STORYMIRROR

ଓଡିଆ ଶିଶୁ ଗପ

Children Comedy

2  

ଓଡିଆ ଶିଶୁ ଗପ

Children Comedy

ଆକବର ବିରବଲ - ୩୩

ଆକବର ବିରବଲ - ୩୩

1 min
15.1K


ତମାଖୁ ଶରୀର ପାଇଁ କ୍ଷତିକାରକ

ବିରବଲଙ୍କର ଏକ ବଦଭ୍ୟାସ ଥିଲା । ସେ ତମାଖୁ ସେବନ କରିବାପାଇଁ ଭଲ ପାଉଥିଲେ । ଦିନରେ ଥରେ ଦୁଇଥର ସେ ତମାଖୁ ସେବନ କରୁଥିଲେ । ଆକବର କିନ୍ତୁ ବିରବଲଙ୍କର ଏପରି ଅଭ୍ୟାସକୁ ଆଦୌ ପସନ୍ଦ କରୁନଥିଲେ । କେମିତି ବିରବଲ ଏହି ଅଭ୍ୟାସ ଛାଡିବେ ସେ ମନେ ମନେ ଭାବୁଥାଆନ୍ତି । ଦିନେ ଆକବର ଏବଂ ବିରବଲ ରାଜ୍ୟ ଭ୍ରମଣରେ ବାହାରି ପଡିଲେ । ବାଟରେ ଯାଉ ଯାଉ ତମାଖୁ କରାଯାଇଥିବା ସ୍ଥାନଟି ପଡିଲା । ସେହି ସମୟରେ ଗୋଟିଏ ଗଧ ରାସ୍ତା ଆର ପଟୁ ଆସି ତମାଖୁ କିଆରୀରେ ପ୍ରବେଶ କଲା । ହେଲେ ସଂଗେ ସଂଗେ ଫେରି ଆସିଲା ।

ରାଜା ଏସବୁ ଘଟଣା ଦେଖୁଥାଆନ୍ତି । ସେ ସଂଗେ ସଂଗେ ବିରବଲଙ୍କୁ କହିଲେ, “ବିରବଲ! ଯଦି ଏହି ଗଧଟି ତମାଖୁ କୁ ଘୃଣା କରି ତମାଖୁ କିଆରୀରେ ପଶୁ ନାହିଁ, ତୁମେ ଜଣେ ମଣିଷ ହୋଇ ତମାଖୁ ସେବନ କିପରି କରୁଛ? ଆକବରଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ! କେବଳ ଗଧମାନେ ହିଁ ତମାଖୁକୁ ଘୃଣା କରନ୍ତି ।” ବିରବଲଙ୍କ କଥା ଶୁଣି ରାଜା ରାଗିଯାଇ କହିଲେ, “ବିରବଲ ସବୁ ସମୟରେ ଥଟ୍ଟା, ମଜା କରାଯାଏନି । ତମାଖୁକୁ କାହିଁକି ଘୃଣା କରାଯାଏ ଜାଣିଛ? ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ । ତେଣୁ ମୁଁ ଚାହୁଁଛି ତୁମେ ଏହି ବଦଭ୍ୟାସ ଛାଡିଦିଅ । ତୁମେ ଯେତେ ଚତୁର କଥା କହିଲେ ମଧ୍ୟ ସତ୍ୟକୁ କେବେ ଘୋଡାଇ ପାରିବ ନାହିଁ ।”

ଆକବରଙ୍କ କଥା ଶୁଣି ବିରବଲ ସଂଗେ ସଂଗେ ସେହି ବଦଭ୍ୟାସ ଛାଡିଦେବାପାଇଁ ପ୍ରତିଜ୍ଞା କଲେ । ସତକୁ ସତ ମଧ୍ୟ ବିରବଲ ତମାଖୁ ସେବନ ଛାଡି ଦେଇଥିଲେ ।


Rate this content
Log in

Similar oriya story from Children