Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shakti Prusty

Fantasy

2  

Shakti Prusty

Fantasy

ସ୍ମୃତି ଏକ ପ୍ରିୟା

ସ୍ମୃତି ଏକ ପ୍ରିୟା

1 min
188


ଜୀବନ ର ବିଫଳତା ପୁଣି ତା ପର ର ନିସଙ୍ଗତା 

ସମ୍ପର୍କ ର ଛିଣ୍ଡା ଅଖା ଆଉ ଝରିପଡୁଥିବା ଜହ୍ନମାମୁଁ ମାନେ

ପ୍ରେମିକାର ମିଠା ହସ ଖୁବ ବେଶୀ ମନେ ପଡେ 

ଝର ଝର ଝରିଯାଏ ଗାଁ କେନାଲର ସବୁ ପାଣି 

ଆର ଗାଁ ଝାମୁ ଚଲା ଆଙ୍କିଦିଏ ଭୟର ଲକ୍ଷ୍ମଣଗାର 

ଆଇ ମା ର ଅସୁରୁଣୀ ଆଜି ବୋଧେ ସତରେ ହାଜର 

କିଏ ଯେ ସେ ରଜାପୁଅ କାହିଁ ତାର ଧଳା ଘୋଡା 

ଏଠି ଅନେକ ଧୁଆଁ ଧୂସର ହେଲେ ଦିଶୁନାହିଁ ଧୁଳିଆ ବାବା । 

ଭଲ ପାଠ, କଳା ଘୋଡା ----ପୁଣିଥରେ ମଧୁବାବୁ ଆସନ୍ତେକି 

ପଚାରନ୍ତି ଫୁରସତ ନେଇ ଉତ୍କଳ ଟ୍ୟାନେରୀର ବାଟ ତାଙ୍କୁ ।

 

ଚିକମିକ ରଙ୍ଗମଞ୍ଚ ଅବିରର ହୋଲିଖେଳ 

ପୁନେଇର ସଞ୍ଜ ରେ ସେ ଚାନ୍ଦ ଖିଆ ଓଷା 

ଭିକୁସେଟ ର ଶାଗୁଣା ଆଉ ତାର ଡେଣା ମେଲା ଯାତ୍ରା

ଜାଗର ଉପାସ ଦିନ ଲୁଚିଲୁଚି ବୋହୁଚୋରି ଖେଳ

ଶବ୍ଦହୀନ ଗୋଧୂଳି ବି ଲାଗେ ଅତି ନିଜର 

ଅଚିହ୍ନାର ସ୍ନେହ ସବୁ ଗୀତ ଗାଏ ଆତ୍ମୀୟତାର 

ଚିହ୍ନାମାନେ ଲେଖୁଥାନ୍ତି କାହାଣୀ ମୋ ଠିକ୍ ଭୁଲ୍ ର 

ତଥାପି ନିରୀକ୍ଷି ଦେଖେ ସ୍ମୃତି ସବୁ ଅତୀତର ।


Rate this content
Log in

Similar oriya poem from Fantasy