ଶରତ ଆସେ
ଶରତ ଆସେ
1 min
119
ବରଷା ଶେଷେ ଶରତ ଆସେ
ଆମରି ଧରା ଦେହେ
ଧବଳ ରଙ୍ଗ କାଶତଣ୍ଡୀଟି
ସଭିଙ୍କ ମନ ମୋହେ |
ନୀଳ ଗଗନ ନିର୍ମଳ ଦିଶେ
ଉଲ୍ଲସି ଉଠେ ମହି
ପୋଖରୀ ଜଳେ ଢଳି ଢଳିକା
ନାଚଇ ପଦ୍ମ କଇଁ |
କୁଆଁର ପୁନେଇଁ ଓ ଖୁଦୁରୁକୁଣୀ
ସୁନିଆ ପର୍ବ ଆସେ
ଦୁର୍ଗାପୂଜାର ଭିଡ଼ଭାଡ଼ରେ
ଗାଁ ସହର ହସେ |
କ୍ଷେତରେ ପାଚି ଲୋଟେଇ ଯେବେ
ସୁନେଲି ରଙ୍ଗ ଧାନ
ତାହାକୁ ଦେଖି ଆନନ୍ଦ ହୁଏ
କୃଷକ ଭାଇ ମନ |