STORYMIRROR

Laxman Mahanty

Romance

3  

Laxman Mahanty

Romance

କନକ ସୁନ୍ଦରୀ

କନକ ସୁନ୍ଦରୀ

1 min
232

ଯା’ ଦୃଶ୍ୟେ ହୃଦୟ ବ୍ୟାକୁଳିତ ପ୍ରାୟ

ପୁଲକ ଖେଳେ ଅଧରେ

ଐଶ୍ୱର୍ଯ୍ୟରେ ଯା’ର ଉନ୍ମାଦ ଉଛୁଳେ

ସୁଷମା ବୋଳେ ଚକ୍ଷୁରେ  ।।

ଯା’ ସ୍ପର୍ଶେ କୁସୁମ ପ୍ରସ୍ଫୁଟିତ ହୁଏ

ଭ୍ରମର ଭ୍ରମେ ଭ୍ରମରେ

ତୁମେ କି ସେହି ମୃଗନୟନା

ଯେ’ ବାସେ ପଙ୍କଜ ଶିରେ  ।।

କୋମଳ ଗୋଲାପି ଓଠ ସ୍ପର୍ଶେ ତୁମ

ଝରେ ଗୋଲାପର ଝର

କଳେବର କାନ୍ତି, କମନିୟ ଠାଣୀ

ଶୋଭାପାଏ ପିତାମ୍ଵର  ।।

ଆହ୍ଲାଦ ପରସେ ନୟନ ଯୁଗଳ

ହୃଦୟକୁ ଦିଏ ହାଣି

ସତେ କି ବିଧାତା ଗଢିଛି ତୁମକୁ

ଧରି କନକ-ବିନ୍ଧାଣୀ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance