ଓଡିଆ ଶିଶୁ ଗପ

Children Classics Comedy

2  

ଓଡିଆ ଶିଶୁ ଗପ

Children Classics Comedy

ଆକବର ବିରବଲ - ୬୮

ଆକବର ବିରବଲ - ୬୮

2 mins
7.7K


ପାଂଚଗୋଟି ପ୍ରଶ୍ନ

ଦିନକର କଥା । ସମ୍ରାଟ୍ ଆକବରଙ୍କର ସଭା ସେଦିନ ଖୁବ୍ ଧୁମ୍ ଧାମ୍ ରେ ଚାଲିଥାଏ । କିନ୍ତୁ ସେଦିନ ଦରବାରରେ ବିରବଲ ଉପସ୍ଥିତ ହୋଇନଥିଲେ ।

ସେ ଯାହା ହେଉ, ବିରବଲଙ୍କ ବିହୀନରେ ସମ୍ରାଟ୍ ସଭାକାର୍ଯ୍ୟ ଆରମ୍ଭ କରିବାକୁ ଚାହିଁଲେ । ଆଉ ସେଦିନ ଟିକେ ମଜା କରିବାକୁ ସମ୍ରାଟଙ୍କ ଇଚ୍ଛା ହେଲା ।

ସେଥିଲାଗି ସେ ଆଗରୁ ମନସ୍ଥ କରିଥିବା ପାଂଚ ଗୋଟି ପ୍ରଶ୍ନ ଦରବାରରେ ଉପସ୍ଥାପନ କଲେ ।

ସେହି ଗୁଡିକ ହେଲା –

୧/ ସଂସାରରେ ଯେତେଗୁଡାଏ ଫୁଲ ଅଛି, ସେଥିମଧ୍ୟରୁ କେଉଁ ଫୁଲଟି ସବୁଠାରୁ ସୁନ୍ଦର ଓ ଭଲ?

୨/ ସଂସାରରେ ଅନେକ କ୍ଷୀର ଅଛି, ସେଥିମଧ୍ୟରୁ କେଉଁ କ୍ଷୀର ଭଲ?

୩/ ସଂସାରରେ ଅନେକ ମିଠା ଅଛି, ସେଥିମଧ୍ୟରୁ କେଉଁ ମିଠା ଭଲ?

୪/ ସଂସାରରେ ଅନେକ ପତ୍ର ଅଛି, ସେଥିମଧ୍ୟରୁ କେଉଁ ପତ୍ର ସବୁଠାରୁ ପିତା?

୫/ ଜଗତରେ ଅନେକ ରାଜା ଅଛନ୍ତି, ସେଥିମଧ୍ୟରୁ କେଉଁ ରାଜା ଶ୍ରେଷ୍ଠ?

ସମ୍ରାଟଙ୍କର ଏପରି ପ୍ରଶ୍ନ ଶୁଣି ଦରବାର ମଧ୍ୟରେ ଚାପା ଗୁଂଜନ ସୃଷ୍ଟି ହେଲା । ସଭା ମଧ୍ୟରେ ସମସ୍ତେ ସମସ୍ତଙ୍କ ମୁଖକୁ ଚାହାଁଚାହିଁ ହୋଇ ଉତ୍ତର ଦେବାକୁ ଚେଷ୍ଟା କରିଲେ ।

ସେମାନଙ୍କ ମଧ୍ୟରୁ ପ୍ରଥମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କିଏ କହିଲା, ଗୋଲାପ, ଚମ୍ପା, ମଲ୍ଲୀ ଫୁଲ ଭଲ ତ କିଏ କହିଲା ପଦ୍ମ ଫୁଲ ଭଲ ।

ଦ୍ୱିତୀୟ ପ୍ରଶ୍ନରେ କିଏ କହିଲା ଗାଈ କ୍ଷୀର ଭଲ ତ କିଏ କହିଲା ମଇଁଷି କ୍ଷୀର ଭଲ ।

ତୃତୀୟ ପ୍ରଶ୍ନରେ କିଏ କହିଲା – ଅଙ୍ଗୁରୁ, ସେଉ, କଦଳୀ, ମିଠା ତ କିଏ କହିଲା ଆଖୁ ମିଠା ।

ଚତୁର୍ଥ ପ୍ରଶ୍ନର ଉତ୍ତରରେ କିଏ କହିଲା – କଲରା ପତ୍ର ପିତା ତ କିଏ କହିଲା ଚିରେଇତା ପିତା ।

ପଂଚମ ପ୍ରଶ୍ନର ଉତ୍ତରରେ ସମସ୍ତେ ଗୋଟିଏ ଉତ୍ତର ଦେଲେ ଯେ ଆମରି ସମ୍ରାଟ୍ ସଂସାରରେ ସବୁଠାରୁ ଭଲ ।

