ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୮

ଆକବର ବିରବଲ - ୮

1 min
7.3K


ରାସ୍ତାର ବାଙ୍କ

ଥରେ ପାରସ୍ୟର ସମ୍ରାଟ୍ ଆକବରଙ୍କ ନିକଟକୁ ପତ୍ର ମାଧ୍ୟମରେ ଏକ ପ୍ରଶ୍ନ ପଚାରିଲେ । ପ୍ରଶ୍ନଟି ଥିଲା ଯେ – “ଆଗ୍ରା ନଗରୀର ରାସ୍ତାରେ କେତୋଟି ବାଙ୍କ ଅଛି?”

ପତ୍ରଟି ପାଇବା ପରେ ଆକବର ବିବ୍ରତ ହୋଇପଡିଲେ କି ଉତ୍ତର ଲେଖି ପଠାଇବେ କିଛି ଚିନ୍ତା କରିପାରିଲେ ନାହିଁ । ମନ୍ତ୍ରୀ ମାନସିଂଙ୍କୁ ଡାକି ପାରସ୍ୟ ସମ୍ରାଟ୍ ଙ୍କ ପ୍ରଶ୍ନ ସଂପର୍କରେ ଅବଗତ କରାଇଲେ । ମାନସିଂ ସଂଗେ ସଂଗେ ଦରବାରର ଅନ୍ୟ ମନ୍ତ୍ରୀମାନଙ୍କୁ ଏକଥା କହିଲେ ।

ବିରବଲ ଦରବାରକୁ ଆସି ଯେତେବେଳେ ଆକବରଙ୍କ ବିବ୍ରତ ମୁଖମଣ୍ଡଳ ଦେଖିଲେ, କାରଣ ଜାଣିବାକୁ ଚାହିଁଲେ ।

ଆକବର ମଧ୍ୟ ବିରବଲଙ୍କୁ ପାରସ୍ୟ ସମ୍ରାଟ୍ ଙ୍କ ପ୍ରଶ୍ନ ସଂପର୍କରେ ଅବଗତ କରାଇଲେ । ମାନସିଂଙ୍କୁ ଏ ସଂପର୍କରେ କହିଥିବା କଥା ମଧ୍ୟ କହିଲେ ।

ବିରବଲ ରାଜାଙ୍କୁ କହିଲେ – “ମହାରାଜ! ଆପଣ ମୋତେ ଏ ବିଷୟରେ ପ୍ରଥମେ ନଜଣାଇ ମାନସିଂଙ୍କୁ ଜଣାଉଥିଲେ । ମୁଁ ଏହି ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇପାରିବି । ମୁଁ ଜାଣେ ଆଗ୍ରା ନଗରୀରେ ରାସ୍ତାରେ କେତେ ବାଙ୍କ ବା ମୋଡ ଅଛି । କେବଳ ଆଗ୍ରା ନୁହେଁ ମହାରାଜ ସମଗ୍ର ପୃଥିବୀରେ ଯେତେ ସ୍ଥାନ ଅଛି ସବୁ ସ୍ଥାନରେ ଥିବା ବାଙ୍କ ସଂପର୍କରେ ମୁଁ କହିପାରିବି ।”

ବିରବଲଙ୍କ କଥା ଶୁଣି ଆକବର କହିଲେ – “ତୁମେ ଯଦି ଏହାର ଉତ୍ତର ଦେଇପାରିବ ତା’ହେଲେ ଶୀଘ୍ର କୁହ ।”

ବିରବଲ କହିଲେ – “ମହାରାଜ! ପୃଥିବୀରେ ଯେତେ ନଗର ଅଛି, ସମସ୍ତ ନଗରୀର ଦୁଇଟି ବାଙ୍କ ଥାଏ । ଗୋଟିଏ ବାମ ପଟ ବାଙ୍କ ଏବଂ ଅନ୍ୟଟି ଡାହାଣ ପଟ ବାଙ୍କ ।”

ବିରବଲଙ୍କ ଉତ୍ତର ଶୁଣି ଆକବର ଦରବାରରେ ସମସ୍ତ ପଣ୍ଡିତମାନଙ୍କ ଗହଣରେ ତାଙ୍କର ଉଚ୍ଚ ପ୍ରଶଂସା କଲେ ।


Rate this content
Log in

Similar oriya story from Children