STORYMIRROR

Poet Simanchalrana

Abstract

2  

Poet Simanchalrana

Abstract

ତୁମେ ଗଲାପରେ

ତୁମେ ଗଲାପରେ

1 min
430

ଆକାଶର ଇସାରାରେ,

ସକାଳର ସୂର୍ଯ୍ୟଦୋୟ

ଝରାଶେଫାଳି ଆଉ ରାତି କଥା

କିଏ ବୁଝିବ କିଏ ଆହତ,

ସକାଳ ନା ପାହାନ୍ତି ପ୍ରହର

ତୁମେ ଶୁଣିଛ ପ୍ରିୟତମା

ତୁମେ ଗଲାପରେ ଚର୍ଚ୍ଚା ହୋଇଥିଲା,

ତୁମ କପାଳ ଓ ସିନ୍ଦୁର ଟୋପାର,

ଶୁଣିଲି ରାତିଟାରେବି ତୁମେ କାନ୍ଦୁଥିଲ,

କବାଟ କୋଣେ କିନ୍ତୁ ନୁଁହ,

ଯେଉଁଠି ତୁମେ ମୋ ଅପେକ୍ଷାରେ ଥିଲ

ସେଇଠି ବି ନୁଁହ

ତୁମେ କାନ୍ଦୁଥିଲ ବିଦାୟ ବେଳାରେ,

ବେଦୀରୁ ଅଳ୍ପ ଦୂରରେ

ତୁମେ ଗଲାପରେ ବି ସକାଳ ଆସିଛି,

ଚୈତ୍ରର ଚିବୁକ ଛୁଇଁ,

ଫଗୁଣର ଅଧର ଛୁଇଁ,

ଶ୍ରାବଣର ଆୟୁଷ ଛୁଇଁ,

ହେଲେ କିନ୍ତୁ ଫେରିନି ତୁମେ ଗଲାପରେ,

ପ୍ରିୟତମା ବଗିଚାରେ ଫୁଲତୋଳାର ମାହୋଲ,

ସୁନେଲି କିରଣରେ କନକ ଗୋରୀର ଚମକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract