STORYMIRROR

K TRIMULA ACHARY

Romance

2  

K TRIMULA ACHARY

Romance

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
133

ପାଇଥିଲେ ତୁମ ସନ୍ଧାନ ଵଦଳିଥାନ୍ତା ନିଷ୍ପତ୍ତି ମୋର   

ଦୀର୍ଘ ଅପେକ୍ଷା ର ଅନ୍ତ ଘଟି ଥାନ୍ତା କିଛି ତ ହୁଅନ୍ତା ।।   

 ନିଜର ବୋଲି ଭାବି ଥାନ୍ତ ଯେବେ ନ ଯାଆନ୍ତ ଆଉ ଭୁଲି   ରାଗରୋଷ ଛାଡି ପାଛୋଟି ନିଅନ୍ତ ହାତରେ ଧରି।। 

ନିରାଶ୍ରୟ ହୋଇ କେତେ ମୁଁ ଖୋଜିଲି ଏହି ଵନ ଲତା ସାକ୍ଷୀ ପଚାରିଵୁଝିଲେ ଜାଣି ତ ପାରିବ ସ୍ମୃତି ଆଜି।।     

ନାହିଁ ଆଜି ସେହି ଗାଁ ମୁଣ୍ଡରେ ଶେଷ ବରଗଛ ଟି

ରହିଛି ଆଖି ଆଢୁ ଆଳେ ଚାହିଁ ଚାତକ ସମ ଗଗନେ ।।        

ସେ ଦିନ ଓ ଆଜି ମଧ୍ୟରେ ଫରକ୍ ଖାଲି ଏତିକି

ତୁମ ଆଉ ମୋ ସମ୍ପର୍କ ଭିତରେ ରହିଛି ଲକ୍ଷ୍ମଣ ଗାର ।।  

ଉପହାସ ହେଲି ଅପେକ୍ଷା ରେ ନ ପାରିଲ ତୁମେ ଜାଣି ନିଷ୍ପତ୍ତି ନେବାରେ ବାଧ୍ୟ ହେଲି ପରିସ୍ଥିତି ଵଶେ ପଡ଼ି।।     

ସମୟ ଅବଧି ବଡ଼ ବିଚିତ୍ର ସେ ହୋଇପାରେ

ରଙ୍କ ରଜା ନିଷ୍ପତ୍ତି ଟା ପୁଣି ଶେଷ ହୋଇପାରେ କିଏ ଜାଣେ।।       

ନୂତନ ସମ୍ପର୍କ ଆରମ୍ଭ ହୁଏତ ସରିଗଲେ ଶେଷ କଥା ‌‌‌‌‌‌‌‌‌‌‌‌‌     

ହୃଦୟ ମଧ୍ୟରେ ସ୍ମୁତି ହୋଇ ତ ରହିଥାଏ।।            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance