STORYMIRROR

ଓଡିଆ ଶିଶୁ ଗପ

Children Classics Comedy

2  

ଓଡିଆ ଶିଶୁ ଗପ

Children Classics Comedy

ଆକବର ବିରବଲ - ୧୨୨

ଆକବର ବିରବଲ - ୧୨୨

2 mins
9.7K


ଯାହା ହୁଏ ତାହା ମଙ୍ଗଳ ପାଇଁ-୩

ହଠାତ୍ ତାଙ୍କର କାନରେ ତାଙ୍କର ସମ୍ମୁଖ ଦିଗରୁ ଲୋକମାନଙ୍କର କୋଳାହଳ ଶୁଭିଲା । ରାଜାଙ୍କ ମନ ମଧ୍ୟରେ ଆଉ ଏକ ନୂଆ ଆଶା ସଂଚାର ହେଲା । ସମ୍ରାଟ୍ ଭାବିଲେ ଯେ ଯାହାହେଉ, ଏହି ଲୋକମାନଙ୍କର ସାହାଯ୍ୟ ପାଇ ଅରଣ୍ୟ ମଧ୍ୟରୁ ବାହାରି ସେ ଜାଣିବା ରାସ୍ତାରେ ଯିବେ । ତା’ପରେ ନିଜ ଉଆସ ଆଡକୁ ଅଶ୍ୱ ଛୁଟାଇବେ ।

କିନ୍ତୁ ସମ୍ରାଟଙ୍କର ଚିନ୍ତାଧାରା ସଂପୂର୍ଣ୍ଣ ଓଲଟା ହୋଇଗଲା । ସେମାନେ ଥିଲେ ସେହି ଅରଣ୍ୟରେ ବାସ କରୁଥିବା ଅଧିବାସୀମାନେ । ସେମାନେ ଅରଣ୍ୟ ମଧ୍ୟରେ ତାଙ୍କ ପାଇଁ କୌଣସି ଶତ୍ରୁ ଆସିଥିବାର ଜାଣି ସମ୍ରାଟ୍ ଆକବରଙ୍କ ନିକଟରେ ପହଁଚିଗଲେ ।

ଏହି ଅଧିବାସୀମାନେ ଯେ ଏତେ ଅଧିକ ପରିମାଣରେ ଥିଲେ ତାହା ସମ୍ରାଟଙ୍କ ଲାଗି ବିପଦର କାରଣ ହୋଇଥିଲା । କେବଳ ପାଖରେ ଥିଲା ଏକମାତ୍ର ତାଙ୍କର ଖଣ୍ଡିଏ ତରବାରୀ । ସମ୍ରାଟଙ୍କ ତରବାରୀ ଆଉ ତାଙ୍କ ଲାଗି କୌଣସି କାମ ଦେଲା ନାହିଁ । ସମ୍ରାଟ୍ ସେଦିନ ଅକାଳରେ ପଡି ଆଦିବାସୀମାନଙ୍କ ଦ୍ୱାରା ବନ୍ଧା ହେଲେ ।

କଥା କିନ୍ତୁ ସେତିକିରେ ସରିଲା ନାହିଁ । ଆଦିବାସୀମାନଙ୍କର ସେତେବେଳେ ଅରଣ୍ୟ ମଧ୍ୟରେ ତାଙ୍କର ଆରାଧ୍ୟ ଦେବୀଙ୍କ ପୂଜା ଚାଲିଥାଏ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦେବୀଙ୍କ ପୂଜା ଶେଷରେ ସେଠାରେ ଗୋଟିଏ ଛାଗବଳି ଓ ଗୋଟାଏ ନରବଳିର ମାନସିକ ଥାଏ । ଆଦିବାସୀମାନେ ଦୁଇଦିନ ଆଗରୁ କାହାର ଏକ ଛାଗକୁ ବାନ୍ଧି ଆଣି ନିଜ ପାଖରେ ରଖି ସାରି ଏବେ ସେ ଜଣେ ମନୁଷ୍ୟ ଖୋଜୁଥିଲେ ।

ଏବେ ଆଦିବାସୀମାନେ ଖୁବ୍ ଆନନ୍ଦ । ଆଉ ତାଙ୍କୁ ନରବଳି ନିମନ୍ତେ କୌଣସି ମନୁଷ୍ୟକୁ ଖୋଜିବାର ଆବଶ୍ୟକତା ନାହିଁ । ଏବେ ସେମାନେ ସିଦ୍ଧାନ୍ତ କଲେ ଯେ, ଦେବୀଙ୍କ ପାଖରେ ଏହି ଲୋକଟା ହିଁ ଉପଯୁକ୍ତ ।

ଏହାପରେ ଦେବୀଙ୍କ ନିକଟରେ ବଳି ଦେବାର ସମୟ ଆସିଗଲା । ଆଦିବାସୀମାନେ ତାଙ୍କର ନିୟମାନୁସାରେ ସମ୍ରାଟଙ୍କୁ ଦେବୀଙ୍କ ପାଖକୁ ନେଇ ସ୍ନାନ କାର୍ଯ୍ୟ କରାଇ ସମ୍ରାଟଙ୍କୁ ନବ ବସ୍ତ୍ର ପରିଧାନ କରାଇଲେ । ଗଳାରେ ପୁଷ୍ପମାଲ୍ୟ ଲମ୍ବାଇଲେ । ମଥାରେ ସିନ୍ଦୂର ତିଳକ ଲଗାଇ ସାରି ରାଜାଙ୍କୁ ନେଇ ବଳି ଖମ୍ବରେ ଲଟକାଇ ଦେଲେ ।

ସମ୍ରାଟ୍ ଆଜି କି ବିପଦରେ ପଡିଛନ୍ତି । ଆଦିବାସୀମାନଙ୍କୁ ଯେତେ ବୁଝାଶୁଝାକଲେ ମଧ୍ୟ ସେମାନେ କିଛି ବୁଝୁ ନାହାଁନ୍ତି ।

ଏଥର ବଳି ପଡିବାର ସମୟ ହୋଇଗଲା । ସମ୍ରାଟଙ୍କୁ ଆଦିବାସୀମାନେ ଫୁଲ, ଚନ୍ଦନ, ସିନ୍ଦୂର ପିନ୍ଧାଇ ଦେବୀଙ୍କ ଅର୍ଗଳିରେ ବଳି ଦେବାକୁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କର କଟିଯାଇଥିବା ଅଙ୍ଗୁଳି ଉପରେ ଆଦିବାସୀଙ୍କ ନଜର ପଡିଯିବାରୁ ସେ ସଂଗେ ସଂଗେ ପାଟି କରି ଉଠିଲେ, ଦେଖ ଦେଖ ଏହାର ହସ୍ତର ଆଙ୍ଗୁଳି ଗୋଟିଏ ନାହିଁ । ତାହାକୁ ପୁଣି ବଳି ଦିଆଯିବାର ଉଚିତ୍ ନୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children