ଦରବାରରେ ଏଭଳି ଭାବରେ ଅନେକ କଥା ଆଲୋଚନା ହୋଇଗଲା । ସବୁକଥା ଶୁଣି ସମ୍ରାଟ୍ ଆନନ୍ଦ ହେଲେ ସିନା ହେଲେ ଦରବାରରେ ବିରବଲ ସେଦିନ ଉପସ୍ଥିତ ନଥିବାରୁ ସମ୍ରାଟଙ୍କୁ ସବୁ କଥା ଆଦୌ ଭଲ ଲାଗୁନଥାଏ । ସେଥିଲାଗି ମନେ ମନେ ସମ୍ରାଟ୍ ବିରବଲଙ୍କୁ ଖୋଜୁଥିଲେ ।

ହଜିଲା ବଳଦ ଖୋଜିଲା ଠେଇଁ ପରି ସମ୍ରାଟଙ୍କ ମନ ମଧ୍ୟରୁ ଭାବନାର ଅନ୍ତ ହୋଇନାହିଁ, ବିରବଲ ଆସି ଦରବାରରେ ଉପସ୍ଥିତ ହୋଇଗଲେ ।

ବିରବଲ ସମ୍ରାଟଙ୍କୁ ସମ୍ମାନ ଜଣାଇବା ସହିତ ନିଜ ଆସନରେ ଯାଇ ବସି ପଡିଲେ ।

ସେଦିନ ଦରବାରରେ ବିରବଲ ପହଁଚିଯିବାରୁ ସମ୍ରାଟ୍ ବିରବଲଙ୍କୁ ମଧ୍ୟ ସେହି ପାଂଚଗୋଟି ପ୍ରଶ୍ନ ପଚାରିଲେ ।

ବିରବଲ ସେହି ପାଂଚଗୋଟି ପ୍ରଶ୍ନର ଉତ୍ତର ଗୋଟି ଗୋଟି ଦେବାକୁ ଯାଇ କହିଲେ, ପ୍ରଥମ ପ୍ରଶ୍ନର ଉତ୍ତରରେ ବିରବଲ କହିଲେ, ସଂସାରରେ ଯେତେ ଫୁଲ ଅଛି ସବୁ ଫୁଲଠାରୁ କପାଫୁଲ ଭଲ । କାରଣ ସେ ସାରା ସଂସାରର ଲୋକମାନଙ୍କୁ ଉଲଗ୍ନରୁ ରକ୍ଷା କରି ଲଜ୍ୟା ନିବାରଣ କରିଥାଏ ।

ଦ୍ୱିତୀୟ ପ୍ରଶ୍ନର ଉତ୍ତରରେ ବିରବଲ କହିଲେ – ସଂସାର ମଧ୍ୟରେ ଯେତେ କ୍ଷୀର ଅଛି ସମସ୍ତଙ୍କ ମଧ୍ୟରୁ ଶ୍ରେଷ୍ଠ କ୍ଷୀର ମାଆ କ୍ଷୀର । କାରଣ ଶିଶୁ ଅବସ୍ଥାରୁ କ୍ଷୀର ଖୁଆଇ ଶିଶୁକୁ ଉତ୍ତମ ପୁଷ୍ଟି ଯୋଗାଇଥାଏ ।

ତୃତୀୟ ପ୍ରଶ୍ନର ଉତ୍ତର ଦେଇ ବିରବଲ କହିଲେ – ସଂସାରରେ ଯେତେ ମିଠା ଅଛି ସବୁଠାରୁ ମିଠା ମୁଖର କଥା ।

ଚତୁର୍ଥ ପ୍ରଶ୍ନର ଉତ୍ତରଦେଇ ବିରବଲ କହିଲେ – ସଂସାରରେ ଯେତେ ପତ୍ର ଅଛି ସବୁ ପତ୍ରଠାରୁ ପାନ ପତ୍ର ଅଧିକ ପିତା, କାରଣ ପାନ ଖଣ୍ଡିଏ ଦେଇ ମନୁଷ୍ୟ ଶତ୍ରୁକୁ ମିତ୍ର କରିଦେଇପାରେ ।

ପଂଚମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ କହିଲେ – ସଂସାରରେ ଯେତେ ରାଜା ଅଛନ୍ତି ସବୁଠାରୁ ଶ୍ରେଷ୍ଠ ରାଜା ହେଉଛନ୍ତି ଇନ୍ଦ୍ର । ଇନ୍ଦ୍ରଙ୍କ ଦ୍ୱାରା ବୃଷ୍ଟି ହେଉଥିବାରୁ ସୃଷ୍ଟି ଶସ୍ୟଶ୍ୟାମଳା ହେଉଛି । ଇନ୍ଦ୍ରଙ୍କ ଲାଗି ସଂସାରରେ ସମସ୍ତ ଜୀବ ବଂଚିବା ଲାଗି ଆହାର ପାଉଛନ୍ତି ।

ଦରବାରରେ ବିରବଲଙ୍କ ସମସ୍ତ ପ୍ରଶ୍ନର ଅଦ୍ଭୁତ ଉତ୍ତର ଶୁଣି ସମ୍ରାଟ୍ ଆକବର ଖୁବ୍ ଆନନ୍ଦିତ ହୋଇଯାଇ ବିରବଲଙ୍କୁ ନାନା ପ୍ରକାର ଉପହାର ପ୍ରଦାନ କଲେ ।


Rate this content
Log in

Similar oriya story from Children