ଉଦ୍ଧରିବୁ ମହାମାୟୀ
ଉଦ୍ଧରିବୁ ମହାମାୟୀ
1 min
145
ଭବ ଜଳଧିରେ ଭାସି ଯାଉଅଛି
ଉଦ୍ଧରିବୁ ମହାମାୟୀ
ଯେ ଦିଗେ ଚାହୁଁଛି ସେ ଦିଗ ଅନ୍ଧାର
କୁଳ ଥଳ ପାଉ ନାହିଁ।(୦)
ଉଦ୍ଧରିବୁ,,,,,,,,,,
ତୋ ଅଭୟ ପାଦ ମୁକତିର ମାର୍ଗ
ସେ ପାଦେ କରିଛି ଆଶା
ତୁହି ଏକା ଗତି ତୁହି ମାଆ ମୁକତି
ତୁହି ଏକା ମୋ ଭରସା
ଜନମ କାଳରୁ ତୋତେ ମୁଁ ଭଜୁଛି
ଆଉ କାରେ ଜାଣି ନାହିଁ।
ଉଦ୍ଧରିବୁ ,,,,,,,,,,
ଦୁଃଖ ସୁଖ ମାଆ ସବୁ ତୋର ଦାନ
ସେଥି କି ନାହିଁ ଖାତର
ଏତିକି ଜାଣିଛି ତୁ ମୋର ଜନନୀ
ମୁଁ ଅଟେ ସନ୍ତାନ ତୋର
ଜୀବ ଯିବା ବେଳେ କୋଳେଇ
ନେବୁ ମାଆ
ପାପ ତାପ ଦେବୁ ଧୋଇ।
ଉଦ୍ଧାରିବୁ ...