ଚହଲା ମନ
ଚହଲା ମନ
ସାମ୍ପ୍ରତିକ ପରିସ୍ଥିତି ହୋଇଛି ଜଟିଳ
ଜୀବନଟା ତୁଚ୍ଛ ଲାଗେ ମନଟା ବ୍ୟାକୁଳ।।[୧]
କହି ହୁଏ ନାହିଁ ସେହି ଅନ୍ତରର କୋହ
ବୁଝିବ କିଏ ବା କ'ଣ ପାଇଁ ତୁମେ କୁହ।।[୨]
ସମସ୍ତେ ଏଠାରେ ହୋଇଛନ୍ତି ସ୍ୱାର୍ଥପର
ଏକା ପରମାର୍ଥ କିବା ସାହା ହେବେ ମୋର।।[୩]
ଭାବେ କ'ଣ ପାଇଁ ଏ ସଂସାରେ ଜନ୍ମ ମୋର
ଯଦି ମୋ ଜୀବନଟା ଲୋତକର ସାଗର।।[୪]
ସହି ପହି ଗଲି ସୁଖ ପରେ ଯେ ଦୁ଼ଃଖ
ଏକାନ୍ତ ଭାବେ ବସି ଝରାଏ ଲୋତକ।।[୫]
ବହଇ ରୁଧିର ଯେସନେ ରକତ ଧାର
ଏଇତ ସଂସାର ବିଚିତ୍ର ବିଧାନ ତା'ର।।[୬]
ବାଲ୍ୟରୁ ବୃଦ୍ଧ କେତେ କେତେ ଯେ ଅଭିନୟ
ଲାଗିଛି ଲାଗିବ ଜୟ ଆଉ ପରାଜୟ।।[୭]
ଯେସନେ ଗତି ପର୍ବତରୁ ତଟିନୀ ର ଧାର
ସେହିପରି ଚାଲିଥାଏ ପ୍ରାଣୀର ସଂସାର।।[୮]
ସର୍ଯୁ ନଦୀ ନ ମିଶନ୍ତି ସମୁଦ୍ର ପୟର
ଯେସନେ ମନୁଷ୍ୟଙ୍କ ବିଚାର ଅବିଚାର।।[୯]
ଲୀଳାମୟ ଙ୍କ ଲୀଳା ଯେସନେ ଅପାର
ସମସ୍ତଙ୍କ ଭାଗ୍ୟରେ ନଥାଏ ସେ ଉପହାର।।[୧୦]
ଉଦ୍ ଯୋଗ କର୍ମ କରି ହୁଅ ଭବୁପାର
ଏହିପରି ଆସେ କ୍ଷଣକୁ କ୍ଷଣ ବିଚାର।।[୧୧]
ସଂକ୍ଷିପ୍ତରେ ବର୍ଣ୍ଣିଲି ଅନ୍ତରର ବେଦନା
ପ୍ରାଣୀଙ୍କର ସୁଖ ଦୁଃଖ ଆଉ ଯେ ଯାତନା।।[୧୨]
