STORYMIRROR

Rudrakshi Tripathy

Inspirational

2  

Rudrakshi Tripathy

Inspirational

ସଲାମ କାଲାମ

ସଲାମ କାଲାମ

1 min
197

ମଣିଷ ଭିତରେ ମଣିଷଟିଏ ଥିଲେ,

ଡ଼କ୍ଟର ଅବଦୁଲ କାଲାମ

ସାରା ଭାରତୀୟ ନୟନରେ ଅଶ୍ରୁ ,

କରୁଛନ୍ତି ତାଙ୍କୁ ସଲାମ


ଜାଗା ହଥେ ନାହିଁ ଘର କରିବାକୁ, 

ସବୁରି ହୃଦୟେ ଘର

କର୍ମ ହିଁ ଜୀବନ କର୍ମ ହିଁ ଧର୍ମ ,

ଥିଲେ ସେ ତ କର୍ମ ବୀର


ପ୍ରତିଭା ତାଙ୍କର ମାନି ତ ନ ଥିଲା, 

ଆସୁ ଯେତେ ପ୍ରତିବନ୍ଧକ

ଚନ୍ଦନ ଧର୍ମ ରେ ଦୀକ୍ଷିତ ଥିଲେ ସେ ,

ବାନ୍ତି ଦେଇଥିଲେ ମହକ


ଯୁବପିଢ଼ି ଲାଗି ପ୍ରେରଣା ତାଙ୍କର, 

ଅଟଇ ଅତୁଳନୀୟ

ନଶ୍ୱର ଶରୀର ବିଲୀନ ହୋଇଛି,

ବାଣୀ ତାଙ୍କର ମହନୀୟ


ରାଷ୍ଟ୍ରପତି ପଦ ଅଳଂକୃତ କରି, 

ନଥିଲା ଭୋଗ ବାସନା

ଦେଶହିତ ଲାଗି ଜୀବନ ଯାହାର,

କି ଛ।ର ଭବ କାମନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational