Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr. D.K

Others

3.9  

Mr. D.K

Others

ବ୍ୟାକୁଳ ହୃଦୟ

ବ୍ୟାକୁଳ ହୃଦୟ

1 min
242


ରାତିର ବୟସ ବଢିଯାଏ ଯେବେ,

ମନେପଡେ ତୁମେ ମୋର

ଦେଖିବି ତୁମକୁ ବନ୍ଧବାଡ ଭାଙ୍ଗି,

ଇଛା ହୁଏ ହୃଦୟର ||


ନିରୀହ ହୃଦୟ କିଅବା ସେ ଜଣେ,

ଅଛି ସୁଦୀର୍ଘ ପ୍ରାଚୀର

ତା ସଙ୍ଗକୁ ପୁଣି କଡା ନିରୀକ୍ଷଣ,

ଵାଡେନ ତୁମ lady ହିଟଲର ||


କେମିତି ହୋଇବ ମିଳନ ଆମ୍ଭର,

କୁହ ପ୍ରିୟା ତୁମେ ଥରେ

ଚିତ୍କାର କରେ ଏ ବ୍ୟାକୁଳ ହୃଦୟ,

ରହି ପ୍ରାଚୀର ପାର୍ଶ୍ୱରେ ||


ଆର୍ତ୍ତନାଦ ଥରେ ଶୁଣ ପ୍ରିୟା ମୋର,

ସାଜି ତୁମେ ଅର୍ତ୍ତତ୍ରାଣ

କଣ୍ଠ ଶୁଖିଲାଣି ହେ ପ୍ରେମ ବର୍ଷରଣୀ,

ରଖିନିଅ ମୋର ପ୍ରାଣ ||


ଅସହ୍ୟ ହେଲାଣି ବିରହ ଯାତନା,

କୁହ ଆଉ କେତେ ଦିନ କେତେ ଦିନ?

ଅପେକ୍ଷା ଅପେକ୍ଷା ଅପେକ୍ଷାରେ ଆଜି,

ଭାଙ୍ଗି ଯାଏ ସବୁ ସ୍ବପ୍ନ,

ନିରର୍ଥକ ଲାଗେ ଜନ୍ମ ||


ରାତ୍ରିର ପ୍ରହର ମୋ ପାଇଁ ଜହର,

କୁହ କାଇଁ ମନେପଡ଼ ତୁମେ ଥରେ?

ଚିତ୍କାର କରେ ଏ ବ୍ୟାକୁଳ ହୃଦୟ,

ରହି ପ୍ରାଚୀର ପାର୍ଶ୍ୱରେ,

ରହି ପ୍ରାଚୀର ପାର୍ଶ୍ୱରେ ||



Rate this content
Log in