ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଆକବର ବିରବଲ - ୪୮

ଆକବର ବିରବଲ - ୪୮

1 min
7.9K


କାହା ମନରେ କ’ଣ ଅଛି

ଥରେ ଆକବରଙ୍କ ଦରବାରରେ କୌଣସି ଏକ ବିଷୟରେ ଆଲୋଚନା ଚାଲିଥାଏ । ହଠାତ୍ ମହାରାଜ କହିଲେ, “ଆପଣମାନେ ତ’ ଏଠାରେ ବହୁ ବିଜ୍ଞ, ପଣ୍ଡିତମାନେ ଉପସ୍ଥିତ ଅଛନ୍ତି । ଆପଣମାନଙ୍କ ମଧ୍ୟରୁ କେହି କହିପାରିବେ କି ବର୍ତ୍ତମାନ ସଭାରେ ଯେତେ ସଭ୍ୟ ଉପସ୍ଥିତ ଅଛନ୍ତି ସେମାନଙ୍କ ମନରେ ବର୍ତ୍ତମାନ କ’ଣ ଅଛି?” ମହାରାଜଙ୍କର ଏ ପ୍ରକାର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କିଏ ବା’ କହିପାରିବ କାହା ମନରେ କ’ଣ ଅଛି? ସମସ୍ତେ ପରସ୍ପର ଆଡକୁ ଚାହୁଁଥାଆନ୍ତି । କାହାରି ମୁହଁରୁ କିଛି ଉତ୍ତର ବାହାରୁନଥାଏ । ସଭା ମଧ୍ୟରେ ବିରବଲ ମଧ୍ୟ ଉପସ୍ଥିତ ଥାଆନ୍ତି । କିଛି ସମୟ ପରେ ବିରବଲ ଆସନରୁ ଉଠିପଡି କହିଲେ, “ମହାରାଜ! ଏଠାରେ ଉପସ୍ଥିତ ଥିବା ସମସ୍ତ ଜନତା ବର୍ତ୍ତମାନ ତାଙ୍କର ପରମ ପ୍ରିୟ ମହାରାଜଙ୍କ କଥା ହିଁ ଚିନ୍ତା କରୁଥିବେ । ସେମାନେ ନିଶ୍ଚୟ ମହାରାଜଙ୍କ ମଙ୍ଗଳ କାମନା କରିବା ସହିତ ତାଙ୍କର ପ୍ରିୟ ମହାରାଜ ଦୀର୍ଘଜୀବି ହୁଅନ୍ତୁ ଏ କଥା ମଧ୍ୟ ଭାବୁଥିବେ । କେବଳ ସେତିକି ନୁହେଁ ସେମାନଙ୍କର ମହାରାଜଙ୍କର ଯଶ ଖ୍ୟାତି ଚାରିଆଡେ ବ୍ୟାପିଯାଉ ଏହା ମଧ୍ୟ କାମନା କରୁଥିବେ ।” ବିରବଲଙ୍କ କଥା ଶୁଣି ମହାରାଜ୍ ଆକବର ଆଶ୍ଚର୍ଯ୍ୟ ହୋଇଗଲେ । ବିରବଲଙ୍କୁ ପଚାରିଲେ, “ବିରବଲ! ତୁମେ କେମିତି ଏକଥା ଜାଣିଲ ଯେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ମୋର ମଙ୍ଗଳ କାମନା କରୁଥିବେ ।” ମହାରାଜଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ! ଆପଣ ଜଣ ଜଣକୁ ପରୀକ୍ଷା କରି ଦେଖନ୍ତୁ ତ’ ମୁଁ ଠିକ୍ କହୁଛି କି ନାହିଁ ।” ରାଜା ଯେମିତି ପଚାରିଲେ, ଉପସ୍ଥିତ ଥିବା ସମସ୍ତ ଜନତା ଏକ ସ୍ୱରରେ କହି ଉଠିଲେ, “ମହାରାଜ! ବିରବଲ ଯାହା କହିଲେ ତାହା ଠିକ୍ । ଆମ୍ଭେମାନେ ସମସ୍ତେ ଆପଣଙ୍କର ମଙ୍ଗଳ କାମନା କରୁଅଛୁ ।” ସଭ୍ୟମାନଙ୍କ କଥା ଶୁଣି ରାଜା ବିରବଲଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଲେ ।


Rate this content
Log in

Similar oriya story from Children