Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoja Manjari Das

Others

2  

Manoja Manjari Das

Others

ସ୍ଵାଗତ ସଂଗୀତ

ସ୍ଵାଗତ ସଂଗୀତ

1 min
6.0K


ଶିବୋଃହମ ଶିବୋଃହମ ଶିବୋଃହମ ଶିବୋଃହମ

ସ୍ବାଗତଂ ସ୍ବାଗତଂ ସ୍ବାଗତମ ସ୍ବାଗତମ

ଶୁଭେଚ୍ଛା ମୁନି ମତି ମୁନି ଭାଇ

ସତ୍ୟଆତ୍ମଲୋକ ଆଶ୍ରମ ଏହି

ଓଁ କାର ସ୍ଵରରେ ପ୍ରଣବ ମନ୍ତ୍ର

ଆଶ୍ରମ କମ୍ପୁଛି ମୁନି ସ୍ଵତନ୍ତ୍ର।

ଶିବୋଃହମ ଶିବୋଃହମ ଶିବୋଃହମ ।

ଆତ୍ମ ତତ୍ତ୍ୱ ତେଲେ ଜଳାଇ ଜ୍ୟୋତି

ଅନନ୍ୟ ଭକ୍ତି ରେ ସତ୍ୟତା ପ୍ରୀତି।

ଅତିଥି ଆପଣ ଶିର ମୁକୁଟ

ବସାଇବୁ ନେଇ ତ୍ରକୁଟି ମଠ।

ଶିବୋଃହମ ଶିବୋଃହମ ଶିବୋଃହମ ।

ମନ ବଗିଚାରୁ ଫୁଲ ଆଣିବୁ

ସତ ଅଂଶୁମାଳୀ ମାଳ ଗୁନ୍ଥିବୁ ।

ବିଶୁଦ୍ଧ ଗଳାରେ ମାଳା ପିନ୍ଧାଇ,

ଶରୀର ମନ୍ଦିର କୁ ପାଛୋଟି ନେଇ।

ଶିବୋଃହମ ଶିବୋଃହମ ଶିବୋଃହମ।

ତେତିଶ ଗୋଟି ଦେବା ଦେବୀ ମୁଖ,

ହୁଳହୁଳି ଜୟ ଜ୍ଞାନ ର ସୁଖ

ଅଷ୍ଟାଂଗ ଯୋଗ ଟି ସାଧନ କଲେ।

ବ୍ରହ୍ମ ଦର୍ଶି ଶିବ ହୋଇବ ଭଲେ।

ଶିବୋଃହମ ଶିବୋଃହମ ଶିବୋଃହମ ।

ଜଗତ କରତା ଦେବଟି ହୋଇ

ହୃଦ ସିଂହାସନେ ସୁଖେ ବସାଇ।

ଅଷ୍ଟାଂଗ ଯୋଗର ଦ୍ୱିତତ୍ତ୍ଵ ଭେଦ

ନିଜକୁ ଚିହ୍ନରେ କରି ଚକ୍ର ଭେଦ।

ଶିବୋଃହମ ଶିବୋଃହମ ଶିବୋଃହମ ।

ପାଇବ ଜୀବନ ତତ୍ତ୍ୱ ଦର୍ଶନ

ତୁଟିବ ଜନ୍ମାନ୍ତର ପାପ ମାନ।

ବ୍ୟାଧି ସଂଶୟ ପ୍ରମାଦ ସ୍ଥାନ୍ୟ

ଆଳସ୍ୟ କେହି ରହିବେନି ଜାଣ।

ଶିବୋଃହମ ଶିବୋଃହମ ଶିବୋଃହମ ।

ଅବିଦ୍ୟା, ଅସ୍ମିତା, ରାଗ, ଦ୍ଵେଷ

ଚାଲିଯିବ ସବୁ ଅଭିନିବେଶ।

ସଂମ୍ପ୍ରଜ୍ଞାତେ ରହି ପ୍ରଜ୍ଞାକୁ ଚିହ୍ନିବ

ନିଜେକାମଧେନୁ ବୋଲି ଜାଣିବ।

ଶିବୋଃହମ ଶିବୋଃହମ ଶିବୋଃହମ ।

ଜଗତ କରତା ଦେବଟି ହୋଇ,

ସଂସାର ଚଲାଏ ସତ୍ୟଟି ମୁହିଁ।

ମଜହବ ବିକାର ମଳ ଯିବ

ତୀକ୍ଷ୍ଣ ବୁଦ୍ଧି ସଂସ୍କାରିତ ହୋଇବ।

ଶିବୋଃହମ ଶିବୋଃହମ ଶିବୋଃହମ ।

ଲେଉଟି ଯା ଶିବ ନିଜ ଘରକୁ

ଚାରିଧାମରେ ଈଶ୍ଵର ହେବାକୁ

ଧନୀକ ତୁ , କୁବେର ତୁ ଗନ୍ତା ଘର

ତୋ ପାଖେ ଚାବି ଖୋଲରେ ବୀର।

ଶିବୋଃହମ ଶିବୋଃହମ ଶିବୋଃହମ ।

ମୁନି ଠି ଅମୃତ ବୃଷ୍ଟି ହେଉଛି

ଯମ ଆଜି ଆମ ପାଦ ଧୋଉଛି

ବିଷୟାସକ୍ତ ଆମକୁ କରୁଛି ପୂଜା,

ଅମୁହାଁ ଦେଉଳେ ହେଉଛି ପୂଜା

ଶରୀର ମନ୍ଦିରେ ବୁଲି ଆସିବା

ଆନନ୍ଦ ଶାନ୍ତି ରେ ଭାଷି ଉଠିବା

ଶିବୋଃହମ ଶିବୋଃହମ ।


Rate this content
Log in