ସମସ୍ତେ ଏଠି ମାହିର
ସମସ୍ତେ ଏଠି ମାହିର
ଜୀବନଟା ସତେ ଅଙ୍କା ବଙ୍କା ନଈ
ଲମ୍ବା ସ୍ଵପ୍ନର ବାଟ ଟିଏ
ଚାଲିବାକୁ ହେବ ଏକା.....
ଏଇ ଜୀବନ ବାଟରେ କେତେ ଅଜଣା ସାଥିଙ୍କ
ବହୁ ବାର ହେବ ଦେଖା ।
କିଏ ଦୁଃଖ ଦେବ ପୁଣି କିଏ ସୁଖ ଦେବ
ସବୁ ସ୍ମୃତି କୁ ସାଉଁଟି ଧରି....
ଚାଲିବାକୁ ହେବ ଜୀବନ ର ବାଟ
ସଭିଙ୍କୁ ନିଜର କରି ।
କିଏ କେତବେଳେ ହୁଅନ୍ତି ଆପଣା ର
କିଏ କେତବେଳେ ହୁଅନ୍ତି ପର ।
ଭାବି ବସିଲେ ରାତି ସରିଯାଏ
ଭାବନା ସରେ ନାହିଁ।
ଅନେକ ଯାତନା ସହି
ବଞ୍ଚିବାକୁ ହୁଏ ଏକା ଏକା।
ଏଠି ନୁହେଁ କେ ନିଜର ନୁହେଁ କେହି ପର
ସମସ୍ତେ ଏଠି ଜଣେ ଜଣେ କଳାକାର।
କାହା ଚରିତ୍ର ଏଠି ଯାହାକୁ ସୁହାଏ
ସିଏ ଦିଏ ଏଠି ତାଳି
ନସୁହାଇଲେ ଦେଉଥାଏ ଖାଲି ଗାଳି।
ସ୍ୱାର୍ଥ ସିଦ୍ଧି ଅଭିନୟ ରେ ସମସ୍ତେ ଏଠି ମାହିର ।।
