ସମୟ ର ପ୍ରତିକ୍ରିୟା
ସମୟ ର ପ୍ରତିକ୍ରିୟା
କର ଉପଯୋଗ, ସୁଖ ଉପଭୋଗ
ଭୋକ୍ତା ସାଜି ନିଅ ମଜା,
କରିଥାଉ ଯଦି ସୂପଚାର,
ପାଅ ସୁଖ ସାଜସଜ୍ଜା ।
ଅସ୍ଥିର ରୁପକ ଅଜଣା ସମୟ,
ସେ ନୁହଇ କାହାରି ଆପଣା
ଦୁଃଖର ସ୍ରୋତରେ ଭାଶୁଥିବ
ଯଦି ନକର ସଠିକ୍ ଭରଣା।
ଠକାମୀ, ଥକାମି ଓ ଅଳସୁଆମି
ସମୟର ବଡ଼ ଶତ୍ରୁ,
ପାଉଚୁ ଯଦି ତୁ ଏବେ ବି ସମୟ ,
ସାଜିଯା ସମୟ ମିତ୍ର।
