STORYMIRROR

ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୧୨

ଆକବର ବିରବଲ - ୧୨

1 min
14.9K


ଚତୁର ପ୍ରଶ୍ନ

ପ୍ରତିଦିନ କିଛିନା କିଛି ଚତୁରତାପୂର୍ଣ୍ଣ ପ୍ରଶ୍ନ ପଚାରି ବିରବଲଙ୍କ ଠାରୁ ଉତ୍ତର ଆଦାୟ କରିବା ଆକବରଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ଦିନେ ଦରବାରରେ ସମସ୍ତେ ଉପସ୍ଥିତ ଥିବା ସମୟରେ ଆକବର ହଠାତ୍ ବିରବଲଙ୍କୁ ପଚାରିଲେ, “ବିରବଲ କହିଲ ଦେଖି ସଂସାରରେ କେଉଁ ଶତ୍ରୁକୁ ମଣିଷ ଜୟ କରିପାରି ନାହିଁ?” ବିରବଲ ସଂଗେ ସଂଗେ ଉତ୍ତର ଦେଲେ ‘ମୃତ୍ୟୁ’ ।

ଏହାପରେ ପୁଣି ରଜା ଆଉ ଏକ ପ୍ରଶ୍ନ ପଚାରିଲେ – “କେଉଁ ଦୁଇଜଣ ପଡୋଶୀ ସେମାନେ ଆଜି ପର୍ଯ୍ୟନ୍ତ କେହି କାହାକୁ ଚାହିଁ ନାହାଁନ୍ତି?” ବିରବଲ ଚଟାପଟ୍ ଉତ୍ତର ଦେଲେ, ‘ମନୁଷ୍ୟର ଦୁଇଟି ଆଖି’ । ଏହାପରେ ଆକବର ପୁଣି ପଚାରିଲେ “ବିରବଲ! କହିଲ ଦେଖି ଚିନି ସହିତ ବାଲିକୁ ମିଶାଇ ଦେଲେ ତା’ପରେ ଆମେ’ ଏହାକୁ ଅଲଗା କରିବା କିପରି?” ବିରବଲ ସଂଗେ ସଂଗେ କହିଲେ, “ମୁଁ ପ୍ରଥମେ ଚିନି ଏବଂ ବାଲିର ମିଶ୍ରଣକୁ ଭୂମି ଉପରେ ଅଜାଡି ଦେବି । କିଛି ସମୟପରେ ଦେଖିବେ ପିମ୍ପୁଡିମାନେ ଆସି ଚିନିକୁ ନେଇଯିବେ । ବାଲି ସବୁ ସେଠାରେ ସେମିତି ପଡିରହିବ ।” ଏହାପରେ ଆକବର ଶେଷଥର ପାଇଁ ପଚାରିଲେ, “ମନୁଷ୍ୟର ମୁଖ୍ୟ ଅସ୍ତ୍ର କ’ଣ?” ବିରବଲ ହସି ହସି ଉତ୍ତର ଦେଲେ, “ମହାରାଜ! ଚତୁରତା ହେଉଛି ମନୁଷ୍ୟର ଶ୍ରେଷ୍ଠ ଅସ୍ତ୍ର । ବୁଦ୍ଧି ବଳରେ ମହାରାଜ୍ ସବୁ କିଛି ଜୟ ଲାଭ କରାଯାଇପାରେ ।” ବିରବଲଙ୍କ ଚତୁରତା ପୂର୍ଣ୍ଣ ଉତ୍ତର ଶୁଣି ଆକବର୍ ଖୁସି ହୋଇଗଲେ ।


Rate this content
Log in

Similar oriya story from Children