ଯାହା ମୁଁ ଭାବୁଛି
ଯାହା ମୁଁ ଭାବୁଛି
ଯାହା ଯାହା ମନେ
ଭାବେ ବେଳେ ବେଳେ
ବୁଝିତ ପାରେନି
ଯେତେ ଦିନ ପାଇଁ କଣ୍ଟ ରହିଅଛି
ଆୟୁ ତ ସରେନି।
ମଣିଷ ଭାବନା ଦୈବ ଆନମନା
ଯୁଆଡ଼େ ଓଟାରେ ତେଣିକି ଯାଇ
କର୍ମ ଫଳ ଭୋଗ ଶେଷ ହେବା ପରେ
ଡାକ ଶୁଣିବେ ତ ଜଗତ ସାଇଁ।
ସେଥିପାଇଁ ବୋଧେ କାଳିଆ
ଥାଆନ୍ତି ଦୂରେଇ ଦୂରେଇ
ମନ କଥା ଜାଣି ସବୁ ତ ପୂରଣ
ମୋହ ମାୟା ନ ଛିଣ୍ଡାଇ।
ମୋ ଦୃଷ୍ଟିରେ ପଡ଼େ ସଖା ସହୋଦର
କେତେ ଯେ ଇତର ଜନ
ଆଗ ପଛ ହୋଇ ସଂସାରୁ ଗଲେଣି
ଛିନ୍ନ କରି ଏ ଭବ ବନ୍ଧନ।
ଅନେଇଛି ମୁହିଁ ମୋ ପାଳି କେବେକୁ
ପଡ଼ିବ ନିଶ୍ଚୟ ଏଠି
ଆସିଥିଲି ଏକା ଯିବି ସିନା ଏକା
ଜାଣେନା କେବେ କେଉଁଠି?