STORYMIRROR

Tosarani sahu

Romance

3  

Tosarani sahu

Romance

ତତେ ଭଲପାଇବା ପରେ

ତତେ ଭଲପାଇବା ପରେ

1 min
309


ନଜର ମୋ ଅଟକି ଯାଇଛି ତୋ ପାଖରେ

ତତେ ମୁଁ ଦେଖିଦେଲା ପରେ 

ନଜର ମୋ ହଟେ ନାହିଁ ତୋ ଉପରୁ

ତୁ ପଛକୁ ବୁଲି ଚାହିଁଦେଲା ପରେ ।


ଖୁସିରେ ମୋ ମନ ଭରିଯାଏ 

ତୋ ହସ ଟିକେ ଦେଖିଦେଲା ପରେ

ଚାଲୁ ଚାଲୁ ଅଧା ବାଟେ ଅଟକି ମୁଁ ଯାଉଛି

ତୋ ସହ କଥା ହେଲା ପରେ।


ଦୁନିଆକୁ ଆଜି ମୁଁ ଭୁଲି ଯାଇଛି

ତୋ ପ୍ରେମରେ ପଡ଼ିଲା ପରେ

ପାଦ ମୋ ତଳେ ଲାଗୁନାହିଁ

ତୁ କହିଦେଲା ପରେ ମୁଁ ତତେ ଭଲପାଏ ବୋଲି।


ଭଲଲାଗେ ଆଜି ସବୁକିଛି 

ତୋ ପ୍ରେମରେ ପଡିଲା ପରେ 

ଅପସନ୍ଦ ଜିନିଷ ମଧ୍ୟ ପସନ୍ଦ ଆସେ

ତୁ ତ ପସନ୍ଦ କହିଦେଲା ପରେ ।


ବାଟ ମୋ ଆଜି ସରେ ନାହିଁ

ତୋ ସାଥେ ଚାଲିଲା ପରେ 

ଯେଉଁ ବାଟେ ମୁଁ ଥକି ଯାଉଥିଲି

ଥକିବା ଭୁଲିଗଲି ତୋ ସହିତ ଚାଲିଲା ପରେ ।


ଆଜି ଲାଗୁଛି ମୋତେ ଦୁନିଆର ସବୁ ଖୁସି

ମୋ ପାଖରେ ଅଛି ତତେ ପାଇବା ପରେ

ଏ କି ଅଦ୍ଭୁତ ଶୀହରଣ ମୁଁ ଜାଣିପାରୁନି

ତତେ ଛୁଇଁଦେଲା ପରେ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance