STORYMIRROR

K TRIMULA ACHARY

Inspirational

3  

K TRIMULA ACHARY

Inspirational

ନାରୀ

ନାରୀ

1 min
238


ନାରୀ ଅଟେ ବ୍ରହ୍ମଚାରିଣୀ ପୁଣି


 ସଂସାରୀ

ପ୍ରକୃତି କୋଳେ ଅତି ସୁନ୍ଦରୀ, ଅତି ମନୋହରୀ ll 


ପ୍ରସବ ବେଦନା ସହଇ, 

ସୃଷ୍ଟି ସଂରଚନା କରଇ ll 


ସେଇଠୁ ଆରମ୍ଭ ସେଇଠି ଶେଷ,

ବାକି ରହିଯାଏ ଅବଶେଷ ll 


ତୁମେ ହୋଇଥିଲ ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ, ମନ୍ଦୋଦରୀ ll  


ସଂସାରେ ରଚିଲ ଇତିହାସ ତୁମେ,

ତୁମ କଥା ଗାଥା କରେ ବଖାଣି ll


ପାଷାଣୀ ରୁ ତୁମେ ଅହଲ୍ୟା ହୋଇ,

ଦ୍ରୌପଦୀ ରୂପେ ଶିକ୍ଷା ଦିଅଇ

ତାରା, କୁନ୍ତୀ, ମନ୍ଦୋଦରୀ ରୂପେ,

ନାରୀର କରାମତି ଦେଖାଇ ll


ହେ ପରମେଶ୍ୱରୀ, ଜଗଦମ୍ବା ଜଗତେ ଶ୍ୱରୀ,

ତୁ ଚାହିଁଲେ ସୃଷ୍ଟି ତୁ ଚାହିଁଲେ ରଚନା,

ତୁ ଚାହିଁଲେ ବିଲୟ, ତୁ ଚାହିଁଲେ ପ୍ରଳୟ ହିଁ ପ୍ରଳୟ

କାହାକୁ ଜ୍ଞାତ ବା ଅଜ୍ଞାତ ଏକଥା ମୁଁ ନ ଜାଣଇ ll


ରାଣୀ ଲଷ୍ମୀବାଇ ହୋଇ ମାଁ ଗୋ 

             ଶତ୍ରୁ ସଂହାରିଲୁ,

ଇନ୍ଦିରା ନାମେ ଦେଶକୁ ଶାସିଲୁ ll

         ମଦର ଟେରେସା ହୋଇ,

ଦୁଃଖୀରଙ୍କି ସେବା କଲୁ l 

ନନ୍ଦିନୀ ନାମେ ଉତ୍କଳେ ରାଜ କଲୁ,

କୁନ୍ତଳା ନାମେ ସମାଜ ର ମଙ୍ଗଳ କଲୁ ll


 ତୁହି ମା ଜନନୀ ତୁହି ମାଁ ଜଗତେ ଶ୍ୱରୀ,

ହେ ପରମେଶ୍ୱରୀ, ହେ ପରମେଶ୍ୱରୀ ll


ନିର୍ଭୟା ରୂପେ ଜନ୍ମ ନେଲୁ,

        ରାକ୍ଷସ ଚିନ୍ହିଲୁ

 କଷଣେ କଷଣେ ନାରୀ ଦୁଃଖ

               ତୁ ବୁଝିଲୁ ll


ପ୍ରିୟଙ୍କା ରୂପରେ ମାଁ ଗୋ

           ଅତ୍ୟାଚାରିତ ହେଲୁ ,

ଜଗତେ ହାରିଲୁ ନମସ୍କାର କଲୁ ll


ତୁହି ମାଁ ଜଗତେଶ୍ୱରୀ,

      ହେ ପରମେଶ୍ୱରୀ ll

ଏ ଅଧମ ତତେ କରଇ,

           ଜୁହାରୀ ll


ଏ ପରମେଶ୍ୱରୀ

         ହେ ଜଗତେଶ୍ୱରୀ ll

 


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational