STORYMIRROR

Santanu Kumar Sahu

Romance

2  

Santanu Kumar Sahu

Romance

ଶ୍ରାବଣ ଆସିଲେ

ଶ୍ରାବଣ ଆସିଲେ

1 min
60

ଶ୍ରାବଣ ଆସିଲେ ମଧୂ ବରଷିଲେ

ମନେପଡେ ପ୍ରିୟତ୍ତମା

ସଜେ ଶିଖି ନାଚି ଚନ୍ଦ୍ରିକା ତୋଳିଲେ

ଝୁରେ ପ୍ରାଣ ପ୍ରିୟତ୍ତମା,

ଭରା ସରସୀରେ ତରଙ୍ଗ ଝଲସେ

ମେଘ ମାଳ ଛବି ଆଙ୍କି

ପ୍ରୀତିର ପଣତ ବାଦଲ ପରାଏ

ଲାଜେ ଖସି ଯାଏ ଦେଖି,

ମାଟିର ମହକ ପୁଲକ ଭରିଲେ

ସାଜେ ଧରା ସବୁଜିମା

ଘନ ଆକାଶ କି ଭରିଛି ସତେ

ହରିଣୀ ଆଖିର ନିଳୀମା,

ଫୁଲର ପସରା ବନେ ଉପବନେ

ଖୋସା ଭରି ହସେ ସଖୀ

ମୁକୁଳା କେଶରୁ ମୁକ୍ତା ଝରିଯାଏ

କୁସୁମ ବରଷେ ଦେଖି ,

ଶ୍ବେତ ବସନରେ ଭିଜା ତନୁମନେ

ସତେ ସେ ଚାରୁ ଚନ୍ଦ୍ରମା

ଶ୍ରାବଣ ଆସିଲେ ମଧୂ ବରଷିଲେ

ମନେପଡେ ପ୍ରିୟତ୍ତମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance