ସେଇ ମୋର ପ୍ରିୟ ବନ୍ଧୁ
ସେଇ ମୋର ପ୍ରିୟ ବନ୍ଧୁ
ଜୀବନ ର ଆକାଶ ରେ ଇନ୍ଦ୍ରଧନୁ ହୋଇ
ଆସିଲା ସେ ପିଲାବେଳେ
ମନରେ ମୋହର ବିଶ୍ୱାସ ର ନୀର
ଆସ୍ତେ ଆସ୍ତେ ସେ ଢାଳେ
ସମସ୍ତେ କୁହନ୍ତି ବନ୍ଧୁତା ଅଟଇ
କିଛି କ୍ଷଣ ପାଇଁ ମାତ୍ର
କିନ୍ତୁ ମୋ ଭାବନା ରେ ମୋ ବନ୍ଧୁତା ଟା
ଗ୍ରୀଷ୍ମ ର ସତେଜ ପତ୍ର
ପିଲାଳିଆମି ରେ କୌତୁକ ସବୁ
ମନେପଡେ ବେଳେ ବେଳେ
ଇଚ୍ଛା ହୁଏ ମୋର ଚାଲିଯିବା ପାଇଁ
ସେ ଛୋଟବେଳ ନଦୀ କୂଳେ
ଏ ଅଜ୍ଞାନ ହୃଦୟ ଯାହାକୁ ଭାବିଛି
ସେ ତୋ ସଚ୍ଚୋଟ ସାଥୀ
ବୟସ ଗଡିଲେ ଗଡୁଥିବ ପଛେ କେବେ
ହାର୍ ନ ମାନିବ ଏ ଦୋସ୍ତିି
ପିଲାବେଳୁ ମୋତେ କେବେବି ଲାଗିନି
କରିଛି କି ସେ ହେଳା
ବିପଦେ ଆପଦେ ସାହା ହେଉଥାଏ ଯେମିତି
ଠାକୁର ସେ ଚକା ଡୋଳା
ଏ ଜଗତ କର୍ତ୍ତା ଖଞ୍ଜିକି ରଖିଚି
ସବୁରି ଜୀବନେ ବନ୍ଧୁ
ଏ ଜୀବନ ଜାକ କହୁଥିବି ମୁହିଁ
ସେଇ ମୋର ପ୍ରିୟ ବନ୍ଧୁ .....

