ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୪

ଆକବର ବିରବଲ - ୪

1 min
7.0K


ତିନୋଟି ଗଧଙ୍କର ବୋଝ

ଦିନେ ମହାରାଜ ଆକବର ତାଙ୍କର ଦୁଇ ପୁତ୍ରଙ୍କୁ ଧରି ନଦୀରେ ଗାଧୋଇବା ପାଇଁ ମନ କଲେ । ସେଥିପାଇଁ ଦିନ ଧାର୍ଯ୍ୟ ହେଲା । ନିର୍ଦ୍ଦିଷ୍ଟ ଦିନ ଆକବର ଦୁଇ ପୁତ୍ର ଓ ବିରବଲଙ୍କୁ ସାଂଗରେ ନେଇ ଗାଧୋଇବା ପାଇଁ ବାହାରିଲେ । ନଦୀ କୂଳରେ ପହଁଚିବା ପରେ ସେମାନେ ସମସ୍ତେ ନିଜ ନିଜର ବସ୍ତ୍ର ଓହ୍ଲାଇ ବିରବଲଙ୍କୁ ଧରିବା ପାଇଁ ଦେଲେ । ବିରବଲ ସେମାନଙ୍କର ବସ୍ତ୍ର କାନ୍ଧରେ ପକାଇ ନଦୀ କୂଳରେ ଠିଆ ହୋଇଥାଆନ୍ତି ।

ମହାରାଜ୍ ଆକବର ଏହି ସମୟରେ ଖୁବ୍ ଖୁସି ମନରେ ଥିଲେ । ବିରବଲଙ୍କୁ କହିଲେ – “ବିରବଲ! ତୁମେ ଠିକ୍ ଏକ ଧୋବାର ଲୁଗାପଟା ପିଠି ଉପରେ ବହନ କରିଥିବା ଗଧ ପରି ଦେଖାଯାଉଛ ।”

ବିରବଲ ତ’ ମହାଚତୁର । ସଂଗେ ସଂଗେ ମହାରାଜ୍ ଙ୍କୁ କହିଲେ – “ମହାରାଜ୍! ମୁଁ କେବଳ ଗୋଟିଏ ଗଧ ନୁହେଁ । ତିନି ତିନିଟା ଗଧଙ୍କର ଯେତିକି ଲୁଗାପଟା ବୋଝ ସେସବୁକୁ ପରା ବହନ କରିଛି ।”

ବିରବଲଙ୍କ କଥା ଶୁଣି ମହାରାଜ୍ ଆକବର ତାଙ୍କୁ କ’ଣ କହିବେ କିଛି ଜାଣି ପାରିଲେ ନାହିଁ ।

ତେଣୁ ଏଠାରେ ତିନୋଟି ଗଧ କିଏ? ମହାରାଜ୍ ଏବଂ ତାଙ୍କର ଦୁଇଟି ପୁତ୍ର ହେଉଛନ୍ତି ତିନୋଟି ଗଧ ।


Rate this content
Log in

Similar oriya story from Children