ଶିଶୁ
ଶିଶୁ
ଦଶ ମାସ ଦଶଦିନ ରହି ସେ ଗର୍ଭରେ
ଧରାପୃଷ୍ଠେ ପାଦଥାପେ ଅତି ଗୌରବରେ
ପୁଅ ଅବା ଝିଅ ହେଉ ପ୍ରୀୟ ସେ ସନ୍ତାନ
କିଣିନେଇ ଥାଏ ସିଏ ବାପା ମାଆ ମନ।
ସଯତ୍ନରେ ହୋଇଥାଏ ଲାଳନ ପାଳନ
ମମତାରେ ମାଆ ବାଢି ଦିଏ ସ୍ତନପାନ
ଦିନକୁ ଦିନ ସେ ବଢେ ଅତି ସରାଗରେ
ଗେଲ ବସରରେ ବଢେ ଅତି ସୋହାଗରେ।
କୁଆଁ କୁଆଁ ରଡି ତାର କର୍ଣ୍ଣ ଥାଏ ଡେରି
କୁନି କୁନି ମୁଖେ ହସ ମନ ଦିଏ ଭରି।
ଅମୃତ ସନ୍ତାନ ସିଏ ବାଣ୍ଟଇ ଅମୃତ
ଶିଶୁ ଦରଶନେ ଦେବ ଦର୍ଶନ ପ୍ରତୀତ।
ଛୁଆଟିଏ ପ୍ରଭୂଙ୍କର ଅଟେ ବରଦାନ
ଦେବୋପମ ଳାଳନରେ ହୁଅଇ ମହାନ।