ଯୁବ ସମାଜ ପାଇଁ ଅନ୍ତରଙ୍ଗ
ଯୁବ ସମାଜ ପାଇଁ ଅନ୍ତରଙ୍ଗ
ଯୁଗର ଏହି ଜଡ଼ତାରେ ଯୁବ ବାର୍ତା
ଶାନ୍ତି ଚାହୁଁ ମୈତ୍ରୀ ଚାହୁଁ ଚାହୁଁନୁ ବ୍ୟଥା
ଅନ୍ତରଙ୍ଗ କହୁଛି ଆଜି
ଅନ୍ତରଙ୍ଗ ହେବାକୁ ଆଜି
ଆଜି ନବୁଝିଲେ ଭାଇ କେବେ ବୁଝିବ
କି ଦୂର ହେଲା ଘର ପଡ଼ୋଶୀର
ମଣିଷକୁ ମଣିଷ ହିଁ କୋଳେଇ ନେବ
ଅନ୍ତରଙ୍ଗ କହୁଛି ଆଜି
ଅନ୍ତରଙ୍ଗ ହେବାକୁ ଆଜି
ପଶୁଠାରୁ ହିନ କିବା ମଣିଷ ଜାତି
ମାନବିକ ଧର୍ମ କାହୁଁ ଛାଡ଼ିବ
ଏ ଡଙ୍ଗର ଜଙ୍ଗଲକୁ ସାଖି ଯେ ରଖି
ଅନ୍ତରଙ୍ଗ କହୁଛି ଆଜି
ଅନ୍ତରଙ୍ଗ ହେବାକୁ ଆଜି
ହାତେ ଧରି କୋଡ଼ି କୋଦାଳ ଆଉ ଶାନ୍ତିର ମସାଲ,
ଆସ ଚାଲିଯିବା ଆମେ ଗାଁକୁ
ଆମ ଗାଁ ଗାଁରେ ଭେଦଭାବ ହଟିବ
ଅନ୍ତରଙ୍ଗ କହୁଛି ଆଜି
ଅନ୍ତରଙ୍ଗ ହେବାକୁ ଆଜି
