STORYMIRROR

Laxman Mahanty

Inspirational Others

3  

Laxman Mahanty

Inspirational Others

ସ୍ମୃତି

ସ୍ମୃତି

1 min
210


 

ସ୍ମୃତି ଏକ

ଚିରସ୍ମରଣୀୟ ସ୍ପନ୍ଦନ,

ଯାହା ସ୍ମରଣ କରେ

ବର୍ଷ ବର୍ଷ ତଳର

ସୁଖ-ଦୁଃଖ ର କାହାଣୀ.....।

ସ୍ମୃତି କଥା କହେ ନାହିଁ,

ଆଖି ଲୁହଧାରେ ରଚନା କରେ

ଛାତିଥରା କାହାଣୀ.....।

ସ୍ମୃତି ଏକ

ବିରହ ଓ ମିଳନର ପ୍ରମାଣ

ଯାହା ନେତ୍ର ଓଦାକରେ,

ହୃଦୟେ ଉନ୍ମାଦ ଭରେ

ଉନ୍ମୁକ୍ତ କରେ, 

ଅତୀତର କମନୀୟ ଦୃଶ୍ୟ.....।

ସ୍ମୃତି ଦେଖାଯାଏ ନାହିଁ,

ନୟନ ସମ୍ମୂଖେ ବୋଳିଦିଏ

ପ୍ରେମ-ପ୍ରତାରଣା ଦୃଶ୍ୟ,

ସ୍ନେହ -ମମତାର ଦୃଶ୍ୟ,

ବିଜୟ-ପରାଜୟ ଦୃଶ୍ୟ.....।

ସ୍ମୃତି ଏକ ନଇ

ବହିଯାଏ, ଅନେକ ସ୍ଥାନ ଦେଇ

ଯେଉଁଠି ଥାଏ

ସୁଖ-ଦୁଃଖ, ଖରା-ଛାଇ.....।।


Rate this content
Log in

Similar oriya poem from Inspirational