନ ଲାଗିଲା ମୋ ଭିତରେ। ଏହି ସ୍ବପ୍ନ ମତେ ଯାହା କହିବାକୁ ଚେଷ୍ଟା କରୁଥିଲା ମୁଁ ଏବେ ତାହା ବୁଝି ପାରୁଥିଲି । ସେ ମତେ ନିଜେ ନିଜକୁ ଚିନହେଇବାକୁ ଚାହୁଁଥିଲା। ଏବେ ମୁଁ ଏକ ନୂଆ ମଣିଷ ଯେ ନିଜ ଭିତରେ ଥିବା ଧୀଶକ୍ତି କୁ ଜାଣି ପାରିଛି ଆଉ ଏହି ଶକ୍ତି ଏବେ ମତେ ଗୋଟେ ସଫଳ ମଣିଷ ହବାରେ ସାହାଯ୍ୟ କରିବ। ସମସ୍ତଙ୍କୁ ନିଜ ଭିତରେ ଥିବା ସେହି ଆଲୋକକୁ ଜାଣିବାକୁ ପଡିବ ତା ହେଲେ ଯାଇ ସଫଳତା ହାସଲ କରିହେବ। ଏହା ହଉଛି ଜୀବନର ମୂଳ ମନ୍ତ୍ର। ଏବଂ ମୁଁ ଏବେ ଏହି ମନ୍ତ୍ର କୁ ସବୁ ବେଳେ ନିଜ ଜୀବନରେ ପାଳନ କରିବି ଆଉ ଅନ୍ୟ ମାନଙ୍କୁ ପାଳିବାକୁ ପ୍ରୋତ୍ସାହନ ମଧ୍ୟ କରିବି।