ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ଆକବର ବିରବଲ - ୧୧

ଆକବର ବିରବଲ - ୧୧

2 mins
7.4K


ଅଧା ଆଲୋକ ଅଧାଛାଇ

ଦିନେ ଆକବର କୌଣସି ଏକ ଘଟଣାକୁ ନେଇ ଖୁବ୍ ରାଗିଗଲେ, ଏବଂ ବିରବଲଙ୍କୁ, ଦେଶ ଛାଡି ଚାଲିଯିବାକୁ କହିଲେ । ବିରବଲ ଆକବରଙ୍କୁ କହିଲେ, “ହଜୁର୍! ଆପଣ ମୋତେ ଯେତେବେଳେ ରାଜ୍ୟ ତ୍ୟାଗ କରିଯିବା ପାଇଁ କହିଛନ୍ତି ମାନେ ମୁଁ ଚାଲିଯିବି । ହେଲେ ଆପଣ ମୋତେ ନଡାକିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖକୁ ଆସିବି ନାହିଁ ।

ଏହାକହି ବିରବଲ ଚାଲିଗଲେ । କିଛିଦିନ ଯିବାପରେ ଆକବର ମନେ ମନେ ବିରବଲଙ୍କୁ ଖୋଜୁଥାଆନ୍ତି । ବିରବଲ ନ ଆସିବାରୁ ଆକବରଙ୍କ ସମୟ କଟୁନଥାଏ । ଶେଷରେ ରାଜା ବ୍ୟସ୍ତହୋଇ କର୍ମଚାରୀମାନଙ୍କୁ ବିରବଲଙ୍କୁ ଖୋଜିବା ପାଇଁ କହିଲେ । ସେମାନେ ତାଙ୍କୁ ଚାରିଆଡେ ଖୋଜିଲେ । ହେଲେ କେଉଁଠାରେ ମଧ୍ୟ ପାଇଲେ ନାହିଁ । ଶେଷରେ ରାଜା ମନେ ମନେ ଏକ ଉପାୟ ପାଂଚିଲେ । ପରଦିନ ରାଜା ଏକ କଥା ଘୋଷଣା କଲେ ଯେ – “ଯେଉଁ ବ୍ୟକ୍ତି ମୋ ଦରବାରକୁ ଅଧା ଆଲୋକ, ଅଧା ଅଂଧାରରେ ଆସି ପାରିବ ମୁଁ ତାକୁ ବହୁମୂଲ୍ୟ ଉପହାର ପୁରସ୍କାର ସ୍ୱରୂପ ପ୍ରଦାନ କରିବି ।” ଆକବର ଠିକ୍ ଜାଣି ଥାଆନ୍ତି ଯେ ଏହି ଘୋଷଣା ଶୁଣିବା ପରେ ବିରବଲ କଦାପି ଥୟ ଧରି ବସି ପାରିବେ ନାହିଁ ।

ସେହି ସମୟରେ ବିରବଲ ସହର ଠାରୁ କିଛିଦୂରରେ ଗୋଟିଏ ପଡୋଶୀ ଘରେ ରହୁଥାଆନ୍ତି । ରାଜାଙ୍କ ଘୋଷଣା ଶୁଣିବା ପରେ କାହାରି ମୁଣ୍ଡରେ କିଛି ବୁଦ୍ଧି ଆସୁନଥାଏ । କେଉଁ ଉପାୟରେ ଜଣେ ଅଧା ଆଲୋକ ଅଧା ଅଂଧକାରରେ ଯାଇ ରାଜାଙ୍କ ପାଖରେ ପହଁଚିବ? ରାଜାଙ୍କ ଘୋଷଣା ସଂପର୍କରେ ସାରା ସହରରେ ଚର୍ଚ୍ଚା ଚାଲିଥାଏ । ବିରବଲଙ୍କ କାନରେ ମଧ୍ୟ ଏହି କଥା ପଡିଲା । ବିରବଲ ଚାହୁଁଥିଲେ ବ୍ରାହ୍ମଣ ରାମ ଶାସ୍ତ୍ରୀଙ୍କର ସାହାଯ୍ୟର ୠଣ ସୁଝିବା ପାଇଁ । ତେଣୁ ସେ ରାମ ଶାସ୍ତ୍ରୀଙ୍କୁ କହିଲେ, “ରାମଶାସ୍ତ୍ରୀ! ତୁମେ ରାଜାଙ୍କ ଘୋଷଣା ସଂପର୍କରେ ଶୁଣିଲଣି?” ରାମଶାସ୍ତ୍ରୀ କହିଲେ, “ହଁ! ଶୁଣିଛି, ହେଲେ ଏପରି କେଉଁ ଲୋକ ଅଛି ଯିଏ ଅଧା ଆଲୋକ ଅଧା ଅଂଧକାରରେ ଯାଇପାରିବ?” ବିରବଲ ରାମଶାସ୍ତ୍ରୀଙ୍କୁ କହିଲେ, “ତୁମେ ମୋ କଥା ଅନୁସାରେ କାର୍ଯ୍ୟ କଲେ ତୁମେ ପୁରସ୍କାର ଜିତିପାରିବ ।”

