ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୨୪

ଆକବର ବିରବଲ - ୨୪

1 min
7.4K


ନୂତନ ପଞ୍ଜିକା

ଥରେ ମହାରାଜ୍ ଆକବର ଗମ୍ଭୀର ଅବସ୍ଥାରେ ବସି କୌଣସି କଥା ଚିନ୍ତା କରୁଥାଆନ୍ତି । ହଠାତ୍ ରାଜାଙ୍କ ମନକୁ ଏକ ଅଦ୍ଭୁତ ଖିଆଲ ଆସିଲା । ରାଜା ମନେ ମନେ ଭାବିଲେ ଗୋଟିଏ ମାସ ଯଦି ତିରିଶ ଦିନ ନହୋଇ ଷାଠିଏ ଦିନ ହୁଅନ୍ତା ତା’ହେଲେ ବହୁତ ଭଲ ହୁଅନ୍ତା । ଏହି କଥା ମଧ୍ୟ ରାଜା ମନ୍ତ୍ରୀମାନଙ୍କ ଆଗରେ ପ୍ରକାଶ କଲେ ।

ରାଜାଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ! ଆପଣଙ୍କ ଖିଆଲ୍ଟା କିଛି ମନ୍ଦ ନୁହେଁ । ତିରିଶ ଦିନ ଷାଠିଏ ଦିନରେ ପରିଣତ ହେବା କିଛି କଷ୍ଟକର କଥା ନୁହେଁ । ତାହାତ’ ସଂଗେ ସଂଗେ ହୋଇଯିବ । ହେଲେ ଗୋଟିଏ ଅସୁବିଧା ରହିଛି ।” ବିରବଲଙ୍କ କଥା ଶୁଣିବାପରେ ରାଜା ଅସୁବିଧା ସଂପର୍କରେ ଜାଣିବାକୁ ଚାହିଁଲେ । ବିରବଲ କହିଲେ, “ମହାରାଜ! ତା’ହେଲେ ନୂତନ ପଂଜିକା ଅନୁଯାୟୀ ଗୋଟିଏ ପୂର୍ଣ୍ଣିମା ବଦଳରେ ଦୁଇଟି ହେବ । ସମାଜର ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ଜଣକ ବଦଳରେ ଦୁଇଦୁଇଟା ନାରୀଙ୍କୁ ବିବାହ କରିବେ । ତା’ହେଲେ ମହାରାଜ ଆପଣ ଗୋଟିଏ କାମ କରନ୍ତୁ । ଆପଣ ଚନ୍ଦ୍ର ଦେବଙ୍କୁ ଆଦେଶ ଦିଅନ୍ତୁ ସେ ପୂର୍ଣ୍ଣରୂପ ଗ୍ରହଣ କରିବାକୁ ଷାଠିଏ ଦିନ ସମୟ ନେବେ ।”

ବିରବଲଙ୍କ କଥା ଶୁଣି ରାଜା ନିଜ ବୋକାମୀ ସଂପର୍କରେ ଜାଣିପାରିଲେ । ସେହି ଦିନଠାରୁ ଆଉ କେବେ ରାଜା ନୂତନ ପଂଜିକା କରିବା କଥା ମନରେ ଚିନ୍ତା ମଧ୍ୟ କଲେ ନାହିଁ ।


Rate this content
Log in

Similar oriya story from Children