STORYMIRROR

MADHU MITA

Tragedy Classics Children

3  

MADHU MITA

Tragedy Classics Children

ଆଇ ହେଟ ମାଇ ଡାଇରୀ

ଆଇ ହେଟ ମାଇ ଡାଇରୀ

2 mins
206


1 January

ମୁଁ ପିଆ।ଗୁଡ ନେମ୍ ପ୍ରଣିତା।ଏତେ ବଡ଼ ନେମ୍ କହିବା ଭାରି ବୋରିଂ।ମୁଁ କ୍ଲାସ୍ ୱାନ୍ କୁ ଆସିଲା ପରେ ମାମା ମୋତେ ନିଉ ଇଅର୍ ରେ ଡାଇରୀ ଦେଇଛନ୍ତି।ଏଣୁ ମୁଁ ଆଜିଠୁ ଲେଖିବି ମୋର ଥଟ୍ ସବୁ ଆଇ ଆମ୍ ଭେରି ଏକ୍ସାଇତେଡ୍…

2 january

ଆଜି ନିଉ ଇଅର ରେ ମୋତେ ବଢ଼ିଆ ଗୁଡ ନିୟୁଜ୍ ମିଳିଛି।ଜାଣିଛ ମୋ କୁନି ଭାଇ ଆସୁଛି। ଜେଜୀ କହିଲେ ସେ ମାମା ପେଟ ଭିତରେ ଅଛି।ମୋତେ ନା ଟିକେ କେୟାର ଫୁଲ ରହିବାକୁ ହେବ।ଏଥର ଆଉ ମୁଁ ଡିଆଁ ଡେଇଁ କରିବିନି ମାମା ଉପରେ।ବେବୀ ଆସୂଚ୍ଛି ନା ଆଇ ଆମ୍ ସୋ ହାପି ଟୁଡେ ।

3 january

ଆଜି ମାମା ପାପା ମୋ ପାଇଁ ଖେଳନା ଆଣିବା ବେଳେ ମୁଁ ବେବୀ ପାଇଁ ବି ଆଣିବାକୁ କହିଲି।ସେମାନେ ବହୁତ୍ ଖୁସି ହେଲେ।ମୋତେ ଏମିତି ହିଁ ବିଗ୍ ହେବାକୁ ହେବ।ମୋ ଜିନିଷ ସେୟାର କରିବାକୁ ଅଭ୍ୟାସ କରିବାକୁ ହେବ ଏଥର ମୁଁ ଆହୁରି ଗୁଡ ହେଇଯିବି। ଆଇ ଆମ୍ ବିଗ୍ ନାଓ ।

4 january

ଆଜି ଆମ ଘରକୁ ବହୁତ ଗେଷ୍ଟ ଆସିଥିଲେ।ମାମା ଙ୍କୁ ବଧେଇ ଦେଲେ।ମାମାଙ୍କ ପେଟ ଛୋଟ ବେଲୁନ ପରି ଦିଶୁଛି।ମୁଁ ଲୁଚେଇ କରି ଧୀରେ ଛୁଇଁ ଦେଲି।ମାମା ବି ହସିଦେଲେ।ମାମା ମୋତେ ଆହୁରି କ୍ୟୁଟ ଦିଶୁଚନ୍ତି।ସମସ୍ତେ କେତେ ଖୁସି ଅଛନ୍ତି ଆଇ ରିଅଲି ଲଭ୍ ୟୁ ବେବୀ ।

5 January

ଆଜି ଘରେ ଜେଜି ଆଉ ମୁଁ ଅଛୁ।ମାମା ପାପା ହସ୍ପିଟାଲ୍ ଯାଇଛନ୍ତି।କଣ ହେଇଛି ଜେଯି କିଛି କହୁ ନାହାନ୍ତି ମାମା ଭଲ ଅଛନ୍ତି ତ? ମୁଁ ଆଉ ଦୁଷ୍ଟ ହେଉନି।ତେଣୁ ଖାଇ ସାରି ହୋମ୍ ୱର୍କ ସାରି ଦେଇଛି।ଆଜି ମାମା ବେଲି କୁ ଦେଖିନି।ବେବୀ କେମିତି ଅଛି କେଜାଣି। ଆଇ ଆମ୍ ସୋ ୱାରିଡ୍ ।

