STORYMIRROR

Mr. D.K

Tragedy

3  

Mr. D.K

Tragedy

ସ୍ମୃତି

ସ୍ମୃତି

1 min
137

ଯେତେ ସବୁ ସ୍ମୃତି ଆଉ ଅନୁଭୂତି,

              ତୁମ ସହ ମୋର ଥିଲା

ସମୟ ଚକ୍ରରେ ଆଜି ସେ ଅତୀତ 

             ଖୋଜୁଛି କୁଆଡେ ଗଲା ।।

କେତେ ରାତି କଟିଲାଣି ଉଜାଗର,

             ତୁମ କଥା ଭାବି ଭାବି

ସାୟନେ ସପନେ ଅବା ଜଗରଣେ

         ଆଖିଆଗେ ନାଚେ ଏକହିଁ ତୁମରି ଛବି ।।

କେମିତି କାଟିବି ତୁମବିନା କୁହ,

            କଟୁନାହିଁ ମୋର ଦୀନ

ଦେହ ସିନା ଖାଲି ଏଠି ଅଛି ମୋର,

                ତୁମ ପାଖେ ଅଛି ମନ ।।

କେମିତି ବଞ୍ଚିବି କୁହ ତୁମେ ଥରେ,

           ଏ ହୃଦୟ କାନ୍ଦେ ତୁମ ସ୍ମୃତି ତୀରେ

ପାରୁନି ପାସୋରି ଅଭୁଲା ଅତୀତ

           ଅଛି ମୋର ପଶେ ହୋଇ ସ୍ମୃତି ପଥ ।।

ଦୂରେ ତୁମେ, ଯେତେ ଦେଲେ ବି ବିଶ୍ୱାସ

            ହୃଦୟ ମୋ ଆଜି କରେ ଅବିଶ୍ୱାସ ।।

ଦେଖିଯାଅ ଥରେ ଏଇ ପ୍ରାଣ ପିଣ୍ଡେ 

           କେବଳ ତୁମରି ସ୍ମୃତିର ନିଶ୍ୱାସ ପ୍ରଶ୍ୱାସ ।।


             


Rate this content
Log in

Similar oriya poem from Tragedy