STORYMIRROR

ଓଡିଆ ଶିଶୁ ଗପ

Children Classics Comedy

2  

ଓଡିଆ ଶିଶୁ ଗପ

Children Classics Comedy

ଆକବର ବିରବଲ - ୪୫

ଆକବର ବିରବଲ - ୪୫

2 mins
15.1K


ଈର୍ଷାପରାୟଣ ସଭ୍ୟ

ବିରବଲ ତାଙ୍କର ଚତୁରତା ପାଇଁ ଦିନକୁ ଦିନ ଲୋକପ୍ରିୟ ହୋଇପଡୁଥାଆନ୍ତି । ରାଜା ଆକବର ମଧ୍ୟ କୌଣସି ମୁହୁର୍ତ୍ତ ରେ ବିରବଲଙ୍କୁ ପାଖଛଡା କରୁନଥାନ୍ତି । ରାଜା ଯେ କୌଣସି କାର୍ଯ୍ୟ କରିବସିଲେ ପ୍ରଥମେ ବିରବଲଙ୍କୁ ପଚାରୁଥିଲେ । ତାଙ୍କୁ ନଜଣାଇ କୌଣସି କାର୍ଯ୍ୟ କରାଯାଉନଥିଲା । ଏହା ଦେଖି ଆକବରଙ୍କ ଦରବାରରେ ଥିବା ଅନ୍ୟ ମନ୍ତ୍ରୀମାନେ ଈର୍ଷାପରାୟଣ ହୋଇଉଠୁଥିଲେ । ଦିନେ ସେମାନେ ସମସ୍ତେ ଏକତ୍ରିତ ହୋଇ ମହାରାଜଙ୍କୁ କହିଲେ, “ମହାରାଜ! ଆପଣ ସବୁ କାମରେ ବିରବଲଙ୍କୁ ହିଁ ଲୋଡୁଛନ୍ତି । ଆମ୍ଭେମାନେ କ’ଣ ରାଜ ସଭାରେ କେହି ନୁହେଁ? ମନ୍ତ୍ରୀ ଗଣଙ୍କ କଥା ଶୁଣି ଆକବର କିଛି ନକହି ନୀରବ ରହିଗଲେ । ମନ୍ତ୍ରୀଗଣଙ୍କୁ ଆଶ୍ୱାସନା ଦେବାକୁ ଯାଇ କହିଲେ, “ଆପଣମାନେ ଯଦି ଏପରି ଭାବୁଛନ୍ତି ତା’ହେଲେ ମୁଁ ଆପଣମାନଙ୍କୁ ଏକ ସରଳ ପ୍ରଶ୍ନ ପଚାରିବି । ଆପଣମାନେ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିଲେ ମୁଁ ଏଥର ଆପଣମାନଙ୍କୁ ଗୁରୁତ୍ୱ ଦେବି ।” ମନ୍ତ୍ରୀମାନେ ମଧ୍ୟ ରାଜାଙ୍କ କଥାରେ ଏକମତ ହେଲେ ।

ରାଜା କହିଲେ, “ଜଣେ ଲୋକକୁ ଯଦି ଛଅ ଗ୍ଲାସ ମଦ ପିଇବା ପାଇଁ ଦିଆଯାଏ ତା’ହେଲେ ତା’ର କି ଅବସ୍ଥା ହେବ?” ପ୍ରଶ୍ନ ଶୁଣିବା ପରେ ଜଣେ ମନ୍ତ୍ରୀ ବାହାରିପଡି କହିଲେ, “ମହାରାଜ! ସେ ଛଅ ଗ୍ଲାସ କାହିଁକି ଆହୁରି ଯେତେ ଦେଲେ ମଧ୍ୟ ସେ ପିଉଥିବ । ଅନ୍ୟ ଅର୍ଥରେ କହିଲେ ତାର ଆଶା ମେଂଟିବା ପର୍ଯ୍ୟନ୍ତ ସେ ପିଉଥିବ । ମନ୍ତ୍ରୀମାନଙ୍କ ଉତ୍ତର ଶୁଣି ସାରିବା ପରେ ରାଜା ବିରବଲଙ୍କୁ ସେହି ଏକା ପ୍ରଶ୍ନ ପଚାରିଲେ । ଉତ୍ତର ଦେବାକୁ ଯାଇ ବିରବଲ କହିଲେ, “ମହାରାଜ! ଜଣେ ବ୍ୟକ୍ତି ଯେତେବେଳେ ପ୍ରଥମେ ଗୋଟେ ଗ୍ଲାସ୍ ମଦ ପିଇବ ତାକୁ କିଛି ଜଣା ପଡିବ ନାହିଁ । ପୁଣି ଦ୍ୱିତୀୟ ଥର ପିଇଲେ ତାକୁ ପାରା ଘୁମୁରିଲା ପରି ଲାଗିବ । ତୃତୀୟ ଗ୍ଲାସ୍ ପିଇଲେ ସେ ଘୋଡା ହ୍ରେସାରବ କଲାପରି କରିବ । ଚତୁର୍ଥ ଗ୍ଲାସ୍ ପିଇଲା ପରେ ସେ ହାତୀ ପରି ବ୍ୟବହାର କରିବ । ପଂଚମ ଗ୍ଲାସ୍ ପିଇବା ପରେ ସେ ଗଧ ପରି ଆଚରଣ କରିବ । ଷଷ୍ଠ ଗ୍ଲାସ୍ ମଦ ପିଇଲା ବେଳକୁ ସେ ନିଜେ ମଦରେ ପରିଣତ ହୋଇଯାଇଥିବ ।”

ବିରବଲଙ୍କ କଥା ଶୁଣିବା ପରେ ଆକବର କହିଲେ, “ଦେଖିଲ ତ, ବିରବଲ କେମିତି ମଜାରେ ଉତ୍ତର ଦେଲେ । ସେ କେବେ ସଂକ୍ଷିପ୍ତ ଉତ୍ତର ଦେବାକୁ ପସନ୍ଦ କରନ୍ତି ନାହିଁ । ତୁମ୍ଭେମାନେ ସମସ୍ତେ ଗୋଟିଏ ଧାଡିରେ କହି ଉତ୍ତର ଶେଷ କରିଦେଲ । ସେ ପ୍ରକୃତରେ ଲକ୍ଷ୍ୟ କରିଛନ୍ତି ଗୋଟିଏ ପରେ ଗୋଟିଏ ଗ୍ଲାସ୍ ମଦ ପିଇବା ପରେ ମନୁଷ୍ୟ ଠାରେ ଦେଖାଦେଉଥିବା ପରିବର୍ତ୍ତନକୁ । ବିରବଲ କଦାପି ଭୁଲ୍ କରିବେ ନାହିଁ ସେ ବିଶ୍ୱାସ ମୋର ଅଛି । କୌଣସି ସମସ୍ୟା ଉପୁଜିଲେ ମଧ୍ୟ ସେ ତାକୁ ସହଜରେ ସମାଧାନ କରିଦେଇ ପାରିବେ । ମହାରାଜାଙ୍କ କଥା ଶୁଣିବାପରେ ମନ୍ତ୍ରୀମାନଙ୍କ ପାଟିରୁ କଥା ବାହାରୁ ନଥାଏ । ବିରବଲ ମଧ୍ୟ ମହାରାଜାଙ୍କର ତାଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧାକୁ ହୃଦୟଙ୍ଗମ କରି ମନେ ମନେ ଖୁସି ଅନୁଭବ କରୁଥାଆନ୍ତି ।


Rate this content
Log in

Similar oriya story from Children