6 January

ସକାଳୁ ସମସ୍ତଙ୍କ ମୁଡ କାହିଁକି ଖରାପ ଅଛି ଜାଣିନି।ହେଲେ ମାମା ଆଖି ଲାଲ ଦେଖି ଡର ଲାଗୁଛି।ମୋତେ ଖୁଏଇଲା ବେଳେ ଦେଖିଲି ମାମା ବେଲିରେ ସେ ବେଲୁନ ନାହିଁ।ପଚାରିବାରୁ ମାମା ଚୁପଚାପ୍ ଆର ରୁମକୁ ଚାଲିଗଲା..

କେଜି କହିଲେ,"ଆଉ କିଛି ଦିନ ଯାଉ ।ତୋ ପାଇଁ କୁନି ଭାଇଟିଏ ଆଣିବା।"

"ଏବେ କୁଆଡେ ଗଲା ସେ?"ପଚାରିଲି ମୁଁ..

ଜେଜି କହିଲେ" କହିଲି ନା ଆଉ ଥରେ ତୋ ଭାଇକୁ ଆଣିବା"

ମୁଁ କହିଲି" ନା ଏଥର କୁନି ଭାଇ କାହିଁକି ଆସିଲାନି? ଆସିବ କହିଥିଲ ମାମା ବେଲିରୁ କୁଆଡେ ଚାଲିଗଲା ?ଏଥର ଆଉ ଭାଇ ଆଣିବାନି..ଭଉଣୀ ଆଣିବା "

"ଚୁପ୍" କେବେ ପାଟି କରି ନ ଥିବା ମୋ ଜେଜୀ ଜୋରରେ କହିଲା.."ଏଥର କେମିତି ବଂଚିଗଲେ ଆମେ।ଆଉ ଭଉଣୀ ନା ପାଟିରେ ଧରିବୁନି କେବେ ଯା"

ଭାରି କଷ୍ଟ ଲାଗୁଛି..କୁନି ଭାଇ ଜମା ଭଲ ନୁହେଁ।ଆସିବା ଆଗରୁ ଗାୟବ ହେଇଗଲା।ଆଉ ଏଥର ବଂଚିଗଲେ ବୋଲି କାହିଁକି ଜେଜି କହିଲେ ? ମୁଁ ଭଉଣୀ ଆସୁ ବୋଲି କାହିଁକି ଚାହିଁବି ନାହିଁ ?କଣ ଏମିତି ହେଲା ଯେ ଆଜି ଯାଏଁ କେବେ ମୋ ଉପରେ ରାଗି ନ ଥିବା ଯେଜି ଆଜି ରାଗିଲେ ?ମାମା କାହିଁକି କିଛି କହୁନି ?ମୁଁ ତ ଭାବିଥିଲି ଏ ଡାଇରୀ ରେ କୁନି ବେବୀ ବିଷୟ ସବୁ ଲେଖିବି।ହେଲେ ଏତେ କ୍ଵେରି ଅଛି କିନ୍ତୁ କିଏ ଆନସର ଦେଉ ନାହାନ୍ତି।ଆଉ ଡାଇରୀ କାହିଁକି ଲେଖିବି?ଡାଇରୀ ଲେଖିବାରୁ ହିଁ ଯେଜୀ ରାଗିଲେ।ବେବୀ ମଧ୍ୟ ମୋତେ ଛାଡ଼ି ଚାଲିଗଲା। ଆଉ କେବେ ଡାଇରୀ ଲେଖୀବିନି।ଆଇ ହେଟ୍ ଇଉ ମାଇ ଡାଇରୀ ଆଇ ହେଟ୍ ଇଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy