STORYMIRROR

Mr. D.K

Others

4.4  

Mr. D.K

Others

ପ୍ରେମିକା

ପ୍ରେମିକା

1 min
295


ହେ ମୋର ପ୍ରେମିକା,

ତୁମ ବିନା ଏ ଜୀବନ ଏକା ଏକା..

ଥରେ ଅବା ଆସି ତୁମେ ଦିଅ ଦେଖା,

ସାରିଯାଉ ଏ ବର୍ଷ ବର୍ଷ ର ଅପେକ୍ଷା..


ଅପେକ୍ଷାର ତପସ୍ୟା ରେ ବହୁଦିନୁ,

ସାଳିତା ହୋଇ ଜଳୁଅଛି ଏଇ ତନୁ...

ତୋଷ ହୋଇ ପ୍ରେମଦେବୀ ଦିଅ ହେତୁମରି ଦର୍ଶନ,

ତପସ୍ୟା କାରଣ ସାରି ନଯାଉ ଯୌବନ..


ପ୍ରେମ ଯେ ଅତ୍ୟନ୍ତ ଦୁର୍ଲଭ ଏଈ ଯୌବନ ରେ,

ସତକି ହୋଇବ ଭାବନା ଯାହା ଦେଖିଚି ସ୍ୱପ୍ନରେ..

କି ଅବା ହୋଇବ ଜଳପୂର୍ଣ ମରୀଚିକା,

ଯୌବନ ପୂର୍ବନ୍ତେ ହୋଇବ ପ୍ରେମକାର ଦେଖା..


ଧନଜନ ପ୍ରତିପତି ପ୍ରେମବିନୁ ସମସ୍ତ ଅସାର,

ପ୍ରେମିକା ବିହୁନେ ପ୍ରତୀକ୍ଷଣ ଲାଗେ ହା-ହା କାର..

ଚିତ୍କାର କରେ ଏଠି ବ୍ୟାକୁଳତା ପ୍ରତିମୁହୂର୍ତର,

ଏକମାତ୍ର ଲକ୍ଷ ମୋର ସାନିଧ୍ୟ ତୁମର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