STORYMIRROR

Prajnya Mahapatra

Inspirational

2  

Prajnya Mahapatra

Inspirational

ସ୍ୱାଗତ ଭାବନା

ସ୍ୱାଗତ ଭାବନା

1 min
334


ଆସିବ ଆଉ ଜଣେ ନବାଗତ

ନବାଗତ ଯିଏ ସେ ଈଶ୍ୱରଙ୍କ ଦୂତ

ଆଣିଥିବ ନିଶ୍ଚେ ସେ ଖୁସିର ସନ୍ଦେଶ

ଅନ୍ତର ରେ ମୋ ଭରିଦେଇ ଶ୍ରଦ୍ଧା ଓ ବିଶ୍ୱାସ,

କହୁଛି ସେ, ଆସିବି ମୁଁ ଡେରି ନାହିଁ,

ଅପେକ୍ଷା କର ମା,

ଆଉ ଅଳ୍ପ କିଛି ମାସ...

ତାର ଆଗମନି ପ୍ରତୀକ୍ଷାରେ

ଈଶ୍ୱରଙ୍କ ଆରାଧନାରେ

ବିତାଇ ଦେବାକୁ ହେବ,

ବାକିଥିବା ମୁହୂର୍ତ୍ତ ସବୁକୁ..

ସତ୍ଚିନ୍ତା,ସଦାଚାର ସତସଙ୍ଗରେ

ତଲ୍ଲୀନ ହେବାକୁ ପଡିବ,

ଏଇ ମାତୃ ପ୍ରାଣକୁ

ଆନନ୍ଦ ଉଲାସରେ ମଜ୍ଜି ରହି

ଅନାଗତର ସ୍ୱାଗତ ସମ୍ବର୍ଦ୍ଧନାକୁ

ମନରେ ଭାଳି ଭାଳି,

ଜିଇଁବାକୁ ପଡିବ,

ଆଉ ଅବଶିଷ୍ଟ ଦିନକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational