STORYMIRROR

ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୨୬

ଆକବର ବିରବଲ - ୨୬

2 mins
14.4K


କୃପଣ ବଣିକ - ୨

 ସବୁ ବିଷୟ ଶୁଣିସାରିବା ପରେ ବିରବଲ ଧନୀ ବ୍ୟକ୍ତିଙ୍କୁ ତାଙ୍କ ଘରକୁ ଡକାଇଲେ । ପୂର୍ବରୁ ହରିନାଥ ଆସି ସେଠାରେ ପହଁଚି ସାରିଥାଆନ୍ତି । ଚିତ୍ରଟି ଗୋଟିଏ କୋଣରେ ରଖାଯାଇଥାଏ । ଚିତ୍ରଟି ପୂରା ଅବିକଳ ଧନୀ ବ୍ୟକ୍ତିଙ୍କ ମୁଖମଣ୍ଡଳ ସହିତ ମିଶିଯାଉଥାଏ । ବିରବଲ ଧନୀ ବ୍ୟକ୍ତିଙ୍କୁ ପଚାରିଲେ, “ମହାଶୟ! ଏହି ଛବିଟି ଆପଣଙ୍କର? ଧନୀ ବ୍ୟକ୍ତି ‘ହଁ’ ମାରିଲେ ସତ କିନ୍ତୁ କହିଲେ, ଛବିଟି ଜୀବନ୍ତ ହୋଇନାହିଁ । ଧନୀ ବ୍ୟକ୍ତିଙ୍କ କଥା ଶୁଣି ହରିନାଥ କହିଲେ, “ଆଜ୍ଞା! ମୁଁ ଦୁଇ ଦୁଇଥର ଛବି ଆଙ୍କି ସାରିଲିଣି, ହେଲେ ଏ ବ୍ୟକ୍ତି ସବୁ ସମୟରେ ଦୋଷ ଗୁଣ ବାହାର କରୁଛନ୍ତି । ତେଣୁ ମୁଁ ପ୍ରତିଶ୍ରୁତି ଦେଉଛି ଆସନ୍ତାକାଲି ପୁଣିଥରେ ଏହାଙ୍କର ଅବିକଳ ଛବି ଆଙ୍କି ନେଇ ଆସିବି ।”

ହରିନାଥଙ୍କର କଥା ଶୁଣି ଧନୀବ୍ୟକ୍ତି ଭାବିଲେ, “ଏତେ କମ୍ ସମୟ ମଧ୍ୟରେ ଚିତ୍ର ଆଙ୍କିଲେ ମୁଁ ସହଜରେ ଦୋଷ ବାହାର କରିପାରିବି ଏବଂ ତାକୁ ପାଉଣା ଦେବାକୁ ପଡିବ ନାହିଁ ।” ଏହାଭାବି ପରଦିନ ଧନୀ ବ୍ୟକ୍ତି ବିରବଲଙ୍କ ଘରେ ଯାଇ ପହଁଚିଗଲେ । ଧନୀ ବ୍ୟକ୍ତିଙ୍କର ଅବିକଳ ପ୍ରତିଛବି ଘର କୋଣରେ ଥୁଆ ହୋଇଥାଏ । ପ୍ରତିଛବିଟିକୁ ଏକ କପଡାରେ ଘୋଡାଯାଇଥାଏ । ବିରବଲ ଧନୀ ବ୍ୟକ୍ତିଙ୍କୁ ନେଇ ଚିତ୍ର ସାମ୍ନାରେ ଠିଆ କରେଇଲେ । ଏହାପରେ ଚିତ୍ର ଉପରୁ କପଡାଟିକୁ କାଢିଦେଲେ । ଧନୀ ବ୍ୟକ୍ତି ଚିତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ । ଧନୀ ବ୍ୟକ୍ତି ପୁଣି ଚାଲାକିରେ କହିଲେ, “ଏହା ତ’ ଚିତ୍ର ନୁହେଁ । ଏହା ଗୋଟିଏ ଦର୍ପଣରେ ମୋର ପ୍ରତିଛବି । ଧନୀ ବ୍ୟକ୍ତିଙ୍କ କଥା ଶୁଣି ବିରବଲ କହିଲେ, “ହରିନାଥ ତୁମକୁ କଥା ଦେଇଥିଲେ ତୁମର ଜୀବନ୍ତ ପ୍ରତିଛବି ଆଙ୍କିବା ପାଇଁ । ଏହା ତ’ ସେ କରି ଦେଖାଇ ଦେଇଛନ୍ତି । ତୁମେ ଯେହେତୁ ଏହି ଛବିରୁ କୌଣସି ଦୋଷ ଗୁଣ ବାହାର କରିପାରୁନ ସେଥିପାଇଁ ତୁମକୁ ଏକ ହଜାର ସ୍ୱର୍ଣ୍ଣ ମୁଦ୍ରା ଦେବାକୁ ପଡିବ । ବିଚରା କୃପଣ ଧନୀ ବ୍ୟକ୍ତି ଜଣକ ଆଉ କିଛି ନକହି ହରିନାଥଙ୍କୁ ଏକ ହଜାର ସ୍ୱର୍ଣ୍ଣମୁଦ୍ରା ଦେଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children