ଓଡିଆ ଶିଶୁ ଗପ

Children Classics Comedy

2  

ଓଡିଆ ଶିଶୁ ଗପ

Children Classics Comedy

ଆକବର ବିରବଲ - ୬୨

ଆକବର ବିରବଲ - ୬୨

3 mins
7.8K


ଇଏତ ରାମଦାସ - ୩

ଆସନ୍ତା ଦୁଇଦିନ ପରେ ସମ୍ରାଟଙ୍କର ଆଦେଶ ହୋଇଛି ଯେ, ଆମ୍ଭ ରାଜ୍ୟରେ ସ୍ୱତନ୍ତ୍ର ଭାବରେ ଏକ ନ୍ୟାୟାଳୟ ଖୋଲାଯିବ । ଏହି ନ୍ୟାୟାଳୟରେ ପ୍ରଜାମାନଙ୍କର ସମସ୍ତ ଦୋଷାଦୋଷ ବିଚାର କରି ଦୋଷୀକୁ ଦଣ୍ଡ ଦିଆଯିବାର କ୍ଷମତା ରହିବ । ଏହାଠାରୁ ଯେଉଁ ଯେଉଁ ମାମଲାଗୁଡିକ ଅତି ଦୋଷାବହ ସେହି ଦୋଷକାରୀ ପ୍ରଜାର ବିଚାର ଶେଷରେ ସମ୍ରାଟଙ୍କ ଦରବାରକୁ ଯିବ । କାରଣ ଦୋଷୀର ପ୍ରାଣ ଦଣ୍ଡ ଏବଂ ଫାଶୀ ପାଇବାର ବିଚାର କେବଳ ସମ୍ରାଟ୍ ହିଁ କରିବେ ।

ବିରବଲଙ୍କ ଏକଥାର ଅର୍ଥ ସହଜରେ ବୁଝି ନ ପାରି ସଙ୍ଗେ ସଙ୍ଗେ ମୋତିଲାଲ୍ ପଚାରିଲେ – ଦେୱାନ୍ ମହୋଦୟ, ମୋତେ ଆପଣ ଏକଥା କହିବାର କାରଣ ତ ମୁଁ ଏଯାବତ୍ ବୁଝିପାରିଲି ନାହିଁ ।

ମୋତିଲାଲ୍ଙ୍କ ମୁଖରୁ ଏକଥା ଶୁଣି ବିରବଲ ହସିଲେ । ସତରେ ମିତ୍ର ତମେ ମୋ କଥାରୁ କିଛି ହେଲେ ବୁଝିପାରିଲ ନାହିଁ । ଶୁଣ ମିତ୍ର ମୋତିଲାଲ୍ । କୌଣସି ବିଚାର ନିମନ୍ତେ ଯେଉଁ ବ୍ୟକ୍ତି ନ୍ୟାୟରେ ବିଚାର ଦେଇଥାଆନ୍ତି ସେମାନଙ୍କ ପଛରେ ପ୍ରାୟତଃ ସେପରି ଦୋଷ ବା ଅଭିଯୋଗ ଜନସାଧାରଣଙ୍କ ପାଖରେ ନଥାଏ । ସେଥିଲାଗି ସେପରି ଲୋକଙ୍କୁ ହିଁ ନୂତନ ଭାବରେ ଖୋଲା ଯାଉଥିବା ନ୍ୟାୟାଳୟରେ ନ୍ୟାୟପାଳ ଭାବରେ ନିଯୁକ୍ତି ଦିଆଯାଇଥାଏ, ସେଥି ସକାଶେ ମୁଁ ତୁମକୁ ଡାକିଅଛି । ଆଜି ତୁମ ସହ କଥାବାର୍ତ୍ତା ହୋଇ ଯିବା ପରେ ଆସନ୍ତା କାଲି ମୁଁ ତୁମର ନାମଟିକୁ ସୁପାରିଶ୍ କରି ସମ୍ରାଟଙ୍କ ପାଖକୁ ପଠାଇ ଦେବି । ତା’ପରଦିନ ତୁମକୁ ନ୍ୟାୟପାଳିକା ଭାବରେ ନିଯୁକ୍ତି ମିଳିଯିବ ।

