Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଶ୍ରୀରାମାୟଣ ବନ୍ଦନା

ଶ୍ରୀରାମାୟଣ ବନ୍ଦନା

2 mins
189


ବନ୍ଦେ ଶ୍ରୀରଘୁନାୟକ ବନ୍ଦେ ରାମାୟଣ l

ବନ୍ଦେ ଜାନକୀ ପାର୍ଥିବୀ ବନ୍ଦଇ ଲକ୍ଷ୍ମଣ ll 

ବନ୍ଦେ ଭରତ, ଶତ୍ରୁଘ୍ନ ଭ୍ରାତୃ ଭକ୍ତ ବେନି l

ବନ୍ଦେ ଋଷ୍ୟଶୃଙ୍ଗ ଯଜ୍ଞ କାରୀ ମହା ମୁନି ll

ବନ୍ଦେ ଦଶରଥ ବନ୍ଦେ ବିଦେହ ରାଜନ l

ବନ୍ଦେ ରାଜା ଦଶରଥ ରାଣୀ ତିନି ଜଣ ll

ବନ୍ଦେ ଶ୍ରୀସରଯୁତୀର୍ଥ ଅଯୋଧ୍ୟା ନଗରୀ l

ବନ୍ଦେ ଚିତ୍ରକୁଟ ଧାମ ମୁନି ମନୋହାରୀ ll

ବନ୍ଦେ ବଶିଷ୍ଠ, ଜାବାଳି ବାମଦେବ ମୁନି l

ବନ୍ଦେ ଶ୍ରୀ ସୁମନ୍ତ୍ର ମହାମନ୍ତ୍ରୀ ସୁବିଜ୍ଞାନୀ ll

ବନ୍ଦେ ଜାମ୍ବବାନ ବନ୍ଦେ ଭକ୍ତ ବିଭୀଷଣ l

ବନ୍ଦେ ନଳ, ନୀଳ ସୁଗ୍ରୀ ଭକ୍ତ ହନୁମାନ ll

ବନ୍ଦଇ ବୈଦ୍ୟ ସୁଷେଣ ମୃତ ସଞ୍ଜିବନୀ l

ସୋମିତ୍ରୀଙ୍କୁ ଜିଆଇଲ ନ ପାହୁଁ ରଜନୀ ll

ବନ୍ଦେ ବାଲ୍ମୀକି ତୁଳସୀ ଜୟ ରାମଭକ୍ତ l

ଜଗତରେ ପ୍ରକାଶିଲେ ଶ୍ରୀରାମ ଚରିତ ll

ସୀତା, ଶ୍ରୀରାମ ଚରିତ ଅତି ମନୋହର l

ଅତୀବ ସୁନ୍ଦର, ଅତି ମାଧୁର୍ଯ୍ୟେ ମଧୁର ll

ରାମାୟଣ ସୂର ତରଙ୍ଗିଣୀ, ଛାୟା ତରୁ l

ଶ୍ରୀରାମ ତରଣୀ ନାବ ଏ ଭବ ସଂସାରୁ ll

ବାର ବାର ବାର ପଢ଼ି, ତୃପ୍ତି ନା ଆସଇ l

ପୁନଃ ପୁନଃ ବୁଝି, ଶୁଣି ବୁଝାଇ ଶୁଣାଇ ll

ବନ୍ଦେ ରାମାୟଣ ବନ୍ଦେ ନୟନାଭିରାମ l

ରାମାୟଣ ଶତ କୋଟି ପ୍ରଣାମ ପ୍ରଣାମ ll

          


Rate this content
Log in

Similar oriya poem from Inspirational