ବିସ୍ମୟ ବିସ୍ତାପ
ବିସ୍ମୟ ବିସ୍ତାପ
ନୀରବତା ତୁମ ନିଃସଙ୍ଗରେ ଆସି
ଦିଏ କେତେ ଉପହାର ।
କେମିତି କହିବି ନୀରବ ବ୍ୟଥା,
ଅଶ୍ରୁ ଅଟେ ନାମ ତା'ର ।
ଆଶିଷ ରେ ତୁମେ ଆଉଁସି ଦେଇଛ
ଆଞ୍ଜୁଳାଏ ଅଭିବ୍ୟକ୍ତି ।
ସେଦିନୁ ଲେଖୁଛି ଇତିହାସ ଭାବି,
ଅପାଶୋରା ପ୍ରେମ ଗୀତି ।
ଆଜି ପଚାରନା ଏହି ଜୀବନରେ
କେତେ ଧୂଳି କେତେ ଧୂସର ।
ତଥାପି ପ୍ରସ୍ତୁତି ନିତି କେତେ ଗୀତି,
ହୃଦୟରେ କରି ଆସର ।
ତୁମେ ଗଲାଦିନୁ ସଞ୍ଜ ଆସେ ସିନା
ଦେଖିନି ସେ ରୂପା ଜହ୍ନ।
ଯେଉଁ ପୁନେଇଁରେ ନିଜକୁ ସମର୍ପି,
ଦେଇଥିଲ ତୁମେ ମନ ।