ବିରବଲଙ୍କଠାରୁ ଏ ସମସ୍ତ କଥା ଶୁଣିବା ପରେ ମୋତିଲାଲ୍ ଆତ୍ମହରା ହୋଇ କହିଲେ, ମୁଁ ଆପଣଙ୍କୁ ଆଉ କି ଭାବରେ ଉପମା ଦେଇପାରିବି, ଆପଣ ଯେ ସମ୍ରାଟଙ୍କର ଜଣେ ବିଶ୍ୱସ୍ତ ଦେୱାନ୍ । ଆପଣ ଯେହେତୁ ରାଜ୍ୟସଭାରେ ଜଣେ ଦୂରଦ୍ରଷ୍ଟା ବୁଦ୍ଧିମାନ୍ । ଆପଣ ଯଦି ମୋତେ ଏହି ନ୍ୟାୟାଳୟରେ ନିଯୁକ୍ତି ଦେବାକୁ ମନସ୍ଥ କରିସାରିଛନ୍ତି ଏଥିରେ ମୁଁ ଯେ ଅନ୍ୟ ମତ ଦେବି, ଏପରି ଅଧିକାର ବା ମୋର କାହିଁ ।

ବିରବଲ କହିଲେ – ଦେଖ ମିତ୍ର ମୋତିଲାଲ୍, ତୁମେ ମୋତେ ଏକ ବିରାଟ ବିପଦରୁ ପାର କରିଦେଲ, ଏଥର ଘରକୁ ଯାଅ । ଆଉ ମଧ୍ୟ ଦୁଇ ଦିନ ପରେ ମୁଁ ତୁମକୁ ଡକାଇ ଆଣିବା ଆଗରୁ ତୁମେ ପ୍ରସ୍ତୁତ ହୋଇ ରହିଥିବ ।

ଏଥର ମୋତିଲାଲ୍ ମହାଆନନ୍ଦରେ ଘରକୁ ଫେରିଗଲେ । ଘରେ ପହଁଚି ଏହି ଶୁଭ ସମ୍ବାଦକୁ ନିଜର ପ୍ରାଣପ୍ରିୟ ସ୍ତ୍ରୀଙ୍କ ପାଖରେ କହି ଦେବାରୁ ମୋତିଲାଲ୍ଙ୍କ ସ୍ତ୍ରୀ ଏଥିରେ ଯେତିକି ସୁଖ ଅନୁଭବ କଲେ ସେତିକି ଦୁଃଖିତ ହୋଇ ସ୍ୱାମୀ ମୋତିଲାଲ୍ଙ୍କୁ କହିଲେ – ଦେଖ, ତୁମକୁ ସମ୍ରାଟ୍ ଯେତେବେଳେ ଏତେବଡ ଉପାଧିରେ ବସାଇବେ, ସେତେବେଳେ ତୁମର ସମ୍ମାନ ପ୍ରଜାମାନଙ୍କ ନିକଟରେ ବହୁ ଉଚ୍ଚରେ ରହିବ । ସମ୍ରାଟଙ୍କ ପରେ ତୁମେ ହେବ ଦ୍ୱିତୀୟ ସମ୍ମାନିତ ବ୍ୟକ୍ତି । ତେବେ ତୁମର ଆଉ ଗୋଟିଏ କଥା ନିଶ୍ଚିତ ଭାବରେ ମନେଥିବ ଯେ ତୁମେ ତୁମର ମିତ୍ର ରାମଦାସଙ୍କ ଗୃହର ସମସ୍ତ ଦାୟିତ୍ୱ ନେଇ ତୀର୍ଥ କରିବାକୁ ପଠାଇଥିଲ । ଆଉ ମଧ୍ୟ ଏହା କେହି ନ ଜାଣିଲେ ମଧ୍ୟ ସତ୍ୟ କଥା ଏୟାଯେ ତୁମେ ରାମଦାସଙ୍କୁ ସର୍ବହରା କରି ଦେଇଛ । ମିତ୍ର ରାମଦାସ ଏପରି ଅନ୍ୟାୟ କାର୍ଯ୍ୟର ବିରୋଧ କରିବାକୁ ଯାଇ ନିଜର ପ୍ରାପ୍ୟ ପାଇବାକୁ ସେ ଯେତେବେଳେ ଆପଣଙ୍କ ନ୍ୟାୟାଳୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବ ସେତେବେଳେ ଆପଣ ନିଜକୁ ଦୋଷୀରେ ସାବ୍ୟସ୍ତ ନ ହେବାକୁ ଚେଷ୍ଟା ତ କରିବେ । ହେଲେ ଆପଣଙ୍କ ନାମରେ ଅଭିଯୋଗ ଆସିବା ମାତ୍ରେ ତ ସମ୍ରାଟ୍ ଯଥାଶୀଘ୍ର ତୁମକୁ କାର୍ଯ୍ୟରୁ ଅନ୍ତର କରି ବିଚାର ଶେଷ ଯାଏଁ ତୁମକୁ ରାମଦାସଙ୍କ ପକ୍ଷଭୁକ୍ତ କରିବେ । ଏଥିରେ କ’ଣ ଆପଣଙ୍କର ଧଳାପୋଷାକରେ କଳାଦାଗ ଲାଗିବ ନାହିଁ?

ମୋତିଲାଲ୍ଙ୍କ ସ୍ତ୍ରୀଙ୍କର ବୁଦ୍ଧି ଥିଲା ବିଚକ୍ଷଣ । ମନେ ମନେ ରାମଦାସଙ୍କୁ ମିତ୍ର ହିସାବରେ ଯେଭଳି ଭାବରେ ଠକେଇ ଦେଲେ ତାହାକୁ କେବେ ଧର୍ମ ସହ୍ୟ କରି ପାରିବ ନାହିଁ । ତେବେ ମୋତିଲାଲ୍ଙ୍କ ସ୍ତ୍ରୀ ସେତେବେଳେ ସ୍ୱାମୀଙ୍କର ବିରୁଦ୍ଧାଚରଣ କରିବାକୁ ଭୟ କରୁଥିଲେ । ମୋତିଲାଲ୍ କିନ୍ତୁ ସେଦିନ ସ୍ତ୍ରୀଙ୍କର ଅଭିଯୋଗକୁ ଗୁରୁତର ଭାବରେ ଗ୍ରହଣ କରି ନେଇଥିଲେ । ସେ ସଙ୍ଗେ ସଙ୍ଗେ ରାମଦାସଙ୍କର ଅପହୃତ କରିନେଇଥିବା ସମସ୍ତ ସମ୍ପତ୍ତିକୁ ଫେରାଇ ଦେଇ ତାଙ୍କର ଗୋଡ ହାତ ଧରି ବିନୀତ ଭାବରେ କହିଥିଲେ ଦେଖ ମିତ୍ର, ତୁମ ପ୍ରତି ମୁଁ ଯେଉଁ ଅନ୍ୟାୟ କରିଥିଲି, ସେଥିପାଇଁ ମୋତେ ନିଶ୍ଚୟ କ୍ଷମା ପ୍ରଦାନ କରିବେ ଆଉ ମଧ୍ୟ ମିତ୍ର ହିସାବରେ ଏକଥାକୁ କୌଣସିଠାରେ ପ୍ରକାଶ କରିବେ ନାହିଁ ।

ମୋତିଲାଲ୍ ରାମଦାସଙ୍କର ସମସ୍ତ ସମ୍ପତ୍ତି ଫେରାଇ ଦେବା ପରେ ରାମଦାସ ବୀରବଲଙ୍କ ନିକଟକୁ ଯାଇ ଭୂରି ଭୂରି ପ୍ରଶଂସା କରିଥିଲେ । କିନ୍ତୁ ବିରବଲଙ୍କ ନିକଟରେ ମୋତିଲାଲ୍ ଯେତେବେଳେ ନିଜର ନିଯୁକ୍ତି ନିମନ୍ତେ ପ୍ରସ୍ତୁତ ହୋଇଯାଆନ୍ତି ବିରବଲ ମୋତିଲାଲ୍ଙ୍କୁ କହିଲେ – ତୁମେ ଆଉଆଗକୁ ଯିବାକୁ ପ୍ରସ୍ତୁତ ହୁଅ ନାହିଁ ମିତ୍ର । ଦଶଦିନ ତଳେ ରାମଦାସ ରାଜଦରବାରରେ ଯେଉଁ ନାଲିସ୍ କରିଥିଲେ ସେଥିରେ ସମ୍ରାଟ ବିଚାର କରି ତୁମକୁ ରାଜ୍ୟ ତ୍ୟାଗ କରିବା ନିମନ୍ତେ ଯେଉଁ ଆଦେଶ ଦେଇଥିଲେ ମୁଁ ତା’ର ପୁନର୍ବିଚାର କରି ଏହି ରାଜ୍ୟରେ ରହିବା ନିମନ୍ତେ ବିଚାରର ମୋଡ ବଦଳାଇ ଦେଇଛି । ତେଣୁ ତୁମର ନ୍ୟାୟପାଳ ନିଯୁକ୍ତି ଉପରେ ଏବେ କଟକଣା ଜାହିର କରାଯାଇଛି । ତୁମେ ବର୍ତ୍ତମାନ କିଛି ଦିନ ପାଇଁ ନୀରବରେ ରହିଯାଅ । ମୁଁ ପୁଣି ପରେ ବିଚାରକୁ ଆଣି ତୁମକୁ ନିଯୁକ୍ତି ଦେବାର ବ୍ୟବସ୍ଥା କରିବି ।

ଏହାପରେ ମୋତିଲାଲ୍ ନିଜର ଲୋଭଯୁକ୍ତ କୁକର୍ମ ନିମନ୍ତେ ଅନୁଶୋଚନା କରିବା ସହିତ ରାମଦାସଙ୍କ ନିକଟକୁ ଯାଇ ସେ କ୍ଷମା ପ୍ରାର୍ଥନା କଲେ ।


Rate this content
Log in

Similar oriya story from Children