STORYMIRROR

Sujata Sahoo

Romance

2  

Sujata Sahoo

Romance

ତୁମ ପାଇଁ ପଦେ

ତୁମ ପାଇଁ ପଦେ

1 min
13.7K


ବଞ୍ଚୁଛି ମୁଁ ଆଜି ବଞ୍ଚେ ତୁମ ପାଇଁ

ବଞ୍ଚିବି ତୁମକୁ ନେଇ

କିବା ଲାଭ ଅଛି ବସନ୍ତରେ ଯଦି

କୋଇଲିର ତାନ ନାହିଁ।।

ତୁମେ ବତୀଘର ମୋ ତମସା ତୀରେ

ମୁଁ ତୁମ ହୃଦୟ ରାଣୀ

ଭୁଲିବନି ମତେ କଥା ଦିଅ ସାଥୀ

ଆଉ ଦବନି ଯନ୍ତ୍ରଣା ଆଣି।।

ଖିଆଲି ମନ ମୋ ଖୋଜୁଛି ତୁମକୁ

ବସନ୍ତେ ମାଳତୀ ଫୁଲ

ମହ ମହ ବାସେ ବଉଳର ବାସ

ତୁମ ପ୍ରେମ ତ ଅମୂଲ ମୂଲ।।

ନିଆରା ଏ ପ୍ରେମ ଆଖି ଦର୍ପଣରେ

ଦୁହେଁ ତ ଦୁହିଁଙ୍କ ପାଇଁ

ଚାତକୀଟେ ପରି ଚାହିଁ ରହିଥାଏ

ଜହ୍ନ ପାଇଁ ନୀଳକଇଁ।।

ଅସରନ୍ତି ପ୍ରେମ ସଜେଇ ରଖିଛି

ଉପହାର ଦେବି ଢାଳି

ରାତିର ଶେଫାଳି ନହେଉ ମୋ ଭାଗ୍ୟ

ନଚେତ୍ ନୀରବରେ ଯିବି ଜଳି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance