କନକ ସୁନ୍ଦରୀ
କନକ ସୁନ୍ଦରୀ
ଯା’ ଦୃଶ୍ୟେ ହୃଦୟ ବ୍ୟାକୁଳିତ ପ୍ରାୟ
ପୁଲକ ଖେଳେ ଅଧରେ
ଐଶ୍ୱର୍ଯ୍ୟରେ ଯା’ର ଉନ୍ମାଦ ଉଛୁଳେ
ସୁଷମା ବୋଳେ ଚକ୍ଷୁରେ ।।
ଯା’ ସ୍ପର୍ଶେ କୁସୁମ ପ୍ରସ୍ଫୁଟିତ ହୁଏ
ଭ୍ରମର ଭ୍ରମେ ଭ୍ରମରେ
ତୁମେ କି ସେହି ମୃଗନୟନା
ଯେ’ ବାସେ ପଙ୍କଜ ଶିରେ ।।
କୋମଳ ଗୋଲାପି ଓଠ ସ୍ପର୍ଶେ ତୁମ
ଝରେ ଗୋଲାପର ଝର
କଳେବର କାନ୍ତି, କମନିୟ ଠାଣୀ
ଶୋଭାପାଏ ପିତାମ୍ଵର ।।
ଆହ୍ଲାଦ ପରସେ ନୟନ ଯୁଗଳ
ହୃଦୟକୁ ଦିଏ ହାଣି
ସତେ କି ବିଧାତା ଗଢିଛି ତୁମକୁ
ଧରି କନକ-ବିନ୍ଧାଣୀ ।।