STORYMIRROR

ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୧୬

ଆକବର ବିରବଲ - ୧୬

1 min
14.7K


ଆକାଶରେ କେତେ ତାରା?

ସବୁ ସମୟରେ ଆକବର ନାନାଦି ଚତୁର ପ୍ରଶ୍ନ ପଚାରି ବିରବଲଙ୍କ ଠାରୁ ଉତ୍ତର ଆଦାୟ ତାଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ବିରବଲ ମଧ୍ୟ ଆକବରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରୁଥିଲେ । ଦିନେ ରାତିରେ ଚନ୍ଦ୍ରାଲୋକରେ ଆକବର ଏବଂ ବିରବଲ ବଗିଚାରେ ବସି କଥାବାର୍ତ୍ତା କରୁଥାଆନ୍ତି । ଆକବର ଆକାଶକୁ ଚାହିଁଲେ । ତାରାମାନଙ୍କୁ ଦେଖି ହଠାତ୍ ତାଙ୍କ ମନରେ ଏକ ପ୍ରଶ୍ନ ଆସିଲା । ସେ ସଂଗେ ସଂଗେ ବିରବଲଙ୍କୁ କହିଲେ, “ବିରବଲ! କହିଲ ଦେଖି ଆକାଶରେ ତାରାମାନଙ୍କ ସଂଖ୍ୟା କେତେ?”

ବିରବଲ ଚଟାପଟ୍ ଉତ୍ତର ଦେଲେ, “ହଜୁର୍! ଆପଣ ଯଦି ମୋତେ ସମୁଦ୍ରରେ ଥିବା ଜଳର ପରିମାଣ ସଂପର୍କରେ ଜଣାଇପାରିବେ ମୁଁ ଆପଣଙ୍କୁ ଆକାଶରେ ତାରାମାନଙ୍କର ସଂଖ୍ୟା କହିପାରିବି ।” ବିରବଲଙ୍କ କଥା ଶୁଣିବା ପରେ ଆକବରଙ୍କ ପାଖରେ କହିବା ପାଇଁ ଆଉ କିଛି ନଥିଲା । ନିଜର ଅବାନ୍ତର ପ୍ରଶ୍ନ ସଂପର୍କରେ ସେ ଜାଣି ପାରିଲେ । ତେଣୁ ସେ ବିରବଲଙ୍କୁ କିଛି ନକହି ଚୁପ୍ ରହିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children