STORYMIRROR

ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ଆକବର ବୀରବଲ କାହାଣୀ - ୧

ଆକବର ବୀରବଲ କାହାଣୀ - ୧

3 mins
756


ସବୁଠାରୁ ବଡ ଜିନିଷ କଣ ?

ଗୋଟିଏ ଦିନ ବୀରବଲ ଦରବାରରେ ଉପସ୍ଥିତ ନ ଥିଲେ । ଏହି ମଉକା ଦେଖି ବୀରବଲ ଉପରେ ଇର୍ଷା ହେଉଥିବା ସବୁ ସଭାସଦସ୍ୟ ବୀରବଲଙ୍କ ବିରୁଦ୍ଧରେ ମହାରାଜ ଆକବରଙ୍କୁ କହିଲେ । ସବୁବେଳେ ଏମିତିହିଁ ହୋଇଥାଏ ,ଯେତେବେଳେ ବି ବୀରବଲ ସଭାରେ ଉପସ୍ଥିତ ଥାନ୍ତି ନାହିଁ ସତେବେଳେ ସମସ୍ତେ ବିରବଲଙ୍କ ବିରୁଦ୍ଧରେ ମହାରଜକୁ କହନ୍ତି । ଆଜି ବି ଏମିତି ଏକ ମଉକା ଥିଲା ।

ମହାରାଜଙ୍କ ଶଳା ମୁଲ୍ଲା ନିଜ କେତେ ସହଯୋଗୀଙ୍କ ସହିତ ମିଶି ମହାରାଜକୁ କହିଲେ "ହେ ମହାରାଜ"

"ଆପଣ ବାସ୍ତବତାରେ ବୀରବଲକୁ ଆବଶ୍ୟକତାଠାରୁ ଅଧିକା ସମ୍ମାନ ଦେଉଛନ୍ତି ,ଆମ୍ଭ ମାନଙ୍କଠାରୁ ତାକୁ ଅଧିକା ପସନ୍ଦ କରନ୍ତି । ଆପଣ ତାକୁ ଆପଣଙ୍କ ମୁଣ୍ଡ ଉପରେ ବସେଇଛନ୍ତି । କିନ୍ତୁ ଯେଉଁ କାମ ସେ କରନ୍ତି ,ସେ ସବୁ କାମ ଆମେ ବି କରି ପାରିବୁ ।

ମହାରାଜଙ୍କୁ ବୀରବଲ ବିଷୟରେ କିଏ କିଛି କହିଲେ ଖରାପ ଲାଗୁଥିଲା ,ସେଥିପାଇଁ ସେ ସେମାନଙ୍କର ପରୀକ୍ଷା ନେବାପାଇଁ ମନେ ମନେ ଭାବିଲେ । ତା ପରେ ସେ କହିଲେ ଆଜି ତ ବୀରବଲ ଦରବାରରେ ନାହାନ୍ତି ମୋତେ ମୋ ଗୋଟେ ପ୍ରଶ୍ନ ର ଉତ୍ତର ଦରକାର ।

ଯଦି ତମ ମାନଙ୍କ ମଧ୍ୟରୁ ମୋ ପ୍ରଶ୍ନ ର ଉତ୍ତର କେହି ଦେଇ ପାରିବ ନାହିଁ ତାହେଲେ ମୁଁ ତମମାନଙ୍କୁ ଫାଶୀଦଣ୍ଡ ଦେବି । ମହାରାଜଙ୍କ କଥା ଶୁଣି ସମସ୍ତେ ଭୟଭୀତ ହେବାକୁ ଲାଗିଲେ ।

ସେମାନଙ୍କ ମଧ୍ୟରୁ ଜଣେ ପ୍ରଶ୍ନ କୁହନ୍ତୁ ମହାରାଜ ବୋଲି କହିଲେ ।

ସଂସାରର ସବୁଠାରୁ ବଡ ଜିନିଷ କଣ ?...... ଆଉ ଭଲ ଭାବରେ ବିଚାର କରି କହିବ ନହେଲେ ମୁଁ ତୁମକୁ ପ୍ରଶ୍ନର ଉତ୍ତର ଭୂଲହେଲେ ମୁଁ ତୁମ ମାନଙ୍କର କଣ କରିବି ,ମୁଁ ତୁମ ମାନଙ୍କୁ ସିଧା ଫାଶୀଦଣ୍ଡ ଦେଵି । ତା ପରେ ସେ କହିଲେ ଓଲଟା ପଲଟା ଜବାବ ଦେଲେ କ୍ଷମା ମିଳିବ ନାହିଁ । ପ୍ରଶ୍ନର ଉତ୍ତର ଗୋଟେ ହେବା ଦରକାର ଏବଂ ତାହା ସଠିକ ମଧ୍ୟ ହେବା ଦରକାର ।

ମହାରାଜ ଆମ୍ଭ ମାନଙ୍କୁ କିଛିଦିନର ସମୟ ଦିଆଯାଉ ସେମାନେ ସମସ୍ତେ ତାଙ୍କ ମାନଙ୍କ ମଧ୍ୟରେ କଥା ହେଇକି କହିଲେ ।

ତାପରେ ମହାରାଜ କହିଲେ ମୁଁ ତୁମମାନଙ୍କୁ ଗୋଟେ ସପ୍ତାହର ସମୟ ଦଉଛି । ସମସ୍ତେ ଦରବାର ବାହାରକୁ ଗଲେ ଆଉ ଭାଭିବାକୁ ଲାଗିଲେ ସବୁଠାରୁ ବଡ ଜିନିଷ କଣ ହୋଇପାରେ ?