ତୁମେ ପ୍ରଥମେ ଗୋଟିଏ ଖଟର ବ୍ୟବସ୍ଥାକର । ସେହି ଖଟକୁ ପିଠି ଉପରେ ବୋହି ରାଜାଙ୍କ ପ୍ରାସାଦ ନିକଟକୁ ଯିବ । ସୂର୍ଯ୍ୟଙ୍କ ଆଲୋକ ତେଣୁ ତୁମ ଶରୀର ସାମ୍ନାପଟେ ପଡି ନ ପାରି ଖଟ ଉପରେ ପଡିବ । ଯାହାଫଳରେ ତୁମର ସାମ୍ନା ପଟେ ଛାଇ ଖଟ ଉପରେ ସୂର୍ଯ୍ୟାଲୋକ ପଡିବ । ବିରବଲଙ୍କ କଥା ଶୁଣି ରାମଶାସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ । ରାମଶାସ୍ତ୍ରୀ ତହିଁଆରଦିନ ଏକ ଖଟକୁ ସେହିପରି ଧରି ରାଜାଙ୍କ ପାଖରେ ପହଁଚିଲେ । ରାଜା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ରାମଶାସ୍ତ୍ରୀଙ୍କୁ ପଚାରିଲେ, “ଶାସ୍ତ୍ରୀ! ମୁଁ ତୁମକୁ ପୁରସ୍କୃତ କରିବା ପୂର୍ବରୁ ଜାଣିବାକୁ ଚାହେଁ ଏହି ଉପାୟ ତୁମକୁ କିଏ ବତାଇଛନ୍ତି?”

ରାମଶାସ୍ତ୍ରୀ କହିଲେ, “ହଜୁର୍! ମୋ ଘରେ ଏଇ କିଛି ଦିନ ହେବ ଜଣେ ବ୍ରାହ୍ମଣ ଯାଇ ରହିଛନ୍ତି । ସେ ମୋତେ ଏହି କଥା କରିବା ପାଇଁ କହିଲେ ।” ଆକବର ବ୍ରାହ୍ମଣଙ୍କୁ ଏକ ହଜାର ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରି ସସମ୍ମାନେ ବିଦାୟ ଦେଲେ । ଆକବର କିନ୍ତୁ ଜାଣିପାରିଥିଲେ ରାମଶାସ୍ତ୍ରୀଙ୍କ ଘରେ ରହୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହେଁ । ସେ ହେଉଛନ୍ତି ବିରବଲ । ସେ ସଂଗେ ସଂଗେ ତାଙ୍କର କର୍ମଚାରୀ ମାନଙ୍କୁ ଶାସ୍ତ୍ରୀଙ୍କ ଘରକୁ ପଠାଇ ବିରବଲଙ୍କୁ ସସମ୍ମାନେ ଦରବାରକୁ ନେଇ ଆସିଲେ ।

ପୁଣିଥରେ ରାଜା ଆକବର ଓ ବିରବଲ ଏକାଠି ହୋଇ ବେଶ୍ ଖୁସିରେ ସମୟ କାଟିଲେ ।


Rate this content
Log in

Similar oriya story from Children