STORYMIRROR

Prajnya Mahapatra

Others

3  

Prajnya Mahapatra

Others

କନ୍ୟା

କନ୍ୟା

1 min
265


ସର୍ବଂ ସହା ମା ଜଗତପୂଜ୍ୟା ମା

ଚିରବନ୍ଦ୍ୟା ମା ମମତଦାୟିନୀ ମା

କରୁଣାମୟୀ ସେ ମା

ତିନି ରୂପେ ସ୍ଥିତ ସେ,

ଜନନୀ ଭଗିନୀ ଜାୟା.

ତଥାପି ବି କାହିଁ, ମନ ହୁଏ ଆନମନା

ଜାତ ହେଲେ କନ୍ୟା...

ଗର୍ଭସ୍ଥ ଭୃଣ ବେଳୁ ହିଁ,

ସହିବାକୁ ପଡେ ତାକୁ ନାନା ନିର୍ଯାତନା..

ବେଳେବେଳେ ଦେଖାଯାଏ

କନ୍ୟାଭ୍ରୂଣ ନଷ୍ଟ ହୁଏ..

ସତେଯେମିତି, ଗର୍ଭରୁ ବାହାରିବା

ତାର ପାଇଁ ମନା..

ଗର୍ଭବତୀ ମା କୁ ସହିବାକୁ ପଡେ ଗର୍ଭନଷ୍ଟ ର ବେଦନା

କାହିଁକିନା, ତା ଗର୍ଭରେ ନାହିଁ ପୁତ୍ର...

ଅଛି ଗୋଟେ କନ୍ୟା..

କନ୍ୟା ଜାତ ଯଦି ହୁଏ

ଆଗକୁ ପୁତ୍ର ଆସିବ,

ଏହି କଥା ର ଛୁଟି ଆସେ ଶହ ଶହ ସମବେଦନା

କନ୍ୟା ଅନନ୍ୟା, କନ୍ୟା ଯୋଗୁଁ ଜଗତ ଧନ୍ୟା,

ଏସବୁ ଖାଲି କହିବା କଥା ସିନା,

କାମରେ କେବେ ଲାଗେନା..

ଯୌତୁକ ଜୁଇ ରେ କନ୍ୟା

ଭୁଲୁଣ୍ଠିତ ଇଜତ ର ଦବାନାଳ ରେ ବି କନ୍ୟା

ପକ୍ଷକଟା ପକ୍ଷୀ ଟିଏ ସିଏ

ତା ପାଇଁ ସାମାଜିକ ନିୟମ ର ବେଡି

ଖୋଲା ଆକାଶ ତା ପାଇଁ ମନା..

ଯେତେବେଳେ ଯେତେବେଳେ ବିପଦ ପଡିଛି,

ମା ର ସହଭାଗିତା ରେ ବିପଦ କଟିଛି

କିନ୍ତୁ, ସେହି ମା ର,

ସମ୍ମାନ ର ସୁରକ୍ଷା ର ସହଯୋଗ ପାଇଁ

ସାମାଜିକ ଦୃଷ୍ଟିଭଙ୍ଗୀ କାହିଁକି ଊଣl !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