STORYMIRROR

ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୧୮

ଆକବର ବିରବଲ - ୧୮

2 mins
14.5K


ଯେସାକୁ ତେସା

ବିରବଲଙ୍କ କଥା ଶୁଣିବା ପରେ ରବି ଦାସ୍ ତାଙ୍କର ବାଲ୍ୟକାଳର ବନ୍ଧୁ ମାୟା ଦାସ୍ ଙ୍କ ଘରକୁ ଯାଇ ତାଙ୍କର ଉପାୟ ସଂପର୍କରେ କହିଲେ । ରବି ଦାସ୍ ଙ୍କ କହିବା ଅନୁଯାୟୀ ମାୟା ଦାସ୍ ଖାଦ୍ୟ ପଦାର୍ଥର ପୁରା ବନ୍ଦୋବସ୍ତ କରିଦେଲେ । ଏହାପରେ ରବି ଦାସ୍ ଧନୀବ୍ୟକ୍ତିଙ୍କ ପାଖରେ ଯାଇ ପହଁଚି କହିଲେ, “ମହାଶୟ! ଆପଣ ଏ ସହରର ଜଣେ ମାନ୍ୟ ଗଣ୍ୟ ବ୍ୟକ୍ତି ହୋଇଥିବାରୁ ଆପଣ ମୋ ଘରେ ଥରେ ପଦାର୍ପଣ କରନ୍ତୁ । ମୁଁ ଆଜି ରାତିରେ ଏକ ଭୋଜିର ଆୟୋଜନ କରୁଛି । ମୁଁ ଆପଣଙ୍କୁ ସୁନା ଥାଳୀରେ ଖାଇବାକୁ ଦେବି ଏବଂ ଖାଇବା ପରେ ଆପଣଙ୍କୁ ସେହି ଥାଳୀଟି ଦେଇଦେବି ।”

ରବି ଦାସ୍ ଙ୍କ କଥା ଶୁଣିବା ପରେ ଧନୀ ବ୍ୟକ୍ତିର ମନରେ ଲୋଭ ଜାତ ହେଲା । ଠିକ୍ ରାତି ହେବାରୁ ଧନୀ ବ୍ୟକ୍ତି ରବି ଦାସ୍ ଙ୍କ ଘରକୁ ଯିବାକୁ ବାହାରିଲେ । ରବି ଦାସ୍ ଙ୍କ ଘରେ ପହଁଚିବା ପରେ ଧନୀବ୍ୟକ୍ତିଙ୍କ ସହିତ ରବି ଦାସ୍ ଏବଂ ତାଙ୍କର ବନ୍ଧୁ ବେଶ୍ ଗପସପରେ ମାତିଗଲେ । କିଛି ସମୟ ଅତିକ୍ରାନ୍ତ ହୋଇଗଲା । ଧନୀ ବ୍ୟକ୍ତିଙ୍କୁ ପ୍ରବଳ ଭୋକ ଲାଗିଲାଣି । ରାତି ବେଶୀ ହେବାରୁ ସେ ବାଧ୍ୟ ହୋଇ ରବି ଦାସ୍ ଙ୍କୁ ଖାଇବାକୁ ଯିବା କଥା ପଚାରିଲେ । ଧନୀ ବ୍ୟକ୍ତିଙ୍କ ପ୍ରଶ୍ନ ଶୁଣି ମାୟା ଦାସ୍ ଆଶ୍ଚର୍ଯ୍ୟ ହୋଇ ଓଲ୍ଟା ପ୍ରଶ୍ନ ପଚାରିଲେ, “ଖାଦ୍ୟ, କଣ ଖାଦ୍ୟ?” ଧନୀବ୍ୟକ୍ତି ମଧ୍ୟ ଏପରି କଥା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଲେ । ସେ କହିଲେ, “ମୋତେ ଆପଣମାନେ କାଲି ମୋ ଘରକୁ ଯାଇ ମୋତେ ଏଠାକୁ ଆସିବା ପାଇଁ କହିଥିଲେ ଏବଂ ସୁବର୍ଣ୍ଣ ଥାଳୀରେ ଖାଦ୍ୟ ଦେଇ ସେ ଥାଳୀ ନେବା ପାଇଁ ମଧ୍ୟ କହିଥିଲେ ।”

ଧନୀବ୍ୟକ୍ତିଙ୍କ କଥା ଶୁଣି ରବି ଦାସ୍ କହିଲେ, “କ’ଣ ପ୍ରମାଣ ଅଛି ଯେ, ଆମେ କାଲି ଆପଣଙ୍କୁ ଏଠାକୁ ଡାକିଥିଲୁ?” ରବି ଦାସଙ୍କର କଥା ଶୁଣି ଧନୀ ବ୍ୟକ୍ତିଙ୍କର ମନ ଦୁଃଖ ହୋଇଗଲା । ଠିକ୍ ଏହି ସମୟରେ ବିରବଲ ଆସି ସେଠାରେ ପହଁଚିଗଲେ । ଧନୀ ବ୍ୟକ୍ତିଙ୍କୁ କହିଲେ, “ମହାଶୟ! ଆପଣ ମନେପକାନ୍ତୁ, ରବି ଦାସ୍ ଙ୍କ କବିତା ଶୁଣି ଆପଣ କ’ଣ କହିଥିଲେ? ତୁମେ ମଧ୍ୟ ତାଙ୍କ ପ୍ରତି ଠିକ୍ ଏହିପରି ବ୍ୟବହାର କରିଥିଲ ।”

ବିରବଲଙ୍କ କଥା ଶୁଣି ଧନୀ ବ୍ୟକ୍ତି ତାଙ୍କର ଭୁଲ ବୁଝି ପାରିଲେ । ଏହାପରେ ସମସ୍ତେ ସାଂଗ ହୋଇ ଭୋଜନ କଲେ । ପରଦିନ ଧନୀବ୍ୟକ୍ତି ରବି ଦାସ୍ କହିଥିବା କଥା ଅନୁଯାୟୀ ପୁରସ୍କାର ପ୍ରଦାନ କଲେ । ରବିଦାସ୍ ବିରବଲଙ୍କର ଚତୁରତାର ପ୍ରଶଂସାରେ ଶତମୁଖ ହୋଇ ପଡୁଥାଆନ୍ତି ।

ଏହିପରି ବିରବଲ ତାଙ୍କର ଚତୁରତା ବଳରେ ସବୁ ସମସ୍ୟାର ସମାଧାନ କରିଦେଇ ପାରୁଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children