STORYMIRROR

Hrusikesh Pradhan

Abstract

2  

Hrusikesh Pradhan

Abstract

ଯୁବ ସମାଜ ପାଇଁ ଅନ୍ତରଙ୍ଗ

ଯୁବ ସମାଜ ପାଇଁ ଅନ୍ତରଙ୍ଗ

1 min
165

ଯୁଗର ଏହି ଜଡ଼ତାରେ ଯୁବ ବାର୍ତା

ଶାନ୍ତି ଚାହୁଁ ମୈତ୍ରୀ ଚାହୁଁ ଚାହୁଁନୁ ବ୍ୟଥା

ଅନ୍ତରଙ୍ଗ କହୁଛି ଆଜି

ଅନ୍ତରଙ୍ଗ ହେବାକୁ ଆଜି

ଆଜି ନବୁଝିଲେ ଭାଇ କେବେ ବୁଝିବ

କି ଦୂର ହେଲା ଘର ପଡ଼ୋଶୀର

ମଣିଷକୁ ମଣିଷ ହିଁ କୋଳେଇ ନେବ

ଅନ୍ତରଙ୍ଗ କହୁଛି ଆଜି

ଅନ୍ତରଙ୍ଗ ହେବାକୁ ଆଜି

ପଶୁଠାରୁ ହିନ କିବା ମଣିଷ ଜାତି

ମାନବିକ ଧର୍ମ କାହୁଁ ଛାଡ଼ିବ

ଏ ଡଙ୍ଗର ଜଙ୍ଗଲକୁ ସାଖି ଯେ ରଖି

ଅନ୍ତରଙ୍ଗ କହୁଛି ଆଜି

ଅନ୍ତରଙ୍ଗ ହେବାକୁ ଆଜି

ହାତେ ଧରି କୋଡ଼ି କୋଦାଳ ଆଉ ଶାନ୍ତିର ମସାଲ,

ଆସ ଚାଲିଯିବା ଆମେ ଗାଁକୁ

ଆମ ଗାଁ ଗାଁରେ ଭେଦଭାବ ହଟିବ

ଅନ୍ତରଙ୍ଗ କହୁଛି ଆଜି

ଅନ୍ତରଙ୍ଗ ହେବାକୁ ଆଜି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract