STORYMIRROR

ABHISEK TRIPATHY

Inspirational Others

4  

ABHISEK TRIPATHY

Inspirational Others

ସ୍ୱାଧୀନତା ର ଇସ୍ତାହାର

ସ୍ୱାଧୀନତା ର ଇସ୍ତାହାର

2 mins
266

ଦିନେ ଖାଇଲେ ଦି ଦିନ ମୁଁ ଉପାସ

ଯେତେ ସରକାରୀ ଯୋଜନା ସବୁ, 

ମୋ ପାଇଁ ମୂଲ୍ୟହୀନ ତୁଚ୍ଛା ଉପହାସ I

କାଗଜରେ ଲେଖା ହେଇ ସବୁ ତ ଆସେ

ହେଲେ କେଜାଣି କେମିତି ଅଧା ରାସ୍ତାରୁ, 

ଅଦୃଶ୍ୟହେଇ ଆଉ କାହା ପକେଟରେ ପଶେ I

ସ୍ୱାଧୀନ ହେଇ ଭି ମୁଁ ଗୋଲାମ ଆଜି ଦୁର୍ନୀତିର

କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର,

ମୁଁ ଗୋଟେ ସ୍ୱାଧୀନ ଗରିବ, ଆଉ ଏହା ମୋର ଇସ୍ତାହାର II

ମାଟି ମୋ ମା, କୃଷି ମୋର ବେଉସା

ଅନ୍ୟ ର ଥାଳିରେ ଆହାର ଦେଇ,

ଖୁସି ପାଉଥିବା ମଣିଷ ଟେ, ମୁଁ ଚଷା I

ହେଲେ ମୋ ଥାଳି ଶୂନ୍ୟ ଆଜି,ମୁଁ ଆଜି ନିଃସ୍ୱ 

ଗାଁ ମୁଣ୍ଡର ବରଗଛ ଟାରେ ଝୁଲୁଥିବ କାଲି,

ମୋ ମୃତ ଶରୀର, ଦେଖିବ ପୁରା ବିଶ୍ୱ I

ସ୍ୱାଧୀନ ହେଇ ଭି ମୁଁ ଗୋଲାମ ଆଜି ଭୋକର

କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର, 

ମୁଁ ଗୋଟେ ସ୍ୱାଧୀନ କୃଷକ, ଆଉ ଏହା ମୋର ଇସ୍ତାହାର II

ଯତ୍ର ନାର୍ଯ୍ୟାସ୍ଥୁ ପୂଜ୍ୟତେ ତତ୍ର ରମ୍ୟନ୍ତେ ଦେବଃ

ମୁଁ କାହା ମା, କାହା ପତ୍ନୀ, କାହା ବାନ୍ଧବୀ ତ କାହା ଭଗ୍ନୀ, 

ହେଲେ ଆଜି ଭି ସବୁ ରାତି ମୋ ପାଇଁ ଦୁର୍ବିସହ I

ଅଜିଭି ରାସ୍ତାରେ ଅନେଇ ବସିଛି ଭୋକିଲା କୁକୁର

ଏକା ପାଇଲେ ଖିନ ଭିନ କରି କରି କାମୁଡି ପକାଏ, 

ଯାଓ ଦେଖିବ ରାସ୍ତା କଡରେ ପଡିଛି ମୋ ଉଲଗ୍ନ ଶରୀର I

ସ୍ୱାଧୀନ ହେଇ ଭି ମୋ ଇଜ୍ଜତ ଆଜି ଗୋଲାମ ଦୁଷ୍କର୍ମର

କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର,

ମୁଁ ଗୋଟେ ସ୍ୱାଧୀନ ଧର୍ଷିତା, ଆଉ ଏହା ମୋର ଇସ୍ତାହାର II

ନିଜ ପରିବାର କୁ ପର କରି କରିଥିଲି ଦେଶକୁ ନିଜର

ଦିନେ ନିଜ ରକ୍ତ ଦେଇ କରିଥିଲି ଏଇ ଦେଶକୁ ସ୍ୱତନ୍ତ୍ର,

ନୁହେଁ ଏହା ମୋ ସ୍ୱପ୍ନର ସ୍ଵରାଜ୍ୟ, ମୂଲ୍ୟ ମୋ ରକ୍ତର I

ଦିନେ ଗର୍ବରେ "ଫର ଫର" ହେଇ ଉଡ଼ୁଥିଲା ତ୍ରିରଙ୍ଗା

ହେଲେ ଆଜି ସେ ଉଡୁନି, ଝୁଲିଛି ଫାଶୀଖୁଣ୍ଟରେ,

ଦେଶର ଦୁର୍ଦ୍ଦଶା ଦେଖି ସାଜିଛି ଆଜି ସେ ବେରଙ୍ଗା I

ସ୍ୱାଧୀନ ହେଇଭି ମୋ ଦେଶ ଶୀକାର ଦୁଃସ୍ଥ ରାଜନୀତି ର 

କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତା ର,

ମୁଁ ଗୋଟେ ସ୍ୱାଧୀନତା ସଂଗ୍ରାମୀ ର ଆତ୍ମା, ଆଉ ଏହା ମୋର ଇସ୍ତାହାର II


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational