STORYMIRROR

Pratima Satpathy

Inspirational Others

4  

Pratima Satpathy

Inspirational Others

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
269


ପୁଣ୍ୟ କାର୍ତ୍ତିକର ଅମାବାସ୍ୟା ରାତ୍ରୀ

    ଦୀପାବଳି ନାମେ ଖ୍ୟାତ

ପୁର ପଲ୍ଲୀ, ଗ୍ରାମ, ନଗର, ସହରେ

    ଦୀପ ଜ୍ୟୋତି ପ୍ରଜ୍ବଳିତ ।


ଘରେ ଘରେ ଏହି ପର୍ବକୁ ପାଳନ

    କରନ୍ତି ଯେ ସର୍ବ ଜନ

ବିଭିନ୍ନ ପ୍ରକାର ପିଠା, ମିଠା ସହ

    ହୁଏ ସୁସ୍ୱାଦୁ ବ୍ୟଞ୍ଜନ ।


ରଙ୍ଗ, ବେରଙ୍ଗର ଆଲୋକରେ ସଜ୍ଜା

   ହୋଇଥାଏ ଘର ଦ୍ୱାର

ଜ୍ଞାନର ପ୍ରଦୀପ, ଅଜ୍ଞାନ ଅନ୍ଧାର

    କରି ଦେଇଥାଏ ଦୂର ।


ଘରେ ଘରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ

    ହର୍ଷ ମନରେ କରନ୍ତି 

କାଉଁରିଆ କାଠିରେ ନିଆଁ ଲଗାଇ

   ବଡ଼ ବଡୁଆ ଡାକନ୍ତି ।


ମାଆ ଶ୍ୟାମାକାଳୀ ଙ୍କର ପୂଜା ହୁଏ

    ଷୋଡଶ ଉପଚାରରେ

ତମସା ହଟାଇ ଜ୍ଞାନ ପ୍ରଜ୍ବଳିତ 

    ହେବ ମାନବ ଙ୍କ ଠାରେ ।


ପ୍ରଭୁ ରାମଚନ୍ଦ୍ର, ବନରୁ,ଅଯୋଧ୍ୟା

    ଏହି ଦିନ ଫେରି ଥିଲେ

ପ୍ରତି ଦ୍ୱାରେ ଘୃତ ଦୀପ ପ୍ରଜ୍ବଳନ

   ନଗ୍ର ବାସୀ କରିଥିଲେ ।


ବୈଜ୍ଞାନିକ ମତେ କ୍ଷେତ ରୁ କୀଟ ଓ

    ପୋକ ବିନାଶନ ପାଇଁ

ଆଲୋକ ଶିଖାରେ ପତଙ୍ଗ ମରିବେ

   ଶସ୍ୟର ସୁରକ୍ଷା ହୋଇ ।


ପିଲାଙ୍କର ଖୁସି କହିଲେ ନ ସରେ

    ଆନନ୍ଦିତ ମନ ପ୍ରାଣ

ପିଠା, ମିଠା, ଖାଇ, ସାଙ୍ଗ ସାଥି ହୋଇ

    ଫୁଟାନ୍ତି ବିଭିନ୍ନ ବାଣ ।


ଝର ଝରି ଆଉ ଧପ ଧପି ଜାଳି

    ଚକିରି ବାଣକୁ ମାରି

ଖେଳ କୌତୁକରେ, ମଜ୍ଜି ଯାଇଥାନ୍ତି

    ହସୁଥାନ୍ତି କିରି କିରି ।


ବାଣ ରେ ବାରୂଦ ଭରି ରହିଅଛି

   ଶରୀର ପାଇଁ ଅହିତ

ରାସାୟନିକ ବାଣ ଫୁଟା ଅଟଇ

   ସଂସାର ପାଇଁ ବିଷାକ୍ତ ।


ତାଳଫୋଟକା, ରକେଟ ବାଣ ଆଉ

    ତା ସଙ୍ଗରେ କୁମ୍ପି ବାଣ

ଫୁଟାଇବ ନାହିଁ କେହି ପିଲାମାନେ

    ବଡ଼ ଭୟଙ୍କର ଜାଣ ।


ବାଣ ବିସ୍ଫୋରଣ, ବହୁତ ବିପଦ

   ନାଶଇ ଜନ ଜୀବନ  

ଆଲୋକ ର ପର୍ବ ଅଟେ ଦୀପାବଳି 

    ଆନନ୍ଦେ କର ପାଳନ ।


ଦୀପ ଠାରୁ ଶିଖ, ଆଲୋକ ପ୍ରଦାନ

    ଅନ୍ୟର ମଙ୍ଗଳ କର

ମନୁଷ୍ୟ ଜୀବନ ସାର୍ଥକ ହୋଇବ

    କରି ପର ଉପକାର ।



Rate this content
Log in

Similar oriya poem from Inspirational