STORYMIRROR

ଓଡିଆ ଶିଶୁ ଗପ

Children Comedy

2  

ଓଡିଆ ଶିଶୁ ଗପ

Children Comedy

ଆକବର ବିରବଲ - ୫୪

ଆକବର ବିରବଲ - ୫୪

2 mins
14.9K


ତୁଣ୍ଡ ଖୋଲିଲେ ମୁଣ୍ଡ ରହିବ - ୨

ବିରବଲ ରାଜପଥରେ ଚାଲିଛନ୍ତି । ସେତେବେଳକୁ ଖରା ନଇଁ ଆସୁଥାଏ । ବିରବଲ ଦେଖୁଛନ୍ତି ଅନ୍ଧାର ହୋଇଯିବ । ସମ୍ରାଟ୍ ଙ୍କ ଦେଇଥିବା ଦିବସ ମଧ୍ୟରୁ ଗୋଟିଏ ଦିବସ ଅତିବାହିତ ହୋଇଯିବ । ଏହାଦ୍ୱାରା ବିରବଲଙ୍କ କାର୍ଯ୍ୟର ଅଧୋଗତି ହେବ ।

ସମ୍ରାଟଙ୍କ ଆଦେଶ ଅଛି ଚାରିଦିନ ମଧ୍ୟରେ ଚାରିଜଣ ମୂର୍ଖଲୋକଙ୍କୁ ନେଇ ତାଙ୍କ ନିକଟରେ ହାଜର କରିବେ । ଆଜି ଦିବସରେ ତାଙ୍କ ଲାଗି ଅତି କମ୍ରେ ଗୋଟିଏ ମୂର୍ଖର ଯୋଗାଡ ହେବା ଦରକାର ।

ବିରବଲ ଏହିପରି ଚିନ୍ତାର ଭଉଁରୀ ମଧ୍ୟରେ ଖେଳୁଥିବା ବେଳେ ବିରବଲଙ୍କର ଆଖି ଗୋଟିଏ ଲୋକ ଉପରେ ପଡିଲା । ସେତେବେଳେ ବିରବଲ ଯାହା ଦେଖିଲେ, ତାହା ଦେଖି ସେ ତାଜୁବ୍ ହୋଇଗଲେ । କାରଣ ସେହି ପଥଚଲା ଲୋକଟି ଖୁବ୍ ତରତରରେ ଚାଲୁଥିଲା । ତା’ର ମୁଣ୍ଡ ଉପରେ ଗୋଟିଏ ବଡ ଥାଳି ଥିଲା । ବିରବଲ ଭାବିଲେ ଏ ନିଶ୍ଚୟ ଜଣେ ବୋକା ଲୋକ ହୋଇଥିବେ । ତେଣୁ ବିରବଲଙ୍କ ନିମନ୍ତେ ସେହି ଲୋକଟି ଧରାପଡିବା ଅତ୍ୟନ୍ତ ଜରୁରୀ ।

ଏହାପରେ ସେହି ଲୋକଟିକୁ ଧରିବା ନିମନ୍ତେ ବିରବଲ ଖୁବ୍ ଜୋର୍ରେ ଧାଇଁବାକୁ ଆରମ୍ଭ କଲେ । ବହୁ ସମୟ ତାଙ୍କୁ ଦୌଡିବାକୁ ପଡିଲା । ଯାହାହେଉ ଅଣ ନିଃଶ୍ୱାସୀ ହୋଇ ବିରବଲ ଦୌଡି ଦୌଡି ଯାଇ ସେହି ଲୋକଟିର ପାଖରେ ପହଁଚି ତାକୁ ଅଟକାଇ ଦେଲେ ।

ସେ ଲୋକଟିକୁ ପଚାରିଲେ, ହଇ ହୋ! ତୁମ୍ଭର ବେଗ ଏତେ ପ୍ରଖର କାହିଁକି? ଧୀରେ ଧୀରେ ଚାଲିବାର କ’ଣ ତୁମର ଅଭ୍ୟାସ ନାହିଁ । ତୁମକୁଧରିବା ଲାଗି ମୁଁ ଯେ ବେଦମ୍ ହୋଇଗଲିଣି । କହିବ କି ଏତେ ଶୀଘ୍ର ଚାଲିବାର ତୁମର କାରଣ କ’ଣ?

ବିରବଲଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଲୋକଟି ବେଶ୍ ସୁଖଭୋଗ ମନେ କରୁଥିଲା । ସେ ଆନନ୍ଦରେ କହିଲା – ଶୁଣିବେ ଆପଣେ, ମୋର ଯେ ସ୍ତ୍ରୀ ଥିଲା ମୁଁ ତାକୁ ବହୁତ ଭଲ ପାଉଥିଲି । ଖୁସିର କଥା ଏଇ କେତେ ଦିନ ହେଲା ମୋତେ ଛାଡି ଚାଲିଗଲା ଓ ତା’ର ଖୁସିରେ ସେ ଅନ୍ୟକୁ ବିବାହ କରିଛି । ତା’ଠାରୁ ଅଧିକ ଖୁସିର କଥା ହେଲା ତା’ର ବିବାହର ପର ଘଟଣାରେ ତା’ର ଏବେ ଗୋଟିଏ ଖୁବ୍ ସୁନ୍ଦର ପୁଅ ହେଇଛି । ମୋର ତ ସେ ସ୍ତ୍ରୀ ଥିଲା ତା’ର ପୁଅ ହୋଇଥିବା ଆନନ୍ଦରେ ମୁଁ ବହୁତ ଖୁସି ହୋଇଯାଇଛି । ଦେଖୁ ନାହାଁନ୍ତି ଚାଲିରେ ମୋର ପାଦ ଭୂମିରେ ଲାଗୁନାହିଁ । ମୁଁ ମୋର ପୂର୍ବସ୍ତ୍ରୀର ପୁଅ ହୋଇଥିବାର ସୁଖରେ ଏବେ ସ୍ଥିର କରି ସାରିଛି ମିଠା ବାଂଟିବି । ଏଥି ସହିତ ସ୍ତ୍ରୀ ଲାଗି ଶାଢି, ବ୍ଲାଉଜ୍, ସାୟା ଓ ତା’ର ସ୍ୱାମୀଙ୍କ ଲାଗି ଶାନ୍ତିପୁର ଯୋଡ ମଧ୍ୟ ଯୋଗାଡ କରିଛି । ଏତିକି ଯଦି ମୁଁ ଠିକ୍ ସମୟରେ ପହଁଚାଇ ଦେବି, ସେ ସ୍ୱାମୀ ସ୍ତ୍ରୀ ଦୁଇଜଣ କେତେ ଆନନ୍ଦ ହେବେ କହିଲେ?

ଏତେବେଳଯାଏଁ ବିରବଲ ସେହି ଲୋକଟିର କଥାକୁ ମନଦେଇ ଶୁଣୁଥିଲେ । ମନେ ମନେ ଖୁବ୍ ହସିଲେ, ଆଉ ମଧ୍ୟ ଚିନ୍ତା କଲେ ଏପରି ଲୋକକୁ ସଂସାରରେ ଜଣେ ଉତ୍ତମ ମୂର୍ଖ ଲୋକ ବୋଲି ନିଜ ବିଚାରକୁ ଆଣିବେ ନାହିଁ କାହିଁକି? ତେଣୁ ମୋତେ ଏହି ଲୋକକୁ ସମ୍ରାଟ୍ ଙ୍କ କହିବାନୁସାରେ ତାଙ୍କ ଦରବାରକୁ ନେବା କଥା । ଏହାପରେ ସେହି ବ୍ୟକ୍ତିଙ୍କୁ ବିରବଲ ନିଜର ପରିଚୟ ଦେଇ କହିଲେ, ହେ ମହାଭାଗ! ମୁଁ ତୁମ ସହିତ ଏତେ ସମୟ ଯାଏଁ କଥାରେ ମାତି ଯାଇଥିଲି । ତୁମ୍ଭର କଥାଗୁଡିକ ମଧ୍ୟ ତୁମ୍ଭର କହୁଥିବା ସମୟରେ ମୁଁ ମଧ୍ୟ ତୁମ ପରି ପରମ ସନ୍ତୋଷରେ ଶୁଣୁଥିଲି । ଏଥର ତୁମେ ମୋର ପରିଚୟ ବାବଦରେ ଜାଣ ଯେ, ମୁଁ ସମ୍ରାଟ୍ ଆକବରଙ୍କ ଦରବାରରେ ନବରତ୍ନଙ୍କ ମଧ୍ୟରୁ ଜଣେ ପଣ୍ଡିତ । ମୋର ନାମ ବିରବଲ । କ’ଣ ମୋର ପରିଚୟ କେବେ ଆଗରୁ ଜାଣିଥିଲ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children