ଗୋଟିଏ ଦରବାରୀ କହିଲା --ମୋ ମତରେ ଭଗବାନଠାରୁ କେହି ବଡ ନୁହନ୍ତି ।

"ଭଗବାନ କୌଣସି ଜିନିଷ ନୁହନ୍ତି ଆଉ କିଛ କୁହ" ଏହିଭଳି ଦ୍ଵିତୀୟ ଦରବାରୀ କହିଲା ।

"ସବୁଠାରୁ ବଡ ଜିନିଷ ହେଇଛି ଭୋକ ଯାହା କାହାକୁବି କିଛି ବି କରିବା ପାଇଁ ବାଧ୍ୟ କରିଥାଏ " ତୃତୀୟ ଦରବାରୀ କହିଲା

ନା ନା ଭୋକକୁ ବି ମାରିହେଇ ପାରିବ କିଛି ସମୟ ନ ଖାଇଲେ

ତାହେଲେ ଆଉକଣ ହୋଇପାରେ ସବୁଠାରୁ ବଡ ଜିନିଷ ??... ଏମିତି ଏମିତି ଭାବି ଛଅ ଦିନ ବିତିଗଲା ତାପରେ ଉପାୟ ଶୂନ୍ୟ ହେଇକି ସମସ୍ତେ ବୀରବଲଙ୍କ ପାଖକୁ ଆସିଲେ

ସମସ୍ତ ଘଟଣା ବିଷୟରେ ବୀରବଲଙ୍କୁ କହିଲେ ,ଆଉ ହାତ ଯୋଡିକି କହିଲେ ଦୟାକରି ସେ ପ୍ରଶ୍ନର ଉତ୍ତର ଆମ୍ଭମାନଙ୍କୁ ଦିଅ ନହେଲେ ମହାରାଜ ଆମ୍ଭ ମାନଙ୍କୁ ଫାସୀଦଣ୍ଡ ଦେବେ ।

ଆପଣ ଯାହା କହିବେ ଆମେ ମାନିବୁ । ଆପଣ ଖାଲି ଆମ୍ଭ ମାନଙ୍କୁ ଏ ପ୍ରଶ୍ନର ଉତ୍ତର ଦେଇଦିଅନ୍ତୁ ।

ବୀରବଲ ହସି କି କହିଲେ -"ମୁ ତୁମର ପ୍ରଶ୍ନର ଉତ୍ତର ଦେବୀ ,କିନ୍ତୁ ମୋର ଗୋଟିଏ ସର୍ତ ଅଛି "

ଆମକୁ ଆପଣଙ୍କର ସବୁ ସର୍ତ୍ତରେ ରାଜି ଖାଲି ଏହି ପ୍ରଶ୍ନର ଉତ୍ତର ଦେଇଦିଅନ୍ତୁ

କୁହନ୍ତୁ ଆପଣଙ୍କର ସର୍ତ କଣ ଅଟେ ?

ତମ ମାନଙ୍କ ମଧ୍ୟରୁ ଦୁଇ ଜଣ ମୋତେ ଖଟରେ ଧରି ନିଜ କାନ୍ଧ ଉପରେ ନେଇ କି ରାଜଦରବାର କୁ ଯିବ ।

ଜଣେ ମୋର ଚିଲମ ଧରିବ ,ଆଉ ଜଣେ ମୋର ଜୋତା ଧରିକି ଯିବ । ବୀରବଲ ଏହି ସାର୍ଟ ରଖିଲେ ।

ଏହା ଶୁଣିକି ସେମାନେ ପୁରା ଆଶ୍ଚର୍ଯ୍ୟ ରେ ରହିଗଲେ । ସେମାନଙ୍କୁ ଲାଗିଲା ବୀରବଲ ସେମାନଙ୍କୁ ମଜାକ କରୁଛନ୍ତି । କିନ୍ତୁ ସେମାନେ କିଛିକହିଲେ ନାହିଁ ।

ଯଦି ମୃତ୍ୟର ଡର ନ ଥାନ୍ତା ସେମାନେ ବୀରବଲକୁ କିଛି ନା କିଛି କହିଥାନ୍ତେ ।

ଦୁଇ ଜଣ ନିଜ କାନ୍ଧ ଉପରେ ବୀରବଲକୁ ଉଠାଇ ଖଟରେ,ଆଉ ଜଣେ ତାଙ୍କର ଚିଲମ ଆଉ ଆଉ ଜଣେ ଜୋତା ନେଇକି ରାଜ ଦରବାରକୁ ଗଲେ ।

ରାସ୍ତାରେ ଗଲା ସମୟରେ ସମସ୍ତେ ଏ ସବୁ ଦେଖି ଆଶ୍ଚର୍ଯ୍ୟ ହେବାକୁ ହେଉଥିଲେ । ଦରବାରରେ ସମସ୍ତେ ଏ ସବୁ ଦେଖିଲେ ମହାରାଜ ବି ଦେଖିଲେ ଆଉ ଦରବାରୀ ବି ଦେଖିଲେ ।

କିଏ କିଛି ବି ବୁଝି ପାରିଲେ ନାହିଁ ।ସେତେବଳେ ବୀରବଲ କହିଲେ -ମହାରାଜ ? ଦୁନିୟାର ସବୁଠାରୁ ବଡ ଜିନିଷ ହେଉଛି -ଭୟ । ନିଜର ଭୟର କାରଣରୁ ହିଁ ଏମାନେ ଖଟରେ ନେଇକି ମତେ ଏ ରାଜଦରବାରକୁ ଆଣିଲେ ।

ମହାରଜ ହସିଲେ ଆଉ ସମସ୍ତେ ମୁଣ୍ଡ ନୁଆଇକି ନିଜ ଭୁଲ ବୁଝି ପାରିଲେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children