Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoja Manjari Das

Inspirational Others

3  

Manoja Manjari Das

Inspirational Others

ସ୍ୱାଗତମ୍

ସ୍ୱାଗତମ୍

1 min
7.2K


ଶିବୋଃହମ ଶିବୋଃହମ ଶିବୋଃହମ ଶିବୋଃହମ

ମନ ଭିତରୁ ବାଜି ଉଠଇ ଧ୍ବନି ମଙ୍ଗଳମ୍

ସ୍ଵାଗତମ୍

ମୁନିଭାଇ ମୁନି ମତି ସ୍ୱାଗତମ୍

ପବିତ୍ର ସୁନ୍ଦର ସମୟ ଆଜି

ଆପଣ ଆସିଛନ୍ତି ଅତିଥି ସାଜି

ଦେବତାଙ୍କ ଭଳି ପୂଜା କରିବୁ

କର୍ମ ବନ୍ଧନରୁ ମୁକ୍ତ ରଖିବୁ

ଆତ୍ମଜ୍ଞାନ ଫୁଲେ ସଜାଇ ଦେବୁ

ସଚ୍ଚିଦାନନ୍ଦ ରସେ ଭରିଦେବୁ।

ଶିବୋଃହମ

ମନ ଭିତରୁ

ସ୍ବାଗତମ

ମୁନି ଭାଇ ଭଉଣୀ ।


ଅଷ୍ଟାଂଗଯୋଗ ସାଧରେ ଭାଇ

ଶୋକ ବେମାର ଯିବ ଉଭାଇ

ପଥର ଜଡ ଯେତେ ପୂଜିବ,

ଅନ୍ଧବିଶ୍ବାସ ସେତେ ବଢିବ।

ପ୍ରକୃତ ଈଶ୍ଵର ଜାଣ ଆପଣ,

ବିହାରରେ ନାହିଁ ଭିତରେ ଜାଣ।

ଶିବୋଃହମ ଶିବୋଃହମ ଶିବୋଃହମ

ମନ ଭିତରୁ

ସ୍ବାଗତମ ସ୍ବାଗତମ

ମୁନ୍ନାଭାଇ ଭଉଣୀ ।


ୟମ ନିୟମ ଜେତେ ପାଳିବ

ନିରୋଗ ଶାନ୍ତି ସେତେ ରହିବ।

ବାହ୍ୟ ଅନ୍ତରଙ୍ଗ ଆଠ ଭାଗର

ଆସନ ପ୍ରାଣାୟମ ପ୍ରତ୍ୟାହାର।

ଧାରଣା ଧ୍ୟାନ ଚେତା ସମାଧି

ଭଗାଇବ ସବୁ ରୋଗ ବ୍ୟାଧି।

ଶିବୋଃହମ ଶିବୋଃହମ ଶିବୋଃହମ

ମନଭିତରୁ

ସ୍ବାଗତମ

ମୁନି ଭାଇ ଭଉଣୀ ।


ୟମ ନିୟମ ସତ୍ୟତା ଅସ୍ତେୟ

ବ୍ରହ୍ମଚର୍ଯ୍ୟା ଔର ଅପରିଗ୍ରହ।

ଶୌଚ ସନ୍ତୋଷ ତପ ନିୟମ

ସ୍ବାଧାୟ ଈଶ୍ଵର ପ୍ରଣିଧାନମ୍।

ଏଇ ଯୋଗ ଶିକ୍ଷା ପାଇବା ପାଇଁ

ମୁନି ସମାଜକୁ ଆସ ଧାଇଁ।

ଶିବୋଃହମ ଶିବୋଃହମ ଶିବୋଃହମ

ମନ ଭିତରୁ

ସ୍ବାଗତମ'

ମୁନି ଭାଇ ମୁନି ମତି ।


Rate this content
Log in

Similar oriya poem from Inspirational