ସ୍ମୃତି
ସ୍ମୃତି

1 min

354
ସ୍ମୃତି ହୋଇ ରହିଯାଇଛି ସବୁ
ଅଭୁଲା ମୋ ପିଲା ଦିନ
କାଚିକୁଡି ଲୁକ୍ ଲୁକାନି ଖେଳି
ଅଝଟିଆ ଥିଲା ମୋର ମନ l
କି ଦିନ ଥିଲା ତାହା !
ଭାବିଦେଇ ମୁରୁକି ହସୁଛି
ପୁଣି ଫେରି ଆସନ୍ତା ମୋର ସେ ଦିନ
କାହିଁ ଏତେ ବଡ଼ ହେଲି ଝୁରି ମରୁଛି l
ଯାନିଯାତ୍ରାରେ ଦୁଇଟି ଚୁଟି
ସ୍କୁଲ ଗଲେ ମଇଳା ଡ୍ରେସ୍
ଭାତ ଡାଲି ସଙ୍ଗେ ନାକ ସୁଁ ସୁଁ
ଦିଦି କହୁଥିଲେ ହେଇ ଆସ ଫ୍ରେସ୍ l
ବର୍ଷାର ଧାରେ ଡଙ୍ଗା ଭସେଇ
ପାଠ ପଢା ବେଳେ କେତେ ନାଖଡା
ମାଆ ଠାରେ କେତେ ଅଲିଅଳି
ବାପା ସାଙ୍ଗେ ଥିଲେ ମାରୁଥିଲୁ ଆଡ଼ା l
ବାଡ଼ିରେ ପଶି ଚୋରେଇ ଖାଇ
ହୋଇଛି ଆଜି ବଡ
ଛୋଟ କବିତାରେ ସ୍ମୃତିକୁ ସ୍ଥାନ
ଦେଇ ପାରିବିନି ଛାଡ l
ଭୁଲି ପାରିବିନି ସେ ଅବର୍ଣ୍ଣନୀତ
ଅକଳ୍ପିତ ମୋ ପିଲାଦିନ
ସ୍ମୃତି ହୋଇ ରହିଯିବ ସତେ
ମୋ ଜୀବନେ ଚିରଦିନ l